ଅହମ୍ମଦାବାଦ : ଗୁଜରାଟର ଅହମ୍ମଦାବାଦରେ ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଫାଇନାଲ ମ୍ୟାଚ୍ ଦେଖିବାକୁ ବହୁତ ଲୋକଙ୍କ ହେବ ସମାଗମ। ଯେଉଁଥିପାଇଁ ହୋଟେଲ ରୁମ୍ ଭଡ଼ା ଓ ଫ୍ଲାଇଟ୍ ଯାତ୍ରାର ଭଡ଼ା ଆକାଶ ଛୁଆଁ ରହିଛି। ବିଶ୍ୱକପ୍ ଫାଇନାଲର ନିଶା ବଢିବାରୁ ସହରର ବଡ଼ ବଡ଼ ପଞ୍ଚ ତାରକା ହୋଟେଲରେ ମ୍ୟାଚ୍ର ରାତି ପାଇଁ ରୁମ୍ର ଭଡ଼ା ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଯାହାକି ଅନ୍ୟ ହୋଟେଲମାନେ ମଧ୍ୟ ନିଜର ଭଡାରେ ୫ରୁ ୭ ଗୁଣ ବୃଦ୍ଧି କରି ଦେଇଛନ୍ତି।
ଗୁଜରାଟର ହୋଟେଲ ଏବଂ ରେଷ୍ଟୁରାଣ୍ଟ ସଂଘର ମହାସଂଘର ଅଧ୍ୟକ୍ଷ ନରେନ୍ଦ୍ର ସୋମାନୀ କହିଛନ୍ତି , ବିଶ୍ୱକପ୍ ଫାଇନାଲକୁ ଦେଖି କେବଳ ଭାରତରେ ନୁହେଁ ବିଦେଶରୁ ଯେମିତି କି ଦୁବାଇ , ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାର ଲୋକଙ୍କ ମଧ୍ୟରେ ମଧ୍ୟ ଖୁବ୍ ଉତ୍ସାହ ରହିଛି, ଯେଉଁମାନେ ମ୍ୟାଚ୍ ଦେଖିବାକୁ ଆସିବାକୁ ଚାହାନ୍ତି।
ସେ କହିଛନ୍ତି, ଅହମ୍ମଦାବାଦରେ ତିନି ତାରକା ଓ ପଞ୍ଚ ତାରକା ୫,୦୦୦ ରୁମ୍ ଅଛି, ହେଲେ ପୂରା ଗୁଜରାଟରେ ୧୦,୦୦୦ ରୁମ୍ ରହିଛି। ନରେନ୍ଦ୍ର ମୋଦି ଷ୍ଟାଡିୟମର କ୍ଷମତା ଲକ୍ଷେ ୨୦ ହଜାରର ଲୋକଙ୍କର ରହିଛି ଏବଂ ଆମକୁ ବାହାରରୁ ମ୍ୟାଚ୍ ଦେଖିବା ପାଇଁ ୩୦,୦୦୦ରୁ ୪୦,୦୦୦ ଲୋକଙ୍କ ଆସିବାର ଇଚ୍ଛା ରହିଛି ।
ନରେନ୍ଦ୍ର ସୋମାନୀ ଆଉ ମଧ୍ୟ କହିଛନ୍ତି, ହୋଟେଲର ରୁମ୍ର ଚାହିଦା ବଢିବାରୁ ଭଡ଼ାରେ ମଧ୍ୟ ବୃଦ୍ଧି ରହିଛି। ଏମିତି କି ଅଣ ତାରକା ହୋଟେଲ ମଧ୍ୟ ନିଜର ଭଡ଼ା ୫ରୁ ୭ ଗୁଣା ବଢାଇ ଦେଇଛନ୍ତି। ସେପଟେ ବିମାନ ଯାତ୍ରା ପାଇଁ ବିଭିନ୍ନ ସହରରୁ ଏଠାକୁ ଆସୁଥିବା ବିମାନର ମଧ୍ୟ ହଠାତ୍ ଭଡ଼ା ବୃଦ୍ଧି ହୋଇ ଯାଇଛି। ଚେନ୍ନାଇରୁ ଆସୁଥିବା ବିମାନ ଅନ୍ୟ ଦିନ ଗୁଡ଼ିକରେ ପାଖାପାଖି ୫ହଜାର ଯାଏ ହୋଇଥାଏ, କିନ୍ତୁ ଏହା ବଢି ୧୬ ହଜାରରୁ ୨୫ହଜାର ଟଙ୍କା ଯାଏ ପହଞ୍ଚି ଯାଇଛି। ଏହା ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ମୈଦାନରେ ୧୪ ଅକ୍ଟୋବରରେ ମୁକାବିଲା ଖେଳା ଯାଇ ଥିଲା, ଯେଉଁଥି ପାଇଁ ମଧ୍ୟ କିଛି ଏହିପରି କ୍ରେଜ୍ ପ୍ରଶଂସକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା।