ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜି ବିଶ୍ୱ ମାନବାଧିକାର ଦିବସ: କୋରାପୁଟରେ ଅବହେଳିତ ୫୦୦ ମାନସିକ ବିକାରଗ୍ରସ୍ତ

କୋରାପୁଟ,୧୦/୧୨: ପ୍ରତିବର୍ଷ ଡିସେମ୍ବର ୧୦ ତାରିଖକୁ ବିଶ୍ୱ ମାନବାଧିକାର ଦିବସ ଭାବେ ପାଳନ କରାଯାଉଛି । ମାନବାଧିକାରକୁ ସୁଦୃଢ଼  କରିବା ଉଦ୍ଦେଶ୍ୟରେ ଏହା ପାଳନ ହେଉଛି ।  ହେଲେ କୋରାପୁଟ ଜିଲ୍ଲାରେ ୫ଶହରୁ ଅଧିକ  ମାନସିକ ବିକାରଗ୍ରସ୍ତଙ୍କ କଥା ବୁଝିବାକୁ  ସରକାରୀ ସ୍ତରରେ କୌଣସି ବ୍ୟବସ୍ଥା ନାହିଁ ।  

ଜିଲ୍ଲାରେ ବିଭିନ୍ନ ସମୟରେ ଶିଶୁ  ନିର୍ଯାତନା, ସ୍ୱାସ୍ଥ୍ୟସେବାରେ ଶୋଷଣ,  ଅନାହାରଜନିତ ମୃତ୍ୟୁ, ମାନସିକ ବିକାରଗ୍ରସ୍ତ  ଓ ମହିଳାଙ୍କୁ ନିର୍ଯାତନା ଘଟଣା ପଦାକୁ ଆସୁଛି ।  ଜେଲ୍‌ ଓ ଥାନା ହାଜତରେ ମଧ୍ୟ ଗିରଫ  ଏବଂ ଅଟକ ବ୍ୟକ୍ତିଙ୍କୁ ନିର୍ଯାତନା ଦିଆଯିବା  ଉଦ୍‌ବେଗର କାରଣ ହୋଇଛି । ରାସ୍ତାରେ  ଏଣେତେଣେ ଘୁରି ବୁଲୁଥିବା ମାନସିକ  ବିକରଗ୍ରସ୍ତଙ୍କ କାହାଣୀ ଅବର୍ଣ୍ଣନୀୟ । କେନ୍ଦ୍ର  ଓ ରାଜ୍ୟ ସରକାର ଏଥିପାଇଁ ନିର୍ଦ୍ଦିଷ୍ଟ ଯୋଜନା  କରି ନଥିବାରୁ ସେମାନେ ଅଭିଶପ୍ତ ଜୀବନ  ବିତାଉଛନ୍ତି ।  ଏକ ଘରୋଇ ସଂସ୍ଥାର ସର୍ଭେ ଅନୁଯାୟୀ,  ଜିଲ୍ଲାରେ ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା  ପ୍ରାୟ ୫୫୮ । କୋରାପୁଟ ଓ ଜୟପୁର  ସହର ସମେତ ଅନ୍ୟ ସହରାଞ୍ଚଳରେ  ୫୦ ପ୍ରତିଶତ ମାନସିକ ବିକାରଗ୍ରସ୍ତ ଘୁରି  ବୁଲୁଛନ୍ତି ।

 ଏମାନଙ୍କ ମଧ୍ୟରେ ମହିଳାଙ୍କ  ସଂଖ୍ୟା ଅଧିକ । ୩୦ ପ୍ରତିଶତ ମାନସିକ  ବିକାରଗ୍ରସ୍ତଙ୍କ ବୟସ ୪୦ ବର୍ଷ ମଧ୍ୟରେ  ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ।  ତଥାପି ସ୍ଥାନୀୟ ପ୍ରଶାସନ ଏମାନଙ୍କୁ ଉଦ୍ଧାର  ଓ ଥଇଥାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ  କରୁନାହିଁ । ପ୍ରଶାସନିକ ଉଦାସୀନତା ଯୋଗୁ  ଏହି ମାନସିକ ରୋଗୀମାନେ ମାନବାଧିକାରରୁ  ବଞ୍ଚିତ ହେଉଛନ୍ତି । କେବଳ ମାନସିକ ରୋଗୀ  ନୁହନ୍ତି, ଜିଲ୍ଲାରେ ଶିଶୁ ଶ୍ରମିକ ସମସ୍ୟା ମଧ୍ୟ  ଜଟିଳ ପରିସ୍ଥିତି ସୃଷ୍ଟି କରିଛି । ଜିଲ୍ଲାରେ  ୨ହଜାରରୁ ଅଧିକ ଶିଶୁ ଶ୍ରମିକ ରହିଛନ୍ତି ।  ଏମାନେ ବିଭିନ୍ନ ଢାବା, ହୋଟେଲ, ଦୋକାନ  ତଥା ଅନେକ ବିପଦପୂର୍ଣ୍ଣ ସ୍ଥାନରେ କାମ  କରୁଛନ୍ତି । ଏପରିକି ଦିନ ମଜୁରିଆ ଭାବେ  ମଧ୍ୟ କାମ କରୁଛନ୍ତି । ଏହାକୁ ବନ୍ଦ କରିବା  ଦିଗରେ କୌଣସି ପ୍ରଶାସନିକ ତତ୍ପରତା  ଦେଖାଯାଉନାହିଁ । ମହିଳା ନିର୍ଯାତନା କ୍ଷେତ୍ରରେ  ମଧ୍ୟ ଜିଲ୍ଲା ସବୁବେଳେ ଚର୍ଚ୍ଚାରେ ରହିଆସିଛି ।  

ମାନବାଧିକାର କର୍ମୀ ମଳୟ ମହାପାତ୍ରଙ୍କ  କହିବା ଅନୁଯାୟୀ, କେତେକ ସ୍ୱେଚ୍ଛାସେବୀ  ମାନସିକ ବିକାରଗ୍ରସ୍ତଙ୍କ ସେବା କରୁଛନ୍ତି ।  ସରକାରୀସ୍ତରରେ ଥଇଥାନ ବ୍ୟବସ୍ଥା ନଥିବାରୁ  ଅନେକ ସ୍ୱେଚ୍ଛାସେବୀ ଆଗକୁ ଆସିବାକୁ  ଆଗଭର ହେଉନାହାଁନ୍ତି । ମହିଳା ଓ ଶିଶୁ  ନିର୍ଯାତନା ରୋକିବା ପାଇଁ ବହୁ ନିୟମ ରହିଛି ।  ତାକୁ କାର୍ଯ୍ୟକାରୀ କରୁଥିବା ଅଧିକାରୀମାନେ  କୌଣସି ପଦକ୍ଷେପ ନେଉନାହାନ୍ତି । ଫଳରେ  ସେମାନଙ୍କ ମାନାବାଧିକାର କ୍ଷୁଣ୍ଣ ହେଉଛି । ଜିଲ୍ଲା  ସାମାଜିକ ସୁରକ୍ଷା ଅଧିକାରୀ ତରୁଣ ତପନ  ପ୍ରହରାଜଙ୍କୁ ପଚାରିବାରୁ କହିଛନ୍ତି, ଏହି ଦିବସ  ପାଳନ ଲାଗି କୌଣସି ସରକାରୀ ନିର୍ଦ୍ଦେଶ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.