ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

୭ ଦିନ ହେଲା ଟନେଲରେ ଫସିଛନ୍ତି ୪୧ ଶ୍ରମିକ, ପଥର ଯୋଗୁଁ ଡ୍ରିଲିଂ ବନ୍ଦ, ଉପରୁ ସୁଡ଼ଙ୍ଗ କାଟି ଉଦ୍ଧାର ଯୋଜନା

ଡେରାଡୁନ୍, ୧୮/୧୧: ଉତ୍ତରାଖଣ୍ଡ ଉତ୍ତରକାଶୀ ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର ପାଇଁ ଜାରି ରହିଛି ଉଦ୍ୟମ । ଶୁକ୍ରବାର ଅପରାହ୍ଣରୁ ଡ୍ରିଲିଂ ବନ୍ଦ ରହିଛି । ଡ୍ରିଲିଂ ବେଳେ ବାଧା ସୃଷ୍ଟି କରିଥିଲା ପଥର । ଖରାପ ହୋଇ ଯାଇଥିଲା ଡ୍ରିଲିଂ ମେସନର ବେରିଂ । ଫଳରେ ନୂଆ ଡ୍ରିଲିଂ ମେସିନ୍ ଇନ୍ଦୋରରୁ ଅଣାଯାଉଛି ।

ଶୁକ୍ରବାର ଡ୍ରିଲିଂ ପରେ ପଞ୍ଚମ ପାଇପ୍ ଭର୍ତ୍ତି କରାଯିବା ବେଳେ ବଡ଼ ଧରଣର ଶବ୍ଦ ଶୁଭିଥିଲା । ଏହାପରେ ବନ୍ଦ ରହିଥିଲା ଉଦ୍ଧାର କାର୍ଯ୍ୟ । ଏବେବି ଫସି ରହିଥିବା ଶ୍ରମିକଙ୍କୁ ପାଇପ୍ ଯୋଗେ ପାଣି, ଖାଦ୍ୟ ଓ ଔଷଧ ଯୋଗାଣ ଜାରି ରହିଛି । ଏବେ ସୁଦ୍ଧା ଉଦ୍ଧାରକାରୀ ଟିମ୍ ୨୪ ମିଟର ମାଟି ଏଡ଼ାଇ ପାରିଛନ୍ତି ।

‘ମୁଁ ଜେଲରେ ରହିଲେ ବି ଦିଲ୍ଲୀରେ ଜିତିବ ଆମ୍ ଆଦମୀ ପାର୍ଟି’: ଅରବିନ୍ଦ କେଜ୍ରିୱାଲ୍

ଆମେରିକାନ୍ ଅଗର ମେସିନରେ ଯାନ୍ତ୍ରିତ ତ୍ରୁଟି ଦେଖାଯିବା ପରେ ଇନ୍ଦୋରରୁ ଅନ୍ୟ ଏକ ଡ୍ରିଲିଂ ମେସିନ୍ ଏୟାରଲିଫ୍ଟ କରାଯାଇଛି । ଏବେ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ସୁଡ଼ଙ୍ଗର ଉପରି ଭାଗକୁ କାଟି ଉଦ୍ଧାର ପାଇଁ ଯୋଜନା କରୁଛନ୍ତି । ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକଙ୍କ ସମ୍ପର୍କୀୟ ଟନେଲ୍ ବାହାରେ ଅଛନ୍ତି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍, ଏସଡିଆରଏଫ୍, ବିଆରଓ, ଆଇଟିବିପି ଯବାନ ସାମିଲ୍ ହୋଇଛନ୍ତି ।

୧୫୦ ଘଣ୍ଟାରୁ ଅଧିକ ସମୟ ଧରି ଶ୍ରମିକ ଫସି ରହିଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି । ନଭେମ୍ବର ୧୨ରେ ସିଲ୍କ୍ୟାରା ସୁଡ଼ଙ୍ଗରେ କିଛି ଅଂଶ ଭୁଶୁଡ଼ି ଯାଇଥିଲା । ଫଳରେ ୪୧ ଶ୍ରମିକ ଫସି ରହିଛନ୍ତି । ଫସିଥିବା ଶ୍ରମିକଙ୍କ ଭିତରେ ଓଡ଼ିଶାରୁ ୫ ଜଣ ରହିଛନ୍ତି । 

ଜ୍ୟୋତିଷଙ୍କ ଭବିଷ୍ୟବାଣୀ: ହିଟ୍‌ମ୍ୟାନ୍‌ଙ୍କ ରାଶିରେ ବିଶ୍ୱକପ୍‌ ଟ୍ରଫି, ଚ୍ୟାଲେଞ୍ଜ ଦେବ ଅଷ୍ଟ୍ରେଲିଆ

Copyright © 2022 - Summa Real Media Private Limited. All Rights Reserved.