ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ରୋମାଞ୍ଚକର ବିଜୟ, ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ୨୫ ରନ୍‌ରେ ହରାଇଲା

ବେଙ୍ଗାଲୁରୁ,୦୧/୦୩: ଚଳିତ ମହିଳା  ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌)ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ  ବାଙ୍ଗାଲୋରକୁ ୨୫ ରନ୍‌ରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ତାଲିକାର ଶୀର୍ଷକୁ ଉନ୍ନୀତ ହୋଇଛି । ଏହି  ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୫  ୱିକେଟ୍‌ ବିନିମୟରେ ୧୯୪ ରନ୍‌ ସଂଗ୍ରହ କରିଥିଲା । ଜବାବରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୯ୱିକେଟ୍‌ ହରାଇ ୧୬୯  ରନ୍‌ କରିବାକୁ ସକ୍ଷମ ହୋଇଥିଲା ।  

୧୯୫ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରି ରୟାଲ୍‌  ଚ୍ୟାଲେଞ୍ଜର୍ସ ପ୍ରାରମ୍ଭରୁ ଆକର୍ଷଣୀୟ ବ୍ୟାଟିଂ କରିଥିଲା । ଅଧିନାୟିକା ସ୍ମୃତି ମନ୍ଧନା ଦର୍ଶନୀୟ ସଟ୍‌ମାନ ଖେଳି  ଦ୍ରୁତ ବେଗରେ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ।  ୭୭ରନ୍‌ର ଓପନିଂ ଭାଗିଦାରୀ ପରେ ସୋଫି ଡିଭାଇନ୍‌  ବ୍ୟକ୍ତିଗତ ୨୩(୧ଚୌକା, ୨ଛକା) ରନ୍‌ କରି ଆଉଟ୍‌  ହୋଇଥିଲେ । ମନ୍ଧନା ଆକ୍ରମଣ ଜାରି ରଖି ଦଳୀୟ  ସ୍କୋରକୁ ୧୧୨ରେ ପହଞ୍ଚାଇଥିଲେ । ସେ ୪୩ଟି ବଲ୍‌ରୁ  ୭୪(୧୦ଚୌକା, ୩ଛକା) ରନ୍‌ କରି ଆଉଟ୍‌ ହେବା  ପରେ ଘରୋଇ ଦଳ ଲୟ ହରାଇଥିଲା । ପରବର୍ତ୍ତୀ ବ୍ୟାଟରମାନେ ନିରାଶ କରିଥିଲେ । ଶେଷରେ ଦଳୀୟ  ସ୍କୋର ୯/୧୬୯ରେ ଅଟକି ଯାଇଥିଲା । ଅନ୍ୟମାନଙ୍କ  ମଧ୍ୟରେ ଏସ ମେଘନା ୩୬ ରନ୍‌ କରିଥିଲେ । ଦିଲ୍ଲୀ  କ୍ୟାପିଟାଲ୍ସ ପକ୍ଷରୁ ଜେସ ଜନାସେନ ୩ଟି ୱିକେଟ୍‌  ଅକ୍ତିଆର କରିଥିବାବେଳେ ମାରିଜେନ କାପ ଓ ଅରୁନ୍ଧତି ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।  

ପୂର୍ବରୁ ବ୍ୟାଟିଂ ଆମନ୍ତ୍ରଣ ପାଇ ଦିଲ୍ଲୀ କ୍ୟାପିଟାଲ୍ସ  ଦଳ ଧୂଆଁଧାର ବ୍ୟାଟିଂ କରିଥିଲା । ମେଗ ଲ୍ୟାନିଂ(୧୧)  ସହଳ ଆଉଟ୍‌ ହୋଇଥିଲେହେଁ ଅନ୍ୟ ଓପନର ଶେଫାଳି  ଚୌକା ଓ ଛକା ବର୍ଷା କରିଥିଲେ । ଆଲିସ କ୍ୟାପ୍‌ସି ତାଙ୍କୁ  ସହାୟତା କରିଥିଲେ । ଉଭୟ ୪୩ଟି ବଲରେ ୮୨ ର୍‌ ସଂଗ୍ରହ କରିବା ଫଳରେ ଦଳୀୟ ସ୍କୋର ୧୧୦ରେ  ପହଞ୍ଚିଥିଲା । ୩୧ଟି ବଲ୍‌ରୁ ୩ଚୌକା ଓ ୪ଛକା ବଳରେ  ୫୦ ରନ କରି ସେଫାଳି ଆଉଟ୍‌ ହୋଇଥିଲେ । ମଧ୍ୟ କ୍ରମ  ବ୍ୟାଟରମାନେ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବାରୁ  ଦଳୀୟ ସ୍କୋର ୧୯୪ରେ ପହଞ୍ଚିଥିଲା । କ୍ୟାପ୍‌ସି ୩୩ଟି  ବଲ୍‌ରୁ ୪୬(୪ଚୌକା, ୨ଛକା) ରନ୍‌ କରିଥିବାବେଳେ  ମାରିଜାନ କାପ୍‌ ୧୬ଟି ବଲ୍‌ରୁ ୩୨(୨ଚୌକା ଓ ୩ଛକା)  ରନ୍‌ର ପାଳି ଖେଳିଥିଲେ । ସେହିପରି ଜେସ ଜନାସେନ  ୧୬ଟି ବଲ୍‌ରୁ ଅପରାଜିତ ୩୬(୪ଚୌକା, ୨ଛକା)  ଓ ଅରୁନ୍ଧତୀ ରେଡ୍ଡୀ ୩ଟି ବଲ୍‌ରୁ ଅପରାଜିତ ୧୦  ରନ୍‌ କରିଥିଲେ । ରୟାଲ୍‌ ଚ୍ୟାଲେଞ୍ଜର୍ସ ପକ୍ଷରୁ ସୋଫି  ଡିଭାଇନ ଓ ନାଦିନ ଡି କ୍ଲର୍କ ୨ଟି ଲେଖାଏଁ ୱିକେଟ୍‌  ନେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.