ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରବିବାର ୭ ଜିଲ୍ଲାରେ ବର୍ଷା, ଘଡ଼ଘଡି ସମ୍ଭାବନା: ଦିନରେ ତାତି ଆହୁରି ବଢ଼ିପାରେ

ଭୁବନେଶ୍ୱର,୦୩/୦୩: ରବିବାର ୭ଟି ଜିଲ୍ଲାରେ  ହାଲୁକା ବର୍ଷା ସହ ଘଡ଼ଘଡ଼ି  ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ  କରିଛି । ତଥାପି ଆସନ୍ତା ଦୁଇ  ଦିନରେ ଦିନ ତାପମାତ୍ରା ପ୍ରାୟ  ଦୁଇ ଡିଗ୍ରୀ ବଢ଼ିବ ବୋଲି  ଆକଳନ ହୋଇଛି । 

ଶନିବାର ୧୩ ସହରର  ତାପମାତ୍ରା ୩୫ ଡିଗ୍ରୀ ଉପରେ  ଥିଲା । ଭୁବନେଶ୍ୱରରେ ୩୬.୮  ଓ ବଲାଙ୍ଗୀରରେ ୩୬.୭ ଡିଗ୍ରୀ  ରେକର୍ଡ ହୋଇଛି । ନୟାଗଡ଼ରେ  ୩୬.୫, ସୋନପୁରରେ ୩୬.୨,  ଟିଟିଲାଗଡ଼ ଓ ଭବାନୀପାଟଣାରେ  ୩୬ ଡିଗ୍ରୀ ରେକର୍ଡ ହୋଇଛି । ଢେଙ୍କାନାଳରେ ୩୫.୭,  ଜଗତ୍‌ସିଂହପୁରରେ ୩୫.୫,  ରାୟଗଡ଼ାରେ ୩୫.୪, ବୌଦ୍ଧରେ  ୩୫.୨ ଡିଗ୍ରୀ ରେକର୍ଡ ହୋଇଛି । 

୩ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ବରଗଡ଼,  ସମ୍ବଲପୁର, ମୟୂରଭଞ୍ଜ ଓ  ବାଲେଶ୍ୱର ଜିଲ୍ଲାରେ ହାଲୁକା ବର୍ଷା  ସମ୍ଭାବନା ଅଛି । କିଛି ସ୍ଥାନରେ  ଘଡ଼ଘଡ଼ି ହୋଇପାରେ । ୪ରେ  ମୟୂରଭଞ୍ଜ ଓ ବାଲେଶ୍ୱରରେ ବର୍ଷା  ହୋଇପାରେ ବୋଲି ପାଣିପାଗ  ବିଭାଗ ପୂର୍ବାନୁମାନ କରିଛି ।

  • prameyanews
  • PrameyaOdia
  • prameya
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.