ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

କ’ଣ ଏହି ଡର୍ମା ହ୍ୟାକିଙ୍ଗ୍ ? ଯାହାକୁ ଏବେ ଫୋଲୋ କରୁଛନ୍ତି ବ୍ୟୁଟିସିଆନ୍

ନୂଆଦିଲ୍ଲୀ ୧୩/୧୧: ତ୍ୱଚା ଏବଂ ଚେହେରା ପ୍ରତି ଏବେ ଅନେକ ଲୋକ ଯତ୍ନବାନ ହେଲେଣି । ବିଭିନ୍ନ ପ୍ରକାର  ସ୍କିନ୍‌ କେୟାର ପ୍ରଡକ୍ଟ ବ୍ୟବହାର କରିବା ସହିତ ଘରୋଇ ଉପଚାରର ମଧ୍ୟ ସାହାଯ୍ୟ ନେଉଛନ୍ତି । ତେବେ ଆଜିକାଲି ଅନେକ ଲୋକ ତ୍ୱଚାର ଯତ୍ନ ରଖିବା ପାଇଁ ଡର୍ମା  ହ୍ୟାକିଙ୍ଗ୍‌ର ସାହାରା ନେଉଛନ୍ତି । ସୁନ୍ଦର ଏବଂ ଆକର୍ଷଣୀୟ ତ୍ୱଚା ପାଇବା ପାଇଁ ଡର୍ମା  ହ୍ୟାକିଙ୍ଗ୍‌ ଅନୁସରଣ କରୁଛନ୍ତି । ହେଲେ ଏହି ଡର୍ମା ହ୍ୟାକିଙ୍ଗ୍‌ କ’ଣ ଜାଣିଛନ୍ତି? 

ଡର୍ମା  ହ୍ୟାକିଙ୍ଗ୍‌କୁ ସ୍କିନ୍‌ ହ୍ୟାକିଙ୍ଗ୍‌ ଏବଂ ସ୍କିନିଙ୍ଗ୍‌ ମଧ୍ୟ କୁହାଯାଇଥାଏ । ବିଭିନ୍ନ ପ୍ରକାର ଉପାୟରେ  ତ୍ୱଚାକୁ ସୁରକ୍ଷା ଦେବାକୁ କୁହାଯାଇଥାଏ ଡର୍ମା ହ୍ୟାକିଙ୍ଗ୍‌ । ଏଥିରେ ତ୍ୱଚାକୁ ସୁରକ୍ଷା କିମ୍ବା  ଯତ୍ନରେ ରଖିବା ପାଇଁ ଘରୋଇ ଉପଚାର ସମେତ ପ୍ରଶିକ୍ଷିତ ଡର୍ମାଟୋଲୋଜିଷ୍ଟମାନଙ୍କ ଦ୍ୱାରା କରାଯାଉଥିବା ଅଧିକ ଉନ୍ନତ ପ୍ରକ୍ରିୟା ମଧ୍ୟ ସାମିଲ୍‌ ହୋଇଥାଏ । ବ୍ରଣ ସମସ୍ୟା,  ତ୍ୱଚା କୁଞ୍ଚନ, ଦାଗ, ତ୍ୱଚାକୁ ସଫା ରଖିବା, ଚେହେରାକୁ ଅଧିକ ସୌନ୍ଦର୍ଯ୍ୟ କରିବା ପାଇଁ ଲେଜର ଉପଚାର ମଧ୍ୟ ଡର୍ମା ହ୍ୟାକିଙ୍ଗ୍‌ର ଅଂଶ ହୋଇଥାଏ । 

ତ୍ୱଚା ବିଶେଷଜ୍ଞଙ୍କ  ମତରେ, ଡର୍ମା ହ୍ୟାକିଙ୍ଗ୍‌ ଏମିତି ଏକ ପ୍ରକ୍ରିୟା ଯାହା ସାବଧାନତାର ସହିତ କରାଯିବା  ଉଚିତ୍‌ । ଏହା ନିଶ୍ଚିତ ଭାବେ ପ୍ରଭାବଶାଳୀ ଫଳ ଦେଇଥାଏ । କିନ୍ତୁ ପ୍ରଶିକ୍ଷିତ   ଚିକିତ୍ସକମାନଙ୍କ ଦ୍ୱାରା କରାଯିବା ଦରକାର । ନଚେତ୍‌ ଏହା ତ୍ୱଚାକୁ ଖରାପ କରିବାର  ଭୟ ରହିଛି । ପ୍ରଶିକ୍ଷିତ ତ୍ୱଚା ବିଶେଷଜ୍ଞ କିମ୍ବା ଲାଇସେନ୍ସପ୍ରାପ୍ତ ଡର୍ମାଟୋଲୋଜିଷ୍ଟ୍‌ଙ୍କ  ଦ୍ୱାରା କରାଯାଉଥିବା ଡର୍ମା ହ୍ୟାକିଙ୍ଗ୍‌ର ବିଭିନ୍ନ ପ୍ରକ୍ରିୟା ଘରେ ନିଜ ଦ୍ୱାରା କରାଯାଉଥିବା  ଉପଚାର ତୁଳନାରେ ଅଧିକ ସୁରକ୍ଷିତ ହୋଇଥାଏ । ବୟସ ବଢିବା ସହିତ ତ୍ୱଚାରେ  ଦାଗ ଆସେ ଏବଂ ତ୍ୱଚା ଢିଲା ପଡିଆସେ । କିନ୍ତୁ ଡର୍ମା ହ୍ୟାକିଙ୍ଗ୍‌ ପ୍ରକ୍ରିୟା ଲେଜର   ଟେକ୍ନୋଲୋଜି ମାଧ୍ୟମରେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ଏବଂ ପୁଣିଥରେ ସୁନ୍ଦର  ତ୍ୱଚା ମିଳିପାରେ । 

Copyright © 2022 - Summa Real Media Private Limited. All Rights Reserved.