ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଜିଠୁ ମହିଳା ହକି ପ୍ରୋ ଲିଗ୍‌: ପ୍ରଥମ ମ୍ୟାଚ୍‌ରେ ଆମେରିକା ଓ ନେଦରଲାଣ୍ଡସ ମୁକାବିଲା, ସନ୍ଧ୍ୟାରେ ଲଢ଼ିବେ ଭାରତ-ଚୀନ୍

ଭୁବନେଶ୍ୱର,୦୩/୦୨: ଆଜି କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଏଫ୍‌ଆଇଏଚ୍‌  ମହିଳା ହକି ପ୍ରୋ ଲିଗ୍‌ । ଶୀତୁଆ  ସନ୍ଧ୍ୟାରେ ହକିରେ ମସଗୁଲ ହେବେ ଦର୍ଶକ । କୋଳାହଳରେ ଫାଟି ପଡ଼ିବ  ଷ୍ଟାଡିୟମର ଆକାଶ ।  

ପ୍ରଥମ ଦିବସରେ ୨ଟି ମ୍ୟାଚ୍‌ ରହିଛି । ଆମେରିକା ଓ ନେଦରଲାଣ୍ଡସ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଅପରାହ୍ଣରୁ ଆରମ୍ଭ ହେବ ଏବଂ ସନ୍ଧ୍ୟାରେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ-ଚୀନ ମୁହାଁମୁହିଁ  ହେବେ । ରାଞ୍ଚିରେ ଆୟୋଜିତ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଦୁର୍ବଳ ପ୍ରଦର୍ଶନ କରି ଭାରତୀୟ ଦଳ ପ୍ୟାରିସ ଟିକେଟ୍‌  ହାସଲରୁ ବଞ୍ଚିତ ହୋଇଥିଲା । କିନ୍ତୁ ପ୍ରୋ ଲିଗ୍‌ରେ ଦଳ ଭଲ ପ୍ରଦର୍ଶନ କରି ଅନ୍ତର୍ଜାତୀୟ ମାନ୍ୟତାରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି । 

ନେଦରଲାଣ୍ଡସ, ଚୀନ, ଅଷ୍ଟ୍ରେଲିଆ ଓ  ଆମେରିକା ପାଇଁ ପ୍ରତିଟି ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ  ରହିଛି । ବର୍ଷ ଆରମ୍ଭରୁ ଏହି ସବୁ ଦଳ ପ୍ରୋ ଲିଗ୍‌ ମାଧ୍ୟମରେ ଅଲିମ୍ପିକ୍ସ ପ୍ରସ୍ତୁତି ଆରମ୍ଭ କରିବେ ।  ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଭୁଲ ତ୍ରୁଟିରେ  ସୁଧାର ଆଣି ଭାରତ ଭ୍ରମଣକାରୀ ଚୀନକୁ କଡ଼ା  ଟକ୍କର ଦେବାକୁ ଲକ୍ଷ୍ୟ ରଖିଛି । 

ଭାରତୀୟ ସ୍କିମର ବନ୍ଦନା କାଟାରିଆ କହିଛନ୍ତି,  ‘ପ୍ରୋ ଲିଗ୍‌ ପାଇଁ କିଛି ଦିନ ହେଲା ଆମର ପ୍ରସ୍ତୁତି  ଭଲ ରହିଛି । ଦଳ ତା’ର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ  ପ୍ରସ୍ତୁତ ରହିଛି ।’ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ  ବିଫଳ ହେବା ସଂପର୍କରେ ସେ କହିଥିଲେ, ‘ଜର୍ମାନୀ  ବିପକ୍ଷରେ ଆମେ ଲଢ଼େଇ କରିଥିଲୁ । ସମସ୍ତେ ନିଜ  ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲୁ । କିନ୍ତୁ ଆମେ  ଅଧିକ ଗୋଲ୍‌ ସ୍କୋର କରିପାରି ନଥିଲୁ । ଫଳରେ  ଆମେ ମ୍ୟାଚ୍‌ ହାତଛଡ଼ା କରିଥିଲୁ । ସେମିତି ତୃତୀୟ  ସ୍ଥାନ ମୁକାବିଲାରେ ବିଫଳ ହେଲୁ । ଏବେ ଆମର  ଗୋଟିଏ ଲକ୍ଷ୍ୟ ହେଉଛି ପୂର୍ବ ତ୍ରୁଟିରେ ସୁଧାର ଆଣି  ଶ୍ରେଷ୍ଠ ପ୍ରଦର୍ଶନ ଦେବା ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.