ନୂଆଦିଲ୍ଲୀ, ୦୪/୧୧: ୫ ରାଜ୍ୟର ନିର୍ବାଚନ ପୂର୍ବରୁ ଆସିଛି ପ୍ରାକ୍ ନିର୍ବାଚନୀ ପୋଲ୍ ଫଳାଫଳ । ଏବିପି ନ୍ୟୁଜ୍ ସି-ଭୋଟର ସର୍ଭେର ଆକଳନ ଅନୁସାରେ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବଦଳିବ କ୍ଷମତା । ଅର୍ଥାତ୍ ରାଜସ୍ଥାନବାସୀ ପ୍ରତି ୫ ବର୍ଷରେ ସରକାର ବଦଳାଇବା ପ୍ରକ୍ରିୟା ଜାରି ରଖିବେ । ହାତ ହାତରୁ ଶାସନ ବିଜେପି କାନ୍ଧକୁ ଯିବ । ସେପଟେ ମଧ୍ୟପ୍ରଦେଶରେ ଗାଦିରେ ବସିଥିବା ଶିବରାଜଙ୍କୁ କ୍ଷମତାଚ୍ୟୁତ୍ କରିବେ କମଲନାଥ ।
ସି ଭୋଟରେ ସର୍ଭେରେ କଂଗ୍ରେସକୁ ଝଟକା, ତେଲଙ୍ଗାନାରେ ହ୍ୟାଟ୍ରିକ୍ ମାରିବେ କେସିଆର୍ !
ମଧ୍ୟପ୍ରଦେଶରେ କଂଗ୍ରେସ !
ମଧ୍ୟପ୍ରଦେଶରେ ସି-ଭୋଟର ସର୍ଭେ ଫଳାଫଳ ଅନୁସାରେ, ୪୨ ପ୍ରତିଶତ ଜନତା ମୁଖ୍ୟମନ୍ତ୍ରୀ ଭାବେ କମଲନାଥଙ୍କୁ ପସନ୍ଦ କରିଥିବା ବେଳେ ୩୮ ପ୍ରତିଶତ ଲୋକ ଶିବରାଜ ସିଂ ଚୌହାନଙ୍କୁ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ୮ ପ୍ରତିଶତ ଜନତାଙ୍କ ପସନ୍ଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ।
ସର୍ଭେ ଅନୁସାରେ ମଧ୍ୟପ୍ରଦେଶରେ କଂଗ୍ରେସ ଦଳକୁ ୪୫ ପ୍ରତିଶତ, ବିଜେପିକୁ ୪୨ ପ୍ରତିଶତ ଓ ଅନ୍ୟ ଦଳକୁ ୧୩ ପ୍ରତିଶତ ଭୋଟ୍ ମିଳିପାରେ । ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ବହୁମତ ହେଉଛି ୧୧୬ । ଆକଳନ ଅନୁସାରେ, କଂଗ୍ରେସକୁ ୧୧୮ରୁ ୧୩୦ ଆସନ, ବିଜେପିକୁ ୯୯ରୁ ୧୧୧ ଆସନ ଏବଂ ଅନ୍ୟ ଦଳକୁ ୨ଟି ଆସନ ମିଳିପାରେ । ଅର୍ଥାତ୍ ମଧ୍ୟପ୍ରଦେଶରେ ପୂର୍ଣ୍ଣ ବହୁମତ ପାଇପାରେ କଂଗ୍ରେସ ।
ଭୋଟିଂର ୩ ଦିନ ପୂର୍ବରୁ ଛତିଶଗଡ଼ରେ ଲାଲ୍ ହିଂସା, ପ୍ରଚାର ବେଳେ ବିଜେପି ନେତାଙ୍କୁ ହତ୍ୟା କଲେ ମାଓବାଦୀ
ରାଜସ୍ଥାନରେ ବିଜେପି !
ରାଜସ୍ଥାନରେ ୪୦.୭ ପ୍ରତିଶତ ଜନତା ଅଶୋକ ଗେହଲଟଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ବେଳେ ୨୪.୭ ପ୍ରତିଶତଙ୍କ ପସନ୍ଦ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ । ସେହିଭଳି ୧୦.୫ ପ୍ରତିଶତଙ୍କ ପସନ୍ଦ ସଚିନ୍ ପାଇଲଟ୍ ।
୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ବହୁମତ ହେଉଛି ୧୦୧ । ସର୍ଭେ ଫଳାଫଳ ଅନୁସାରେ, ରାଜସ୍ଥାନରେ ବିଜେପି ୧୧୪ରୁ ୧୨୪ ଆସନ, କଂଗ୍ରେସ ୬୬ରୁ ୭୭ ଆସନ ଓ ପାଇପାରେ ।
ସେମିଫାଇନାଲ୍ ରେସରେ ପାକିସ୍ତାନ, ଫଖର ଜମାନଙ୍କ ଅପରାଜିତ ଶତକ, ହାରିଲା ନ୍ୟୁଜିଲାଣ୍ଡ