ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ : ଚିକିତ୍ସା ଅଭାବରୁ ମୃତ୍ୟୁମୁଖରେ ପଡୁଛନ୍ତି ପଶୁ ଓ ପକ୍ଷୀ, ପ୍ରାଣୀପ୍ରେମୀଙ୍କ ବିକ୍ଷୋଭ

ମାଲକାନଗିରି, ୨୭।୧(ଆପ୍ର):  ଗତ କିଛିଦିନ ହେଲା ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଚିକିତ୍ସା ଅଭାବରୁ ମୃତ୍ୟୁମୁଖରେ ପଡୁଛନ୍ତି ନୀରିହ ପଶୁ ଓ ପକ୍ଷୀ।  ଏହାର ତୁରନ୍ତ ପ୍ରତିକାର ପାଇଁ ପ୍ରାଣୀଚିକିତ୍ସାଳୟ ସମ୍ମୁଖରେ ଆଜି ଶତାଧିକ ପ୍ରାଣୀପ୍ରେମୀ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ମାଲକାନଗିରି ସଦର ମହକୁମାରେ ଥିବା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ଜିଲ୍ଲାର ଅନେକ ପ୍ରାଣୀ ଚିକିତ୍ସକ ମାନେ  ଅନେକ ଗୁଡ଼ିଏ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଜିଲ୍ଲାରେ ଅନେକ ପଶୁଙ୍କୁ ଚିକିତ୍ସା ସେବା ମିଳି ପାରୁନଥିବା ବେଳେ ପ୍ରାଣୀପାଳକ ଓ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଏହା ଅସନ୍ତୋଷ ଭାବ ସୃଷ୍ଟି କରିଛି । ଚିକିତ୍ସା ନପାଇ ଗତ କିଛି ଦିନ ହେଲା ଅନେକ ନୀରିହ ପଶୁ ଯେପରିକି ଗାଈ ଗୋରୁ ଓ ପୋଷା କୁକୁର,କୁକୁଡ଼ା,ବତକ ସମେତ ଆନେକ ଜୀବ ଜନ୍ତୁ ଚିକିତ୍ସା ଅଭାବରୁ ମୃତ୍ୟୁ ଘଟୁଛି। ତେବେ ଏହାକୁ ନେଇ କିଛି ସ୍ଥାନୀୟ ସମାଜ ସେବୀ ପ୍ରାଣୀଡାକ୍ତରଙ୍କୁ ଆନ୍ଦୋଳନ ଜାରି ରଖିଲେ ମଧ୍ୟ ନୀରିହ ପଶୁ ମାନଙ୍କ ଚିକିତ୍ସା କରାଯିବାକୁ ଅନୁରୋଧ କରିଥିଲେ।କିନ୍ତୁ ଏହାକୁ ଗୁରୁତ୍ବର ସହ ନନେବାରୁ କିଛି ଦିନ ହେଲେ ପାଳିତ ପଶୁ ମୃତ୍ୟୁ ଘଟୁଛି ବୋଲି ଜିଲ୍ଲାର ଅନେକ ପଶୁ ପ୍ରେମୀ ପଶୁ ପାଳକ ମାନେ ଅଭିଯୋଗ କରି ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଳୟରେ ପହଞ୍ଚି ବିକ୍ଷୋଭ କରିଥିଲେ । 

ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରି ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଭେଟି ଏହାର ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି। ସ୍ଥାନୀୟ ପ୍ରାଣୀପ୍ରେମୀ ଜି ଶ୍ରୀନିବାସ ରାଓ, ସୁଧୀର ଜେନା, ବସନ୍ତ ନାୟକ, ବିମଲ ଛତ୍ରୀ, ରବି ରାଜେସ, ବାବୁ ପାତ୍ର ପ୍ରମୁଖଙ୍କ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.