ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ୱିପ୍ରୋରେ ପୁଣି ଛଟେଇ, ଯାଇପାରେ ୧୦୦ରୁ ଅଧିକ କର୍ମଚାରୀଙ୍କ ଚାକିରୀ ; ଜାଣନ୍ତୁ କ’ଣ କହିଲା କମ୍ପାନୀ ?

ନୂଆଦିଲ୍ଲୀ,୩୧।୧:  ଭାରତର ଶୀର୍ଷ ସଫ୍ଟଓ୍ବେର କମ୍ପାନୀ 'ୱିପ୍ରୋରେ ପୁଣିଥରେ ଛଟେଇ ଖବର ଆସିଛି। କମ୍ପାନୀର ମିଡ୍‌ ଲେବଲର ୧୦୦ରୁ ଅଧିକ କର୍ମଚାରୀ ଛଟେଇ ହୋଇପାରନ୍ତି। ଏହା ଜରିଆରେ  କମ୍ପାନୀ ନିଜ ମାର୍ଜିନରେ ସୁଧାର ଆଣିବାକୁ ଚାହୁଁଛି। ୱିପ୍ରୋ ବର୍ତ୍ତମାନ ଭାରତର ଶୀର୍ଷ ୪ ଆଇଟି କମ୍ପାନୀଙ୍କ ମଧ୍ୟରୁ ସବୁଠାରୁ କମ୍ ମାର୍ଜିନ ରଖିଥାଏ। ଏହି କାରଣରୁ କମ୍ପାନୀ ଉପରେ  ପ୍ରଫିଟ ବଢାଇବା ଚାପ ରହିଛି। ଏସମ୍ପର୍କରେ ୱିପ୍ରୋର ମୁଖପାତ୍ର କହିଛନ୍ତି, ବଦଳୁଥିବା ବଜାରର ପରିବେଶ ସହିତ ନିଜର ବିଜନେସ୍‌ ଓ ଟ୍ୟାଲେଣ୍ଟକୁ ଯୋଡିବା ଆମ ରଣନୀତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ।  

ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ, ଡିସେମ୍ବର ତ୍ରୟମାସିକରେ ଏହାର ମାର୍ଜିନ୍ ୧୬ ପ୍ରତିଶତରେ ରହିଥିଲା, ଯାହା ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍ (୨୫ ପ୍ରତିଶତ), ଇନଫୋସିସ୍ (୨୦.୫ ପ୍ରତିଶତ) ଏବଂ HCL ଟେକ୍ନୋଲୋଜି (୧୯.୮ ପ୍ରତିଶତ) ଠାରୁ ବହୁତ କମ୍ ଅଟେ। କମ୍ପାନୀ ବର୍ତ୍ତମାନ ଏହାର ବ୍ୟବସାୟରେ ଉନ୍ନତି ଆଣିବା ପାଇଁ କିଛି କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି। ଚଳିତ ମାସ ଆରମ୍ଭରୁ କର୍ମଚାରୀଙ୍କୁ ମେସେଜ୍ ପଠାଯିବା ଆରମ୍ଭ ହୋଇଛି।

ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, କ୍ୟାପକୋ ତାଙ୍କ ପାଖରେ ଏକ ଦାମୀ ସମ୍ବଳ। ଯଦିଓ ବିକାଶ ହେଉଛି ତେବେ ତାହା ଏତେ ପର୍ଯ୍ୟାପ୍ତ ନୁହେଁ। ଉଲ୍ଲେଖନୀୟ ଯେ, ୱିପ୍ରୋ ୨୦୨୧ରେ ୧.୪୫ ବିଲିୟନ ଡଲାରରେ କନସଲଟିଂ ଫାର୍ମ କ୍ୟାପକୋକୁ ଅଧିଗ୍ରହଣ କରିଥିଲା। ଏହାର ସିଇଓ ଥିଏରି ଡେଲାପୋର୍ଟ ଅଛନ୍ତି। ତେବେ କୋଭିଡ୍ ପରେ ବିଶ୍ବ ଆର୍ଥିକ ସ୍ଥିତିରେ ଅସ୍ଥିରତା ପରେ  ବ୍ୟବସାୟରେ ମାନ୍ଦାବସ୍ଥା ସୃଷ୍ଟି ହୋଇଥିଲା। ଏହାର ପ୍ରଭାବ ୱିପ୍ରୋର କାରବାର ଉପରେ ପଡିଛି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.