ପ୍ରମୂଖ ଖବର

ଏହି ସୁନ୍ଦରୀ ମହିଳା ସ୍ଥିର କରିବେ ଆମେରିକାର ନୂଆ ରାଷ୍ଟ୍ରପତି କିଏ! ଜିତିବା ପାଇଁ ବାଇଡେନ୍ ଓ ଟ୍ରମ୍ପ ଖୁବ୍‌ ଆଶାବାଦୀ

ନୂଆଦିଲ୍ଲୀ : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ସଡ଼କରୁ ନେଇ ସୋସିଆଲ ମିଡ଼ିଆ ସବୁ ଜାଗାରେ ଚାଲିଛି ହଙ୍ଗାମା। ଜୋ ବାଇଡେନ୍‌ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ। ଅନେକ ଲୋକଙ୍କ ଅନୁମାନ ଯେ , ବାଇଡେନଙ୍କ ଉପରେ ଟ୍ରମ୍ପ ଖୁବ୍‌ ଭାରି ହୋଇ ପାରନ୍ତି, ହେଲେ ତାଙ୍କ ଉପରେ ଲାଗିଥିବା ଅଭିଯୋଗ ତାଙ୍କୁ ନିଶ୍ଚୟ ମୁସ୍କିଲରେ ବି ପକାଇପାରେ। 

ଏହି ହେତୁ ଆପଣଙ୍କୁ ଜଣା ଯେ,ଭାରତର ତୁଳନାରେ ଆମେରିକୀୟ ନିର୍ବାଚନ ଭିନ୍ନ ପ୍ରକାରର ହୋଇଥାଏ। ଏଠାରେ କେବଳ ରାସ୍ତାରେ ଲୋକଙ୍କୁ ଆଶା ଦେଖାଇବା କି ବୁଝାଇବା ଯଥେଷ୍ଟ ହୋଇ ନଥାଏ, ସୋସିଆଲ ମିଡ଼ିଆରେ ସେହି ବ୍ୟକ୍ତିଙ୍କୁ ନେଇ କଣ ହାୱା ରହିଛି ? ଏହା ବି ଜରୁରୀ ହୋଇଥାଏ। ଆମେରିକାରେ ଲୋକେ କେବଳ ପ୍ରାର୍ଥୀଙ୍କ କଥା ନୁହେଁ ସୋସିଆଲ ମିଡ଼ିଆରେ ବଡ଼ ବଡ଼ ଇନଫ୍ଲୁଏନ୍ସରଙ୍କର ମଧ୍ୟ ମତ ନେଇଥାନ୍ତି କି , ତାଙ୍କର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ପ୍ରତି କଣ ଦୃଷ୍ଟିଭଙ୍ଗୀ ରହିଛି।

ଆମେରିକାରେ ସୋସିଆଲ ମିଡ଼ିଆ ସେନସେସନ ଟେଲର ସ୍ୱିଫ୍ଟ ଖୁବ୍‌ ଲୋକପ୍ରିୟ। ହେଲେ ସେ ରାଜନୀତି ଠାରୁ ନିଜକୁ ଖୁବ ଦୂରେଇ ନିଶ୍ଚୟ ରଖିଛନ୍ତି, ହେଲେ ଏହି ଆମେରିକୀୟ ସିଙ୍ଗର ସୁପରଷ୍ଟାରଙ୍କ କୋଟି କୋଟି ପ୍ରଶଂସକ ତାଙ୍କର ରାୟକୁ ଖୁବ୍ ଗୁରୁତ୍ୱ ଦେଇଥାନ୍ତି। ତାଙ୍କ ପାଇଁ ଏହିକଥା ଖୁବ୍‌ ଅର୍ଥପୂର୍ଣ୍ଣ ଥାଏ କି ଟେଲରଙ୍କର ନଜରରେ ଆମେରିକୀୟ ରାଷ୍ଟ୍ରପତି କିଏ ହେବା ଉଚିତ୍‌ ? 

ଏଥିପାଇଁ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ଏହା ଜାଣିବାରେ ଖୁବ୍‌ ଉତ୍ସାହ ବଢି ଯାଇଛି କି ଜୋ ବାଇଡେନ ଓ ଡୋନାଲ୍ଡ ଟ୍ରମ୍ପ ଉଭୟଙ୍କ ମଧ୍ୟରୁ କାହାକୁ ଟେଲର ପସନ୍ଦ କରନ୍ତି। ନିକଟରେ ରେଡଫିଲ୍ଡ ଓ ୱିଲଟନ ଷ୍ଟ୍ରାଟେଜିଜ ନ୍ୟୁଜୱିକ୍‌ ପାଇଁ ଏକ ପୋଲ୍‌ ମଧ୍ୟ କରିଛନ୍ତି। ଯେଉଁଥିରେ ଲୋକଙ୍କୁ ଏହି ପ୍ରଶ୍ନ କରାଯାଉଛି କି ସେ କଣ ଟେଲରଙ୍କ ଦ୍ୱାରା ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ହିଁ ଭୋଟ ଦେବାକୁ ପସନ୍ଦ କରିବେ ? 

ପୋଲରୁ ଜଣାପଡ଼ିଛି ଯେ, ୧୮ ପ୍ରତିଶତ ମତାଦାତାଙ୍କ କହିବାନୁସାରେ ସେମାନେ ଟେଲର ସ୍ୱିଫ୍ଟଙ୍କ ଦ୍ୱାରା ସମର୍ଥିତ ପ୍ରାର୍ଥୀଙ୍କୁ ହିଁ ଭୋଟ ଦେବେ ଏବଂ ତାଙ୍କୁ ହିଁ ବାଛିବାର ଅଧିକ ସମ୍ଭାବନା ରହିଛି। ୧୭ ପ୍ରତିଶତ ଲୋକଙ୍କ କହିବା ହେଲା କି ସ୍ୱିଫ୍ଟଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା କମ୍‌ ସମ୍ଭାବନା ହେବ।

ଟେଲରଙ୍କ ଦ୍ୱାରା ସମର୍ଥିତ ପ୍ରାର୍ଥୀଙ୍କୁ ନେଇ ପଚରା ଯାଇଥିବା ପ୍ରଶ୍ନରେ ୪୫ ପ୍ରତିଶତ ଲୋକେ କହିଛନ୍ତି କି ସେମାନେ ପପ୍‌ ଷ୍ଟାର ଟେଲରଙ୍କ ପ୍ରଶଂସକ । ହେଲେ ୫୪ ପ୍ରତିଶତ ନାଁରେ ଜବାବ ଦେଇଥିଲେ। ୬ ପ୍ରତିଶତ ଲୋକ କହିଥିଲେ ତି ସେମାନେ ସ୍ୱିଫ୍ଟଙ୍କୁ ଜାଣନ୍ତି ନାହିଁ। ସର୍ବେକ୍ଷଣ ଏଜେନ୍ସି ୧୫୦୦ ମତଦାତାଙ୍କୁ ଏହି ପ୍ରଶ୍ନ ପଚାରିଥିଲା , ଯେଉଁ ସର୍ବେ ୧୮ ଜାନୁଆରୀରେ ଆଯୋଜିତ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.