ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରୁଷୀ ମହିଳାଙ୍କୁ ପୁଟିନଙ୍କ ପରାମର୍ଶ, ଅତି କମରେ ୮ ସନ୍ତାନ ଜନ୍ମ ଦିଅ

ମସ୍କୋ,୦୨/୧୨: ଅତିକମ୍‌ରେ ୮ କିମ୍ବା ତା’ଠାରୁ ଅଧିକ ସନ୍ତାନ ଜନ୍ମ କରିବା ସହ ବଡ  ପରିବାର ଗଢ଼ିବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶର ମହିଳାମାନଙ୍କୁ ପରାମର୍ଶ ଦେଇଛନ୍ତି । ଗତ ମଙ୍ଗଳବାର ମସ୍କୋରେ  ଅନୁଷ୍ଠିତ ୱାର୍ଲ୍ଡ ରୁଷିଆନ ପିପୁଲ୍ସ କାଉନସିଲ  ବୈଠକକୁ ଭିଡିଓ କନଫରେନ୍ସିଂ ଯୋଗେ  ସମ୍ବୋଧନ କରି ପୁଟିନ କହିଛନ୍ତି ମହିଳାମାନେ  ବଡ ପରିବାରକୁ ନିଜର ଆଦର୍ଶ ଭାବେ ଗ୍ରହଣ  କରିବା ଆବଶ୍ୟକ । ଦେଶରେ ଏଭଳି କିଛି  ସମ୍ପ୍ରଦାୟ ଅଛନ୍ତି ଯେଉଁମାନେ ୪,୫ କିମ୍ବା  ତା’ଠାରୁ ଅଧିକ ପିଲା ଜନ୍ମ କରିବାର ପରମ୍ପରାକୁ  ବଜାୟ ରଖି ଆସିଛନ୍ତି । ପୂର୍ବରୁ ଆମର ଦାଦି, ପରଦାଦିଙ୍କର ୭, ୮ କିମ୍ବା ତା’ଠାରୁ ଅଧିକ  ପିଲା ଥିଲେ । ତେଣୁ ଆମକୁ ସେହି ଉତ୍କୃଷ୍ଠ ପରମ୍ପରାକୁ ସଂରକ୍ଷିତ ତଥା ପୁନର୍ଜିବୀତ କରିବାକୁ ପଡିବ । ତେଣୁ ଆଗାମୀ ଦଶନ୍ଧୀରେ ଜନସଂଖ୍ୟା ବୃଦ୍ଧି ଆମର ମୁଖ୍ୟ ଲକ୍ଷ୍ୟ ହେବା  ଉଚିତ । ପରିବାର କେବଳ ସମାଜ କିମ୍ବା ଦେଶର ମୂଳଦୁଆ ନୁହେଁ, ଏହା ଏକ ଆଧ୍ୟାତ୍ମିକ ଘଟଣା ଓ ନୈତିକତାର ସ୍ରୋତ ବୋଲି ପୁଟିନ କହିଛନ୍ତି ।  

ସୂଚନାଯୋଗ୍ୟ ଯେ ନବେ ଦଶକ ପରଠାରୁ  ରୁଷରେ ଜନସଂଖ୍ୟା ଦ୍ରୁତଗତିରେ ହ୍ରାସ  ପାଇବାରେ ଲାଗିଛି । ଗତବର୍ଷ ଫେବ୍ରୁଆରୀରେ  ଆରମ୍ଭ ହୋଇଥିବା ରୁଷ-ୟୁକ୍ରେନ ଯୁଦ୍ଧରେ  ଏପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ରୁଷୀ ନାଗରିକଙ୍କ  ମୃତ୍ୟୁ ଘଟିସାରିଲାଣି । ଆହୁରି ୯ ଲକ୍ଷରୁ  ଅଧିକ ଲୋକ ଦେଶଛାଡି ପଳାଇଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.