ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଯୁଦ୍ଧ ଭିତରେ ଅନ୍ତର୍ଜାତୀୟ କୋର୍ଟଙ୍କ ନିର୍ଦ୍ଦେଶ, ଗାଜାରେ ନରସଂହାର ବନ୍ଦ କରୁ ଇସ୍ରାଏଲ୍

ନୂଆଦିଲ୍ଲୀ, ୨୬/୦୧: ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଅନ୍ତର୍ଜାତୀୟ କୋର୍ଟ (ICJ) । ଇସ୍ରାଏଲକୁ ଆଇସିଜେ କହିଛନ୍ତି, ଗାଜାପଟ୍ଟିରେ ହୋଇଥିବା ଆକ୍ରମଣରେ ମୃତାହତ ଓ କ୍ଷୟକ୍ଷତିର ସୂଚନା ଦେଉ । କୌଣସି ପ୍ରକାର ବଡ଼ ଧରଣର ଆକ୍ରମଣକୁ ବନ୍ଦ କରୁ ।

ନିର୍ଦ୍ଦେଶନାମାରେ ଅନ୍ତର୍ଜାତୀୟ କୋର୍ଟ କହିଛନ୍ତି, ଇସ୍ରାଏଲ୍ ସୁନିଶ୍ଚିତ କରୁ ତାର ସେନା ଗାଜାରେ ନରସଂହାର କରିବ ନାହିଁ । ଗାଜାରେ ମାନବୀୟ ସ୍ଥିତିରେ ସୁଧାର ଆଣୁ । ଏଥିସହ ମାମଲାରେ ଗୋଟିଏ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ଇସ୍ରାଏଲକୁ ନିର୍ଦ୍ଦେଶ ଦେଇଛନ୍ତି ଅନ୍ତର୍ଜାତୀୟ କୋର୍ଟ ।

ଗାଜା ପଟ୍ଟିରେ ଇସ୍ରାଏଲର ନରସଂହାର ନେଇ ମିଳିତ ଜାତିସଂଘର ଶୀର୍ଷ ଅଦାଲତକୁ ଯାଇଥିଲା ଦକ୍ଷିଣ ଆଫ୍ରିକା । ଉକ୍ତ ଆବେଦନ ଉପରେ ଶୁଣାଣି କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଦକ୍ଷିଣ ଆଫ୍ରିକା ଆବେଦନରେ କହିଥିଲା, ତୁରନ୍ତ ଗାଜା ପଟ୍ଟିରେ ଇସ୍ରାଏଲ୍ ସୈନ୍ୟ ଅଭିଯାନକୁ ରୋକିବା ଲାଗି ନିର୍ଦ୍ଦେଶ ଦିଆ ଯାଉ । 

ତେବେ ଅନ୍ତର୍ଜାତୀୟ କୋର୍ଟରେ ଦକ୍ଷିଣ ଆଫ୍ରିକା ଆଣିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି ଇସ୍ରାଏଲ୍ । ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ୍ ଉପରେ ରକେଟ୍ ମାଡ଼ କରିଥିଲା ହମାସ୍ । ଯେଉଁଥିରେ ପ୍ରାୟ ୧୨୦୦ ଇସ୍ରାଏଲ୍ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ୨୦୦ରୁ ଅଧିକ ଇସ୍ରାଏଲ୍ ନାଗରିକଙ୍କୁ ହମାସ୍ ପଣବନ୍ଦୀ କରି ନେଇ ଯାଇଥିଲା । ଗାଜା ବର୍ଡରରେ ଚାଲିଥିବା ମ୍ୟୁଜିକାଲ୍ ପାର୍ଟି ଉପରେ ଆକ୍ରମଣ କରିଥିଲେ ହମାସ୍ ଆତଙ୍କବାଦୀ । ଯେଉଁଥିରେ ୨୫୦ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଏବେ ଗାଜା ପଟ୍ଟିରେ ଇସ୍ରାଏଲ୍ ସେନା ଗ୍ରାଉଣ୍ଡ ଅପରେସନ୍ ଜାରି ରଖିଛି । ଇସ୍ରାଏଲ୍ ସେନାର ଆକ୍ରମଣରେ ଗାଜାରେ ୨୬ ହଜାରରୁ ଅଧିକ ଫିଲିସ୍ତିନଙ୍କ ମୃତ୍ୟୁ ହୋଇଥିବା କହିଛି ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.