ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

କଂଗ୍ରେସ ହାତମୁଠାକୁ ଆସିବ ତେଲଙ୍ଗାନା ! ମୁଖ୍ୟମନ୍ତ୍ରୀ ଦାବିଦାର୍ ରେୱନ୍ତ ରେଡ୍ଡୀ କିଏ ?

Published By : Sushanta Sahu | December 3, 2023 1:20 PM

ହାଇଦ୍ରାବାଦ, ୦୩/୧୨: ତେଲଙ୍ଗାନା ବିଧାନସଭା ଭୋଟ୍ ଗଣତି ଜାରି ରହିଛି । ୧୧୯ ଆସନ ବିଧାନସଭା ଆସନ ବିଶିଷ୍ଟ ତେଲଙ୍ଗାନାରେ ଦିନ ଗୋଟାଏ ସୁଦ୍ଧା ୬୨ ଆସନରେ କଂଗ୍ରେସ, ୪୨ ଆସନରେ ବିଆରଏସ୍, ୯ ଆସନରେ ବିଜେପି, ୪ ଆସନରେ ଏଆଇଏମ୍ଆଇଏମ୍ ଓ ଗୋଟିଏ ଆସନରେ ସିପିଆଇ ପ୍ରାର୍ଥୀ ଆଗୁଆ ରହିଛନ୍ତି ।

ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ, କେସିଆରଙ୍କ ବିଆରଏସ ହାତରୁ ତେଲଙ୍ଗାନା ଖସିବାକୁ ଯାଉଛି । ଯଦି ଟ୍ରେଣ୍ଡ ରେଜଲ୍ଟରେ ପରିଣତ ହୁଏ ତାହେଲେ ତେଲଙ୍ଗାନାରେ କଂଗ୍ରେସ ସରକାର ଗଢ଼ିବ । ୧୧୯ ବିଧାନସଭା ଆସନ ବିଶିଷ୍ଟ ତେଲଙ୍ଗାନାରେ ସରକାର ଗଢ଼ିବା ଲାଗି ବହୁମତ ହେଉଛି ୬୦ । ବିଆରଏସକୁ କଡ଼ା ଟକ୍କର ଦେଉଥିବା କଂଗ୍ରେସ କ୍ଷମତାକୁ ଆସିଲେ କିଏ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଆସନ୍ତୁ ନଜର ପକାଇବା…

ତେଲେଙ୍ଗାନାରେ କିଏ ? କଂଗ୍ରେସ ନା ବିଆରଏସ ? ବହୁତ ପଛରେ ପଡିଛି ବିଜେପି…

ଏ ରେୱନ୍ତ ରେଡ୍ଡୀ

ତେଲଙ୍ଗାନା କଂଗ୍ରେସର ରାଜ୍ୟ ସଭାପତି ହେଉଛନ୍ତି ଏ ରେୱନ୍ତ ରେଡ୍ଡୀ । ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠୁ ଅଧିକ ଦାବିଦାର । ୧୯୬୯ରେ ଅବିଭକ୍ତ ଆନ୍ଧ୍ରପ୍ରଦେଶର ମହବୁବନଗର ଜିଲ୍ଲାରେ ଜନ୍ମ ହୋଇଥିଲେ ରେୱନ୍ତ । ଛାତ୍ର ଜୀବନରୁ ରେୱନ୍ତ ରାଜନୀତିକୁ ଆସିଥିଲେ । ଉସମାନିଆ ବିଶ୍ୱବିଦ୍ୟାଳୟରେ ସ୍ନାତକ ବେଳେ ଏବିଭିପିରେ ଯୋଗ ଦେଇଥିଲେ । ପରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପିରେ ସାମିଲ୍ ହୋଇଥିଲେ । ୨୦୦୯ରେ ଟିଡିପି ଟିକେଟରେ କୋଣ୍ଡାଗଲ ଆସନରୁ ବିଧାନସଭା ନିର୍ବାଚନ ଲଢ଼ି ଜିତିଥିଲେ । ୨୦୧୪ରେ ତାଙ୍କୁ ଟିଡିପି ଗୃହର ନେତା କରିଥିଲା । ୨୦୧୭ରେ ଟିଡିପି ଛାଡ଼ି କଂଗ୍ରେସ ହାତ ଧରିଥିଲେ ସେ । ୨୦୧୮ରେ କୋଣ୍ଡାଗଲ ଆସନରୁ କଂଗ୍ରେସ ଟିକେଟରେ ଲଢ଼ି ହାରି ଯାଇଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ମଲକାଜାଗିରି ଆସନରୁ ଲଢ଼ି ୧୦ ହଜାର ଭୋଟରେ ବିଜୟୀ ହୋଇଥିଲେ ।

୩ ରାଜ୍ୟରେ ବିଜେପିର ଉତ୍ସାହଜନକ ପ୍ରଦର୍ଶନ, ସନ୍ଧ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ ପିଏମ୍ ମୋଦି

ଏନ୍. ଉତ୍ତମ କୁମାର ରେଡ୍ଡୀ

ଏହା ଛଡ଼ା ଏନ୍. ଉତ୍ତମ କୁମାର ରେଡ୍ଡୀଙ୍କୁ ନେଇ ତେଲଙ୍ଗାନା କଂଗ୍ରେସରେ ଚର୍ଚ୍ଚା ହେଉଛି । ୧୯୯୯ରେ କୋଡ଼ାଦ ଆସନରୁ ଉତ୍ତମ ବିଜୟୀ ହୋଇଥିଲେ । ୨୦୦୪ରେ ବି ଜିତିଥିଲେ । ୨୦୦୯ରେ ଆସନ ବଦଳିବା ପରେ ଲୋକପ୍ରିୟତା କମି ନଥିଲା ପୁଣି ବାଜି ମାରିଥିଲେ । ୨୦୧୪ରେ ବି ହୁଜୁରନଗର ଆସନରୁ ବିଜୟୀ ହୋଇ ମନ୍ତ୍ରୀ ହୋଇଥିଲେ ।

ଏହି ୨ ନେତାଙ୍କୁ ବାଦ୍ ଦେଲେ କେ. ଜନା ରେଡ୍ଡୀ, କୋମାଟି ରେଡ୍ଡୀ, ମଲ୍ଲୁ ଭଟ୍ଟି ବିକ୍ରମାର୍କ, ଟି ଜୀବନ ରେଡ୍ଡୀ, ରେଣୁକା ଚୌଧରୀ ଓ ଦାମୋଦର ରାଜନରସିହ୍ନାଙ୍କ ନାଁ ମୁଖ୍ୟମନ୍ତ୍ରୀ ଦାବିଦାର୍ ଭାବେ ଚର୍ଚ୍ଚା ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.