ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଧାୟିକା ପ୍ରତିନିଧିଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ

ପାଟକୁରା, ୧୩/୨ : ଗରଦପୁର ବ୍ଲକ ପାଖଡ଼ ପଞ୍ଚାୟତର ନୂଆପଡ଼ା ଗ୍ରାମବାସୀ ୭ଦଫା ଦାବିରେ ନୂଆପଡ଼ାଠାରେ ଶାନ୍ତିପୂର୍ଣ୍ଣ ଅନଶନ କରିଛନ୍ତି । ଏହି ଅନଶନ ସ୍ଥଳରେ ପାଟକୁରା ବିଧାୟିକାଙ୍କ ପ୍ରତିନିଧି ତଥା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ ପହଞ୍ଚି ସମସ୍ତ ଦାବି ବିଚାର କରାଯିବ ସହ ଅନଶନ ପ୍ରତ୍ୟାହୃତ କରିବା ପାଇଁ ଅନୁରୋଧ କରିଥିଲେ ବି ଅନଶନକାରୀ ତାଙ୍କର ଅନୁରୋଧ ପ୍ରତ୍ୟାଖାନ କରିଦେଇଛନ୍ତି । 

ତେବେ ଉକ୍ତ ଦାବି ମଧ୍ୟରେ ନୂଆପଡ଼ାଠାରୁ ଶୀତଳପାଟଣା ପର୍ଯ୍ୟନ୍ତ ରାସ୍ତାକୁ ସଂପ୍ରସାରଣ, ନୂଆପଡ଼ା ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଣ, ତାଳଦଣ୍ଡା ଜୋରକୁ ସଫେଇ ଓ ପୁନ‌ରୁଉଦ୍ଧାର, ମାଙ୍କଡମାନଙ୍କର ଉପଦ୍ରବରୁ ମୁକ୍ତି, ନୂଆପଡ଼ାଠାରେ ଯାତ୍ରୀ ବିଶ୍ରାମଗାର ପ୍ରତିଷ୍ଠା, ଖୋଲାଥିବା ବିଦ୍ୟୁତ ତାର ପରିବର୍ତ୍ତନ, ନୂଆପଡ଼ା ବ୍ରାହ୍ମଣ ଶାଶନ ପାଇଁ ଶଶ୍ନାନ ପ୍ରତିଷ୍ଠା ପାଇଁ ଉକ୍ତ ଗ୍ରାମର ସାମାଜିକ କର୍ମୀ ପ୍ରଫୁଲ୍ଲ ଆଚାର୍ଯ୍ୟଙ୍କ ନେତୃତ୍ବରେ ହେମନ୍ତ ପଣ୍ଡା, ଶରତ ଦାସ, ଦୁଷ୍ମନ୍ତ ନାୟକ, ଅଭିରାମ ସେଠୀ, କୁଳମଣି ରାଉତ, ରଞ୍ଜନ ସେନାପତି, ଧିରେନ ନାୟକ‌ଙ୍କ ସମେତ ଉକ୍ତ ଓ୍ବାର୍ଡ଼ ସଭ୍ୟ ରଞ୍ଜନ ଦାଶ ପ୍ରମୁଖ ଅନଶନରେ ବସିଛନ୍ତି । ହେଲେ କୌଣସି ସରକାରୀ ଅଧିକାରୀଙ୍କ ସନ୍ଧ୍ୟା ପର୍ଯ୍ୟନ୍ତ ଦେଖା ନ ମିଳିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.