ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୫ କେନ୍ଦ୍ରୀୟ ଫୋର୍ସରେ ସମୟ ପୂର୍ବରୁ ଅବସର ନେଲେଣି ୪୬ ହଜାରରୁ ଅଧିକ ଯବାନ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ, ୦୭/୧୨: ଭାରତୀୟ ସେନାର ଦେଶଭକ୍ତି ଗୀତ ଆପଣ ନିହାତି ଶୁଣିଥିବେ । ହେଲେ ଏବେ ଏହି ଦେଶଭକ୍ତି କେବଳ କାଗଜ ଓ ହୃଦୟ ମଧ୍ୟରେ ସୀମିତ ହେବାକୁ ଯାଉଛି । କେନ୍ଦ୍ର ସରକାର କେନ୍ଦ୍ରୀୟ ସଶସ୍ତ୍ର ବଳ ନେଇ ଦେଇଥିବା ତଥ୍ୟ ବେଶ୍ ଚିନ୍ତାଜନକ ।

ବୁଧବାର କେନ୍ଦ୍ର ସରକାର ସଂସଦରେ ଦେଇଥିବା ତଥ୍ୟ ଅନୁସାରେ, ୫ଟି କେନ୍ଦ୍ରୀୟ ସୁରକ୍ଷା ବଳର ୪୬ ହଜାରରୁ ଅଧିକ ଯବାନ ସମୟ ପୂର୍ବରୁ ଅବସର ଗ୍ରହଣ କରିଛନ୍ତି । ପ୍ରାୟ ୨.୬୫ ଲକ୍ଷ ଯବାନ ଥିବା ସୀମା ସୁରକ୍ଷା ବଳ (BSF)ରେ ଏହି ମାମଲା ସବୁଠୁ ଅଧିକ । ପାକିସ୍ତାନ ଓ ବାଂଲାଦେଶ ସୀମାରେ ମୁତୟନ ଅଛନ୍ତି ବିଏସଏଫ୍ ଯବାନ । ବିଏସଏଫରୁ ୨୧ ହଜାର ୮୬୦ ଜଣ ଯବାନ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି ।

ସେହିଭଳି ୩.୨୫ ଲକ୍ଷ ଯବାନ ଥିବା ସିଆରପିଏଫରୁ ଗତ ୫ ବର୍ଷରେ ସମୟ ପୂର୍ବରୁ ଅବସର ଗ୍ରହଣ କରିଛନ୍ତି ୧୨ ହଜାର ୮୯୩ ଜଣ ଯବାନ । ଏହା ପରେ ଆସାମ ରାଇଫଲ୍ସରୁ ୫ ହଜାର ୧୪୬ ଯବାନ, ସିଆଇଏସଏଫରୁ ୩ ହଜାର ୧୨ ଯବାନ, ଭାରତ-ତିବ୍ବତ ସୀମା ପୋଲିସରୁ ୨ ହଜାର ୨୮୧ ଯବାନ ଓ ସଶସ୍ତ୍ରୀ ସୀମା ବଳରୁ ୧ ହଜାର ୭୩୮ ଯବାନ ସମୟ ପୂର୍ବରୁ ସେବା ନିବୃତ ହୋଇଛନ୍ତି ।

ଭିଆରଏସ୍ ନେବାର କାରଣ ?

ସମୟ ପୂର୍ବରୁ ଅଧିକାଂଶ ଯବାନ ଅବସର ନେବାର କାରଣ ବ୍ୟକ୍ତିଗତ ଓ ଘରୋଇ । ଅନ୍ୟ କାରଣ ହେଉଛି ସ୍ୱାସ୍ଥ୍ୟ । ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଅନେକ ଯବାନ ଅବସର ନେଉଛନ୍ତି । ଏହାଛଡ଼ା ସାମାଜିକ ଓ ପାରିବାରିକ ଦାୟିତ୍ୱ ନିର୍ବାହ, ଉତ୍ତମ କ୍ୟାରିଅର (ଅଧିକ ଦରମା) ପାଇଁ ବି ଯବାନ ଅବସର ଗ୍ରହଣ କରୁଛନ୍ତି ।

ତେବେ ସମୟ ପୂର୍ବରୁ ଯବାନଙ୍କ ଅବସରକୁ ରୋକିବା ଲାଗି ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଅପହଞ୍ଚ ଅଞ୍ଚଳରୁ ଯବାନଙ୍କୁ ସାମାନ୍ୟ ଅଞ୍ଚଳକୁ ସ୍ଥାନାନ୍ତର କରାଯିବା ସହ ଅବସରର ଅନ୍ତିମ ୨ ବର୍ଷ ନିଜ ଜିଲ୍ଲା ନିକଟରେ ଅବସ୍ଥାପିତ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.