ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜୟର ସବୁ ରେକର୍ଡ ଭାଙ୍ଗି ସରକାର ଗଢ଼ିବୁ : ବିଜେଡି

ଭୁବନେଶ୍ୱର, ୨୪/୦୨ : ୨୦୨୪ ନିର୍ବାଚନରେ ବିଜେଡି ଓଡ଼ିଶାର ୧୮ ଲୋକସଭା ଆସନ ଜିତିପାରେ। ଏହାସହ ବିଧାନସଭାର୧୪୭ ଆସନ ମଧ୍ୟରୁ ୧୨୮ଟି ଆସନରେ ବିଜେଡି ବାଜିମାତ୍‌ କରିବ ବୋଲି ଏକ ଜାତୀୟ ସଂସ୍ଥା ସର୍ଭେ ରିପୋର୍ଟ ଜାରି କରିଛି। ଏହି ସର୍ଭେ ରିପୋର୍ଟକୁ ନେଇ ବିଜେଡି ଶିବିର ପୂରା ଉତ୍ସାହିତ । ବିଜେଡି କହିଛି, ଏଥର ରେକର୍ଡ ସଂଖ୍ୟକ ଆସନ ଜିତି ବିଜେଡି ନୂଆ ଇତିହାସ ସୃଷ୍ଟି କରିବ ଓଡ଼ିଶାରେ । ଷଷ୍ଠ ଥର ପାଇଁ ସରକାର ଗଢ଼ିବ ବିଜେଡି । ନବୀନ ପଟ୍ଟନାୟକ ଦେଶର ସର୍ବଧିକ କାଳ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିବେ।  

ବିଜେଡି ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର, ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର, ଇପ୍‌ସିତା ସାହୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆଗାମୀ ବିଧାନସଭା ନିର୍ବାଚନରେ ବିଜେଡି ଏକ ଐତିହାସିକ ବିଜୟ ହାସଲ କରିବାକୁ ଯାଉଛି । ଏକ ଜାତୀୟ ସର୍ଭେରୁ ଜଣାପଡ଼ିଛି, ୧୨୮ ବିଧାନସଭା ଆସନ ବିଜେଡି ଜିତିବାକୁ ଯାଉଛି । ଏମିତିକି ୧୭ଟି ଲୋକସଭା ନିର୍ବାଚନମଣ୍ଡଳୀରେ ସମସ୍ତ ୭ରୁ ୭ଟି ଲେଖାଏଁ ବିଧାନସଭା ଆସନକୁ ବିଜେଡି ପୂରା ପୋଛି ନେବ । ବାକି ୪ଟି ଲୋକସଭା ନିର୍ବାଚନମଣ୍ଡଳୀରୁ ୨ରୁ୩ଟି ଲେଖାଏଁ ବିଧାନସଭା ଆସନକୁ ଜିତିବ ବିଜେଡି । ଏଥର ବିଜୟ ପୂର୍ବର ସବୁ ରେକର୍ଡ ଭାଙ୍ଗିବ । ୧୯୯୦ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଜନତା ଦଳ ଓଡ଼ିଶା ବିଧାନସଭାରେ ୧୨୩ ଆସନ ଜିତି ରେକର୍ଡ କରିଥିଲା । ଏଯାବତ୍‌ ଏହା ସର୍ବକାଳୀନ ରେକର୍ଡ ହୋଇ ରହିଛି । ବିଜୁ ବାବୁଙ୍କ ସୁପୁତ୍ର ନବୀନ ବାବୁ ଏହି ରେକର୍ଡକୁ ଟପିବେ ବୋଲି ସର୍ଭେରେ କୁହାଯାଇଛି । ଏହା ପ୍ରମାଣିତ କରୁଛି, ଓଡ଼ିଶାବାସୀଙ୍କ ଆଶୀର୍ବାଦ ବିଜେଡି ସହିତ ରହିଛି । ବିଜେଡି ନୂଆ ଇତିହାସ ରଚିବାକୁ ଯାଉଛି । ସେହିପରି ଲୋକସଭାରେ ବିଜେଡି ୨୧ରୁ ୧୮ଟି ଆସନ ଜିତିବ ।  ସୂଚନାଯୋଗ୍ୟ, ଏହି ସର୍ଭେ ଅନୁସାରେ ବିଧାନସଭାରେ ବିଜେପି ୧୩, କଂଗ୍ରେସ ୪, ସିପିଏମ ୧ ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନ ଜିତିବା ନେଇ ଆକଳନ କରାଯାଉଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.