ପ୍ରମୁଖ ଖବର
  • ଇଓଡବ୍ଲ୍ୟୁ ପଞ୍ଝାରେ ୨ କୁଖ୍ୟାତ କ୍ରିପ୍ଟୋ ଠକ, ୧୫ କୋଟି ଟଙ୍କାର ଠକେଇ ଅଭିଯୋଗ
  • ||
  • ସ୍ଵାମୀ ସରୋଜଙ୍କ ସହ ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ, ବିଜେଡିରୁ ଦେଇଥିଲେ ଇସ୍ତଫା
  • ||
  • ମେ ୩୧ରେ ଆସିବ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି’, ଦେଖିବାକୁ ମିଳିବ ରାଜକୁମାର-ଜାହ୍ନବୀଙ୍କ ଜବରଦସ୍ତ କେମେଷ୍ଟ୍ରି
  • ||
  • ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼: ଟ୍ୱିନ୍‌ ସିଟିରେ ଆଳୁ କିଲୋ ୩୦ ଟଙ୍କା, ସପ୍ତାହକରେ ୮ ଟଙ୍କା ବଢ଼ିଲାଣି
  • ||
  • ପ୍ଲାଷ୍ଟିକ ବଜାରକୁ ନେଇ ବିବାଦ: ଆଜି ୧୨ ସଂଘ-ବିଏମ୍‌ସି ବୈଠକ
  • ||
  • ସୋମବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ଉତ୍ସବ, ମଙ୍ଗଳବାର ଶ୍ରୀଜିଉଙ୍କ ରଥଯାତ୍ରା
  • ||
  • ପାରାଦୀପରେ ୬୧ ଦିନ ଯାଏଁ ମାଛଧରା ବନ୍ଦ, ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ
  • ||
  • ଓଡ଼ିଶାରେ ମୋଦି ନୁହେଁ, ‘ନବୀନ ଗ୍ୟାରେଣ୍ଟି’: ଚାଲିଛି ମତାମତ ସଂଗ୍ରହ, ଖୁବ୍‌ଶୀଘ୍ର ବିଜେଡିର ଇସ୍ତାହାର
  • ||
  • IPL 2024: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ଟକ୍କର, ରୟାଲର କ୍ଲାସେନ ଭୟ
  • ||
  • ରାଜ୍ୟରେ ପୁଣି ପ୍ରଚଣ୍ଡ ତାତି, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ: ୧୮ ଯାଏ ଭୀଷଣ ଗ୍ରୀଷ୍ମପ୍ରବାହ
  • ||

WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ

ବେଙ୍ଗାଲୁରୁ,୨୭/୦୨: ଚଳିତ ମହିଳା ପ୍ରିମିୟର ଲିଗ୍‌ରେ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହ ଦିଲ୍ଲୀ  କ୍ୟାପିଟାଲ୍ସ ବିଜୟ ଖାତା ଖୋଲିଛି । ରବିବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୯ ୱିକେଟ୍‌ରେ ୟୁପି ୱାରିୟର୍ସକୁ ପରାସ୍ତ କରିଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୟୁପି ୱାରିୟର୍ସ ୯ ୱକେଟ୍‌ ବିନିମୟରେ ୧୧୯ ରନ୍‌ ସଂଗ୍ରହ କରିଥିଲା । ଜବାବରେ ଦିଲ୍ଲୀ  କ୍ୟାପିଟାଲ୍ସ ୧୪.୩ ଓଭରରେ ୧ ୱିକେଟ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା ।  

ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଆଜି ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଫଳପ୍ରଦ ରହିଥିଲା । ୟୁପି ୱାରିୟର୍ସ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ବ୍ରିନ୍ଦା ଦିନେଶ ଖାତା ଖୋଲିପାରି ନଥିବାବେଳେ ଆଲିସା  ହିଲି ୧୩ ଓ ତାହିଲା ମ୍ୟାକ୍‌ଗ୍ରା ୧ ରନ୍‌ କରି ପାଭିଲିୟନ ଫେରିଥିଲେ । ମଧ୍ୟ ଭାଗରେ ଶ୍ୱେତା ସେରାୱତ ଲଢୁଆ ବ୍ୟାଟିଂ କରିବା ଫଳରେ ଦଳୀୟ ସ୍କୋର ୧୧୯ରେ ପହଞ୍ଚିଥିଲା । ସେ ୫ଚୌକା ଓ ୧ଛକା ବଳରେ ୪୫ ରନ୍‌ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ରେସ ହ୍ୟାରିସ ୧୭, କିରଣ ନାଭଗିରେ ୧୦ ଓ ପୁନମ ଖେମନର ୧୦ରନ୍‌  କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ରାଧା ଯାଦବ  ୪ଟି ଓ ମାରିଜାନ କାପ୍‌ ୩ଟ ୱିକେଟ୍‌ ନେଇଥିଲେ ।  

ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସର ଦୁଇ ଓପନର  େ ମ ଗ ଲ୍ୟାନିଂ ଓ ଶେଫାଳି ବର୍ମା  ବିସ୍ଫୋରକ ବ୍ୟାଟିଂ କରି  ୧୪.୧ ଓଭରରେ ଦଳୀୟ ସ୍କୋରକୁ ୧୧୯ରେ ପଞ୍ଚାଇ  ଦେଇଥିଲେ । ପରବର୍ତ୍ତୀ ବଲ୍‌ରେ ଲ୍ୟାନିଂ  ଆଉଟ୍‌ ହୋଇଥିଲେ । ସେ ୬ଚୌକା ବଳରେ  ୫୧ ର୍‌ କରିଥିଲେ। ଏହାପରେ ବ୍ୟାଟିଂ କରିବାକୁ  ଆସିଥିବା ଜେମିମା ରୋଡ୍ରିଗ୍ସ ଚୌକା ମାରି ଦଳକୁ  ବିଜୟୀ କରାଇଥିଲେ । ଶେଫାଳି ୪୩ଟି ବଲ୍‌ରୁ ୬ଚୌକା ଓ ୩ଛକା ବଳରେ ୬୪ ରନ୍‌ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.