ପ୍ରମୂଖ ଖବର
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ବସି ଥିଲେ ଲୋକ , ହଠାତ୍‌ ଆସିଲା ଭୂମିକମ୍ପ ! ଭିଡ଼ିଓ ଦେଖିଲେ ଥରି ଯିବ ଆପଣଙ୍କ ହୃଦୟ!

ମରାକେଶ ( ମରୋକ୍କୋ ): ମରୋକ୍କୋରେ ଶୁକ୍ରବାର ବିଳମ୍ୱିତ ରାତିରେ ହୋଇଛି ବିନାଶକାରୀ ଭୂକମ୍ପ। ଏଥିରେ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଭୂକମ୍ପ କାରଣରୁ ଐତିହାସିକ ମରାକେଶ ସହରରୁ ନେଇ ଆଟଲାସ ପର୍ବତରେ ଥିବା ଗାଁ ଯାଏ ଅନେକ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ଦେଶର ନେତାମାନେ ମରକୋକୁ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଇଛନ୍ତି। ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି , କାରଣ ସୁରକ୍ଷାକର୍ମୀମାନେ ଦୂରଦୂରାନ୍ତର ପ୍ରଭାବିତ ଅଞ୍ଚଳରେ ପହଞ୍ଚିବାକୁ ପ୍ରୟାସ ଚଳେଇଛନ୍ତି। 


ସରକାରୀ ଟେଲିଭିଜନରେ ପ୍ରସାରିତ ଫୁଟେଜରେ ଦେଖିବାକୁ ମିଳୁଛି କି, ଲୋକେ ବିଳମ୍ୱିତ ରାତିରେ ମରାକେଶ ସହରର ରାସ୍ତାରେ ବସି ରହିଛନ୍ତି ଏବଂ ଘର ଭିତରକୁ ପୁଣି ଫେରି ଯିବାକୁ ଡ଼ରୁଛନ୍ତି। 

୧୨୦ ବର୍ଷରେ ସବୁଠୁ ଶକ୍ତିଶାଳୀ ଭୂମିକମ୍ପ; ୬.୮ ତୀବ୍ରତାରେ ଥରିଲା ମୋରୋକ୍କୋ

 ଏହି ଶକ୍ତିଶାଳୀ ଭୂକମ୍ପର ଏକ ସିସିଟିଭି ଫୁଟେଜ୍‌ ସାମନାକୁ ଆସିଛି। ଏହାକୁ ଦେଖି ଅନ୍ଦାଜା ଲଗାଯାଉଛି କି ଏହି ଭୂକମ୍ପ କେତେ ଭୟଙ୍କର ଥିଲା। ଭିଡ଼ିଓରେ କିଛି ଲୋକ ଏକ ବିଲ୍ଡିଂ ବାହାରେ ବସି ଥିବାର ଦେଖା ଯାଉଛି। ଏହି ସମୟରେ ଭୂକମ୍ପ ଆସୁଛି ଏବଂ ବିଲ୍ଡିଂ ଖୁବ୍‌ ଜୋରରେ ଦୋହଲିବାକୁ ଲାଗୁଛି। ଯେମିତି ପୃଥିବୀ ଦୋହଲିବାର ଆଭାସ ହେଉଛି, ତୁରନ୍ତ ସେଠାରୁ ଲୋକେ ଦୌଡ଼ି ଚାଲି ଯାଉଛନ୍ତି। ଫୁଟେଜ୍‌ରେ ବହୁ ସଂଖ୍ୟାରେ ଲୋକ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଦୌଡ଼ିବାର ଦେଖିବାକୁ ମିଳୁଛି। କିଛି ଲୋକ ଏହି ସମୟରେ  ସଡ଼କରେ ଖସି ବି ପଡ଼ୁଛନ୍ତି। 

 ଭିଡ଼ିଓରେ ଶେଷରେ ଦେଖିବାକୁ ମିଳୁଛି କି ଭୂକମ୍ପ ଏତେ ଜୋରରେ ଥିଲା କି ବିଲ୍ଡିଂ ସବୁ ଭୁଶୁଡ଼ି ପଡ଼ୁଛି। ସୋସିଆଲ ମିଡ଼ିଆ ଏକ୍ସରେ ଏହି ଭିଡ଼ିଓ ବିଏନଓ ନ୍ୟୁଜ୍‌  ଅପଲୋଡ କରିଛି , ଯାହା ଭାଇରାଲ ହେଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.