ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

ଖଜୁରୀପଡ଼ା ୨୧/୧୧: ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୂତିପଡା ମେକାନି ସାହିରେ ମଙ୍ଗଳବାର ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର ହୋଇଥିବା ଜଣା ପଡିଛି।

ସୂଚନା ଅନୁଯାୟୀ ମେକାନି ସାହିର ସୋମନାଥ ବେହେରାଙ୍କ ସାନ ଝିଅ ମାନିନୀ ବେହେରା ନୂଆଁ ଗାଁର  ବେଲାଳସେନ ବେହେରାଙ୍କୁ   ଗତ ୧୨ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ ଅଛନ୍ତି।  ତିନି ମାସ ହେଲା ପାରିବାରିକ କଳହ ଯୋଗୁଁ ଝିଅ ମାନିନୀ ନିଜ ଗାଁ ଦୂତିପଡା ମେକାନୀ ସାହିରେ ଆସି ବାପ ଘରେ ରହୁଥିଲେ ।  ସ୍ବାମୀ ବେଲାଳସେନ ଆସି ସ୍ତ୍ରୀ ମାମୁନିକୁ ଘରକୁ ଫେରାଇ ଆଣିବା ପାଇଁ ଯାଇଥିଲେ। ତେବେ ସେଠାରେ ପୁଣି  ବଚସା  ହୋଇ ଗଣ୍ଡଗୋଳ ରୂପ ନେଇଥିଲା। ସ୍ବାମୀ ଉତକ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ମାମୁନୀଙ୍କ ମୁଣ୍ଡକୁ ହାଣି ଦେଇଥିଲେ। । ସାହି ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ  ଉଦ୍ଧାର କରି ଚିକିତ୍ସା ପାଇଁ ଫୁଲବାଣୀ ମେଡିକାଲକୁ ପଠାଇଛନ୍ତି ।ଅନ୍ୟପଟେ ବେଲାଳସେନକୁ ଗ୍ରାମବାସୀ  କାବୁ କରି ଖଜୁରୀପଡ଼ା ଥାନାକୁ ଖବର ଦେଇଥିଲେ।   ଖଜୁରିପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ନେଇ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଥାନା ଅଧିକାରୀ ଗେଲୀ କୁମାରୀ ସାହୁ ସୂଚନା ଦେଇଛନ୍ତି।

ଆହୁରି ପଢନ୍ତୁ : ଦାଦା ବଟି ନଦେବାରୁ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ, ଗ୍ୟାସ ଟାଙ୍କିରେ ଆକ୍ରମଣ କଲେ ଦୁର୍ବୃତ୍ତ

Copyright © 2022 - Summa Real Media Private Limited. All Rights Reserved.