ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତକୁ ଲାଗିଲା ଦ୍ବିତୀୟ ଆଘାତ, ବିରାଟ କୋହଲୀ ଏବଂ ରବିନ୍ଦ୍ର ଜାଡେଜା ତୃତୀୟ ଟେଷ୍ଟ ଖେଳିବା ନେଇ ଆଶଙ୍କା

ନୂଆଦିଲ୍ଲୀ,୧/୨ : ଭାରତୀୟ ଟିମ୍‌କୁ ଇଂଲଣ୍ଡ ବିପକ୍ଷ ଜାରି ୫ମ୍ୟାଚ ଟେଷ୍ଟର ଦ୍ବିତୀୟ ମ୍ୟାଚ୍ ପୂର୍ବରୁ ଦ୍ବିତୀୟ ଆଘାତ ଲାଗିଛି । ଭାରତ ଷ୍ଟାର ବ୍ୟାଟର ବିରାଟ କୋହଲୀ ଏବଂ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ତୃତୀୟ ଟେଷ୍ଟରୁ ବାହାର ହେବା ପ୍ରାୟ ନିଶ୍ଚିତ । ଏବେ ସିରିଜର ଶେଷ ୩ଟେଷ୍ଟ ଲାଗି ବିସିସିଆଇକୁ ଭାରତୀୟ ସ୍କ୍ବାଡ଼ର ଘୋଷଣା କରିବା ବାକି ଅଛି । 

ଶେଷ ୩ଟେଷ୍ଟ ଲାଗି ଟିମରେ କାହାକୁ ନିଆଯିବ ଏହା ଅଜିତ ଅଗରକରଙ୍କ ସିଲେକ୍ଶନ କମିଟି ଲାଗି ବଡ଼ ଚିନ୍ତାର କଥା ହେବ । ଜାଡେଜା ଏବଂ କୋହଲୀଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆ ବହୁତ କମଜୋର ହୋଇପାରେ । ଭାରତ ପ୍ରଥମ ମ୍ୟାଚ୍ ହାରି ସିରଜ ୦-୧ରେ ପଛରେ ଚାଲୁଛି ଏବଂ ଏବେ କୋହଲୀ ଓ ଜାଡେଜା ବାହାର ହେବାର ଖବର ଚିନ୍ତାର ବିଷୟ । ମାତ୍ର ଏ‌ବେ ଅଫିସିଆଲ କୌଣସି ଏହାକୁ ନେଇ ସୂଚନା ଦିଆଯାଇନାହିଁ । 

ବିରାଟ କୋହଲୀଙ୍କୁ ଟେଷ୍ଟ ସିରିଜର ଆରମ୍ଭରୁ ଦୁଇ ଟେଷ୍ଟ ଲାଗି ଭାରତୀୟ ସ୍କ୍ବାର୍ଡ଼ରେ ସାମିଲ କରାଯାଇଥିଲା । କିନ୍ତୁ ପ୍ରଥମ ମୁକାବିଲା ଆରମ୍ଭ ପୂର୍ବରୁ କୋହଲୀ ଦୁଇଟି ମ୍ୟାଚ୍‌ ପୂର୍ବରୁ ନିଜ ନାଁ ଫେରସ୍ତ ନେଇଥିଲେ । ବିସିସିଆଇ କୋହଲୀଙ୍କ ବିଷୟରେ ସୂଚନା ଦେଇ କହିଛି କି ବିରାଟ ନିଜସ୍ବ କାରଣରୁ ଟେଷ୍ଟ ସିରିଜର ଆରମ୍ଭ ଦୁଇଟି ମ୍ୟାଚରୁ ନିଜ ନାଁ ଫେରସ୍ତ ନେଇ ଯାଇଛନ୍ତି । ମାତ୍ର ଏହା ସ୍ପଷ୍ଟ କରାଯାଇନଥିଲା କି ସେ ସିରିଜର ବାକି ଟେଷ୍ଟ ଲାଗି ଉପଲବ୍ଧ ରହିବେ କି ରହିବେନି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.