ପ୍ରମୁଖ ଖବର
  • ପଦ୍ମ ଧରିଲେ ପ୍ରଶାନ୍ତ ଜଗଦେବ, ବିଜେଡିରୁ ହୋଇଥିଲେ ୨ ଥରର ବିଧାୟକ
  • ||
  • ରତ୍ନଭଣ୍ଡାର ଅଳଙ୍କାର ଲିଷ୍ଟ ପାଇଁ କମିଟି ଗଠନ, ୧୨ ଜଣିଆ କମିଟି ଗଠନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ, ମହାରାଜ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଛି ମିଟିଂ
  • ||
  • ମାର୍ଚ୍ଚ ୫​‌ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚଣ୍ଡିଖୋଲର ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • ହିମାଚଳର ୬ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ସଦସ୍ୟତା ରଦ୍ଦ
  • ||
  • ଉଦଳା: ସ୍କୁଟି- ବାଇକ୍ ଧକ୍କାରେ ଚାଲିଗଲା ୩ ଜଣ ଜୀବନ
  • ||
  • ୧୦ ବର୍ଷର ପ୍ରତୀକ୍ଷାର ଅନ୍ତ: ଆଜି ବକ୍ସ ଡ୍ରେନ୍‌ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ୪୫୦ କୋଟିରେ ହୋଇଛି ନିର୍ମାଣ
  • ||
  • ଭିଜିଲାନ୍ସ ଜାଲରେ ରାଉରକେଲା ESIC ସିନିଅର ଆସିଷ୍ଟାଣ୍ଟ ଅଭିରାମ ସାହୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ବିଜେପି ସିଇସିର ପ୍ରଥମ ବୈଠକ: ଆଜି ୧୨୦ ପ୍ରାର୍ଥୀଙ୍କ ତାଲିକା ଜାରି କରିପାରେ ଦଳ
  • ||
  • ପଦ୍ମ ଧରିବେ ପ୍ରଶାନ୍ତ, ମନ୍ମଥ ! ଖୁବଶୀଘ୍ର ହୋଇପାରେ କିଛି ବଡ଼ ଘୋଷଣା
  • ||
  • ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା, ଫ୍ୟାନ୍‌ରେ ଝୁଲିପଡିଲେ ପ୍ରଦୀପ କୁମାର ଘୋଷ
  • ||
  • ସରିବ ଖଣ୍ଡଗିରି ଯାତ୍ରା ମହାକୁମ୍ଭ, ଆଜି ବିଦାୟ ନେବେ ୬ ଅପେରା ପାର୍ଟି
  • ||
  • ଟ୍ରକ୍ ସହ ବସ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୬ ଗୁରୁତର
  • ||
  • WPL-2024: ବିଜୟ ଖାତା ଖୋଲିଲା ୟୁପି ଓ୍ୱାରିୟର୍ସ, ୭ ୱିକେଟ୍‌ରେ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ
  • ||
  • ଝଲସୁଛି ଉତ୍କଳ ବିଶ୍ୱବିଦ୍ୟାଳୟ, ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ରାଜ୍ୟର ୫ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା, ଉପକୂଳ ଓଡ଼ିଶାରେ ବଢ଼ିବପାରେ ତାତି
  • ||

ଚର୍ଚ୍ଚାରେ ଚମ୍ପାଇ ସୋରେନ୍‌, ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ‘ଝାଡ଼ଖଣ୍ଡ ଟାଇଗର’

Image Courtesy: AajTak

ରାଞ୍ଚି: ଝାଡ଼ଖଣ୍ଡରେ ଲାଗିରହିଛି ପଲିଟିକାଲ୍‌ ଡ୍ରାମା । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ସେପଟେ ହେମନ୍ତ ସୋରେନଙ୍କ ପରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ପରିବହନ ମନ୍ତ୍ରୀ ଚମ୍ପାଇ ସୋରେନ । ଏପରିକି ଚମ୍ପାଇ ସୋରେନଙ୍କୁ ବିଧାୟକ ଦଳର ନେତା ଚୟନ କରାଯାଇଛି । ବର୍ତ୍ତମାନ ରାଜ୍ୟ କ୍ୟାବିନେଟରେ ବରିଷ୍ଠ ମନ୍ତ୍ରୀ ହେଉଛନ୍ତି ଚମ୍ପାଇ ସୋରେନ । ସେ ସଢ଼େଇକଳା-ଖରସୁଆଁ ଜିଲ୍ଲାର ଜିଲିଙ୍ଗଗୋଡା ଗାଁର ବାସିନ୍ଦା । ତାଙ୍କ ପିତାଙ୍କ ନାମ ସିମଲ ସୋରେନ୍‌ ହୋଇଥିବା ବେଳେ ସେ ଜଣେ ଚାଷୀ ଥିଲେ ।

