ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜି ବିଶ୍ୱ ରେଡିଓ ଦିବସ, ଟେକ୍ନୋଲୋଜି ଯୁଗରେ ମନୋରଞ୍ଜନକୁ ବାନ୍ଧି ରଖିଛି ବେତାର

ନୂଆଦିଲ୍ଲୀ ୧୩/୦୨: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଓ ଅତ୍ୟାଧୁନିକ ଟେକ୍ନୋଲୋଜି ଯୁଗରେ ଲୋକପ୍ରିୟତା ବଜାୟ ରଖିଛି ରେଡିଓ । ଏକଦା ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଭାବେ ପରିଚିତ ରେଡିଓ ଏବେ ନୂଆ ରୂପ ଓ ନୂଆ ରଙ୍ଗରେ ଶ୍ରୋତାଙ୍କ ମନ କିଣୁଛି । ଅନ୍ୟ ବୈଦ୍ୟୁତିକ ଗଣମାଧ୍ୟମ ତୁଳନାରେ ସବୁ ପରିସ୍ଥିତିରେ ଓ ସବୁ ସ୍ଥାନରେ ପହଞ୍ଚି  ଅଗଣିତ ଶ୍ରୋତାଙ୍କ ବିଶ୍ୱାସଭାଜନ ହୋଇପାରିଛି । ଚାଷୀ, ମୂଲିଆ, ମଜୁରିଆ  ଶ୍ରେଣୀର ଲୋକଙ୍କ ପାଇଁ ରେଡିଓ ମନୋରଞ୍ଜନର ଏକ ମୁଖ୍ୟ ମାଧ୍ୟମ । ପରମ୍ପରା  ସହିତ ଏହା ଯୋଡ଼ିହୋଇ ରହିଛି । 

ବିନା ବିଜୁଳିରେ ଚାଲୁଥିବାରୁ ବିପର୍ଯ୍ୟୟ  ସମୟରେ ଏହାର ଆବଶ୍ୟକତା ବଢ଼ିଯାଏ । ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ୍‌,  ଟିଭି, ମୋବାଇଲ ଫେଲ୍‌ ମାରୁଥିବାବେଳେ ରେଡିଓ ଶ୍ରୋତାଙ୍କ ସହ ଯୋଗାଯୋଗ  ବଜାୟ ରଖିଛି । କମ୍ୟୁନିଟି ରେଡିଓର ଆଦର ଏବେ ବଢ଼ିଛି । ସ୍ପାନିଶ୍‌ ରେଡିଓ  ଏକାଡେମୀର ପ୍ରସ୍ତାବ ଏବଂ ଜାତିସଂଘର ଅନୁମୋଦନ କ୍ରମେ ୨୦୧୨ରୁ ପ୍ରତିବର୍ଷ  ଫେବ୍ରୁଆରୀ ୧୩ ତିରିଖ ବିଶ୍ୱ ରେଡିଓ ଦିବସ ପାଳନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.