ସୋନପୁର, ୧୪/୧୧ : ଡିପ୍ ବୋରୱେଲରେ ଖସି ପଡିଲେ ବୃଦ୍ଧା । ସୋନପୁର ସଦର ବ୍ଲକ କଇଁଫୁଲ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନାନୁଯାୟୀ, ବୃଦ୍ଧା ଜଣଙ୍କ ଅସାବଧାନତା କାରଣରୁ ଖସିପଡିଥିବା ଜଣାପଡିଛି । ସେ ଏବେ ୨୦ ଫୁଟ ତଳେ ଥିବା ଅନୁମାନ କରାଯାଉଛି। ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।