 ୪ ପିଲାଙ୍କ ମଧ୍ୟରେ ଚମ୍ପାଇ ସିମଲଙ୍କ ବଡ଼ ପୁଅ । ଚମ୍ପାଇ ସୋରେନ୍‌ ସରକାରୀ ସ୍କୁଲରୁ ଦଶମ ପାସ କରିବା ପରେ ବିବାହ କରିଥିଲେ । ତାଙ୍କର ୪ ପୁଅ ଏବଂ ୩ ଜଣ ଝିଅ ଅଛନ୍ତି । ତେବେ ସ୍ବତନ୍ତ୍ର ଝାଡ଼ଖଣ୍ଡ ରାଜ୍ୟ ଲାଗି ଦାବି ଉଠିବା ପରେ ଶିବୁ ସୋରେନଙ୍କ ସହ ଆନ୍ଦୋଳନରେ ସାମିଲ ହୋଇଥିଲେ ଚମ୍ପାଇ ସୋରେନ । ଆଉ ଖୁବଶୀଘ୍ର ‘ଝାଡ଼ଖଣ୍ଡ ଟାଇଗର’ ନାଁରେ ପ୍ରସିଦ୍ଧି ଲାଭ କରିଥିଲେ ଚମ୍ପାଇ ସୋରେନ । ଏହା ପରେ ସେ ରାଜନୀତି ମୈଦାନରେ ଭାଗ୍ୟ ପରୀକ୍ଷା କରିବାକୁ ଓହ୍ଲାଇଥିଲେ । ନିଜ ଜିଲ୍ଲା ସଢ଼େଇକଳା ଆସନରେ ଉପନିର୍ବାଚନରେ ଚମ୍ପାଇ ସୋରେନ ନିର୍ଦ୍ଦଳୀୟ ବିଧାୟକ ଭାବେ ବିଜୟ ହାସଲ କରିବା ସହ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । 

 ଏହା ପରେ ଚମ୍ପାଇ ସୋରେନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ରେ ସାମିଲ ହୋଇଥିଲେ । ସେପଟେ ବିଜେପି ନେତା ଅର୍ଜୁନ ମୁଣ୍ଡାଙ୍କ ୨ ବର୍ଷ ୧୨୯ ଦିନର ସରକାରେ ଚମ୍ପାଇ ସୋରେନ କ୍ୟାବିନେଟ ମିନିଷ୍ଟର ରହିଥିଲେ । ୧୧ ସେପ୍ଟେମ୍ବର ୨୦୧୦ରୁ ୧୮ ଜାନୁଆରୀ ୨୦୧୩ ପର୍ଯ୍ୟନ୍ତ ସେ ମନ୍ତ୍ରୀ ରହିଥିଲେ ।  ଏହା ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ତାପରେ ହେମନ୍ତ ସୋରେନଙ୍କ ନେତୃତ୍ବାଧୀନ ଜେଏମଏମ ସରକାରରେ ଚମ୍ପାଇ ସୋରେନ  ଖାଦ୍ୟ  ଓ ଯୋଗାଣ ଏବଂ ପରିବହନ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । 

 ଅନ୍ୟପଟେ ୨୦୧୯ରେ ପୁଣି ଥରେ ହେମନ୍ତ ସୋରେନ୍‌ ମୁଖ୍ୟମନ୍ତ୍ରୀ ହେବା ପରେ ଚମ୍ପାଇ ସୋରେନ ପରିବହନ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ହୋଇଥିଲେ । ଚମ୍ପାଇ ସୋରେନ ଜେଏମଏମ ଉପାଧ୍ୟକ୍ଷ ମଧ୍ୟ ଅଛନ୍ତି । ଏବେ ତାଙ୍କୁ ବିଧାୟକ ଦଳର ନେତା ଚୟନ କରାଯାଇଛି । ଏହା ପରେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବେ ଚମ୍ପାଇ ସୋରେନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.