ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ବିଶ୍ବକପ୍‌ ଇତିହାସରେ ହୋଇନଥିଲା ଏଭଳି ରେକର୍ଡ, ଶୀର୍ଷରେ ବିରାଟ କୋହଲି

ମୁମ୍ବାଇ: ୨୦୨୩ ବିଶ୍ବକପ୍‌ର ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରଙ୍କ କମାଲ ଦେଖିଲା ସାରା ବିଶ୍ବ । ଆଜିର ଏହି ମ୍ୟାଚ୍‌ରେ ବିରାଟ କୋହଲି ଏବଂ ଶ୍ରେୟସ ଆୟର ବିସ୍ଫୋରକ ଶତକ ହାସଲ କରିଛନ୍ତି । ଶୁଭମନ ଗିଲ ମଧ୍ୟ ଦମଦାର ବ୍ୟାଟି ସହ ୮୦ ରନ୍‌ କରିପାରିଛନ୍ତି । ରିଟାୟର୍ଡ ହଟ ହୋଇନଥିଲେ ଗିଲଙ୍କ ଶତକ ମଧ୍ୟ ଦେଖିବାକୁ ମିଳିଥାନ୍ତା । ସେପଟେ ଓପନର ରୋହିତ ଶର୍ମାଙ୍କ ୪୭ ରନ୍‌କୁ ନେଇ ବି ଚର୍ଚ୍ଚା ଥମିବାର ନାଁ ଧରୁନାହିଁ  । ଆଜିର ମ୍ୟାଚ୍‌ରେ ୪ଟି ଛକା ମାରିବା ସହ ରୋହିତ ନୂଆ ରେକର୍ଡ କରିଛନ୍ତି । 

ଆଜିର ମ୍ୟାଚ୍‌ରେ ବିଶେଷ କରି ବିରାଟ କୋହଲି ଅନେକ ରେକର୍ଡ ବ୍ରେକ କରିବାରେ ସକ୍ଷମ ହୋଇଛନ୍ତି । କ୍ରିକେଟର ଭଗବାନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ବି ପଛରେ ପକାଇ ଦେଇଛନ୍ତି ବିରାଟ କୋହଲି ।  ସଚିନଙ୍କ ରେକର୍ଡ ଭାଙ୍ଗି କୋହଲି ଆଜି ବିଶାଳ ରେକର୍ଡର ଅଧିକାରୀ ହୋଇଛନ୍ତି । ସେପଟେ ଜଣେ ଭାରତୀୟ ଏହି ରେକର୍ଡ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ସଚିନ ତେନ୍ଦୁଲକର । ୫୦ଟି ଶତକ ପୂରଣ କରିବାରେ ବିଶ୍ବର ପ୍ରଥମ ଖେଳାଳି ହୋଇଛନ୍ତି  ବିରାଟ କୋହଲି । 




 ଅନ୍ୟପଟେ ବିଶ୍ବକପର ନକଆଉଟ୍‌ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିପାରୁ ନଥିବା ନେଇ କୋହଲିଙ୍କ ଉପରେ ଯେଉଁ ଅଭିଯୋଗ ଥିଲା ତାହାକୁ ବିସ୍ଫୋରକ ଶତକ ସହ ଧୂଳିସାତ କରିଦେଇଛନ୍ତି କିଙ୍ଗ କୋହଲି । ୧୧୩ ବଲ୍‌ରେ ୧୧୭ ରନ୍‌ ବିଶାଳ ସ୍କୋର କରି ସେ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି । 

ସେପଟେ ଚଳିତ ବିଶ୍ବକପରେ ସବୁଠୁ ଅଧିକ ରନ୍‌ କରିବାରେ ବିରାଟ କୋହଲି ଏକ ନମ୍ବର ହୋଇଯାଇଛନ୍ତି । ଦୁନିଆର ବହୁ ବଡ଼ ବଡ଼ ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି ବିରାଟ । କୋହଲିଙ୍କ ଏହି ବିରାଟ ରେକର୍ଡକୁ ନେଇ ମଧ୍ୟ ଚର୍ଚ୍ଚା ଲାଗିରହିଛି । ଆଜିର ମ୍ୟାଚ୍‌ରେ ରୋହିତ ଶର୍ମା ଆଉଟ ହେବା ପରେ ବିରାଟ କୋହଲି ପଡ଼ିଆକୁ ଆସିଥିଲେ । ଟିମର ଭାର ସମ୍ଭାଳିଥିବା କୋହଲି ୫୯ଟି ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ । ଆଉ ଏହି ଅର୍ଦ୍ଧଶତକ ପୂରା କରିବା ସହ ବିଶ୍ବକପର କୌଣସି ଏକ ସିଜିନ୍‌ରେ ସର୍ବାଧିକ ରନ୍‌ ସ୍କୋର କରିଥିଲେ କୋହଲି । 

 ସର୍ବାଧିକ ରନ୍‌ ସହ କୋହଲି, ଡେଭିଡ ଓ୍ବାର୍ଣ୍ଣର (୬୪୭ ରନ୍‌), ରୋହିତ ଶର୍ମା (୬୪୮ ରନ୍‌), ମେଥ୍ୟୁ ହେଡେନ୍‌ (୬୫୯ ରନ୍‌), ସଚିନ ତେନ୍ଦୁଲକର (୬୭୩ ରନ୍‌)ଙ୍କୁ ପଛରେ ପକାଇ ଦେଇଛନ୍ତି । ତେବେ ଆଜିର ମ୍ୟାଚ୍‌ରେ ୧୧୭ ରନ୍ ସହ ଚଳିତ ବିଶ୍ବକପ୍‌ରେ ୭୧୧ ରନ୍‌ କରିସାରିଛନ୍ତି ବିରାଟ କୋହଲି । ସେପଟେ ଆଜିର ମ୍ୟାଚ୍‌ରେ ୫୦ ରନ୍ କରିବା ସହ ବିରାଟ କୋହଲିଙ୍କ ନାଁରେ ଆଉ ଏକ ରେକର୍ଡ  ଯୋଡି ହୋଇଯାଇଛି । ନକଆଉଟ ମ୍ୟାଚ୍‌ରେ ପ୍ରଥମ ଥର ସେ ଅର୍ଦ୍ଧଶତକ ଏବଂ ପରେ ଶତକ ପୂରା କରିଛନ୍ତି । ଏହା ସହ ଦିନିକିଆରେ ବିରାଟ କୋହଲି ମୋଟ ୭୨ ତମ ଅର୍ଦ୍ଧଶତକ ପୂରଣ କରିଛନ୍ତି । ଓ୍ବାଙ୍ଖେଡରେ ଖେଳାଯାଉଥିବା ଚଳିତ ବିଶ୍ବକପର ପ୍ରଥମ ସେମି ଫାଇନାଲ ମ୍ୟାଚରେ ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ ହରାଇ ୩୯୭ ରନ୍‌ କରିଛି ଟିମ୍‌ ଇଣ୍ଡିଆ

  • Virat Kohli
  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.