ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଶ୍ୱର ସବୁଠୁ ମହଙ୍ଗା କାର୍‌ ‘ଅର୍କାଡିୟା ଡ୍ରପ୍‌ଟେଲ’, କାର୍‌ର ଆକର୍ଷଣୀୟ ଲୁକ୍‌ ସହ ରହିଛି ପ୍ରିମିୟର ଫିଚର୍‌

ନୂଆଦିଲ୍ଲୀ ୦୨/୦୩: ବିଶ୍ୱର ସବୁଠୁ ମହଙ୍ଗା କାର୍‌ ଆଣିଛି ରୋଲ୍‌ସ-ରୟସ୍‌ । ନାଁ ‘ଅର୍କାଡିୟା ଡ୍ରପ୍‌ଟେଲ’ । ମୂଲ୍ୟ୩୧ ମିଲିଅନ ଡଲାର ଅର୍ଥାତ୍‌ ପ୍ରାୟ ୨୫୭  କୋଟି ଟଙ୍କା । ଏହା ପୂର୍ବରୁ ରୋଲ୍‌ସ-ରୟସ୍‌ର  ଲା ରୋଜ୍‌ ନୋୟର ଡ୍ରପ୍‌ଟେଲ ବିଶ୍ୱର ସବୁଠୁ  ମହଙ୍ଗା କାର ଥିଲା, ଯାହାର ମୂଲ୍ୟ ୨୪୯.୪୮  କୋଟି ଟଙ୍କା । ଗ୍ରୀକ୍‌ ସହର ଅର୍କାଡିୟାରୁ କମ୍ପାନି  କାର୍‌ର ନାଁ ‘ଅର୍କାଡିୟା ଡ୍ରପ୍‌ଟେଲ’ ଦେଇଛି ।  ଏହାର ଅର୍ଥ ‘ପୃଥିବୀରେ ସ୍ୱର୍ଗ’ । ଏହି ଅଲ୍‌ଟ୍ରାକଷ୍ଟମାଇଜ୍‌ଡ କାର୍‌ର ଆକର୍ଷଣୀୟ ଲୁକ୍‌ ଓ  ପ୍ରିମିୟର ଫିଚର୍‌ ରହିଛି ।

କାର୍‌ର ସବୁଠୁ ବଡ଼ ବିଶେଷତ୍ୱ ହେଉଛି  ଏଥିରେ ବ୍ୟବହୃତ ଉପକରଣ । ଏଥିରେ ସାଣ୍ଟୋସ୍‌ ଷ୍ଟ୍ରେଟ୍‌ ଗ୍ରେନ୍‌  ଶିଶମ୍‌ ହାର୍ଡଉଡ୍‌ର ୨୩୩ ଖଣ୍ଡ ପ୍ରୟୋଗ ହୋଇଛି । ତନ୍ମଧ୍ୟରୁ  ୭୬ ଖଣ୍ଡ ରିୟର ଡେକ୍‌ରେ ଲାଗିଛି । ଏହା ରୋଲ୍‌ସ-ରୟସ୍‌ରେ  ବ୍ୟବହୃତ କାଠର ସମସ୍ତ ପ୍ରଜାତି ମଧ୍ୟରୁ ସର୍ବୋତ୍କୃଷ୍ଟ । ଏହି  କାଠରେ କାର୍‌ର ଆଭ୍ୟନ୍ତର ଡିଜାଇନ୍‌ ପ୍ରସ୍ତୁତ କରିବାରେ  ୮ ହଜାର ଘଣ୍ଟାରୁ ଅଧିକ ସମୟ ଲାଗିଛି । ଡ୍ୟାଶ୍‌ବୋର୍ଡରେ କମ୍ପାନିର ନିଜସ୍ୱ ଡିଜାଇନ୍‌ର ଏକ ଘଡ଼ି ରହିଛି, ଯାହା କମ୍ପାନିର  ଯେକୌଣସି କାର୍‌ରେ ବିକଶିତ ଏପର୍ଯ୍ୟନ୍ତର ସବୁଠୁ ଜଟିଳ  ଡିଜାଇନ୍‌ । ଏଥିପାଇଁ ୨ ବର୍ଷର ଅନୁସନ୍ଧାନ ପରେ ୫ ମାସରେ  କାର୍‌ ଡ୍ୟାଶବୋର୍ଡରେ ଏହି ଡିଜାଇନ୍‌ ହୋଇଛି । 

ଜଣେ ଗ୍ରାହକଙ୍କ ଇଚ୍ଛା ଅନୁସାରେ, ରୋଲ୍‌ସ ରୟସ୍‌ ଅର୍କାଡିୟା  ଡ୍ରପ୍‌ଟେଲକୁ ପ୍ରସ୍ତୁତ କରାଯାଇଛି । ସିଙ୍ଗାପୁରରେ ଏହାର ଡେଲିଭରୀ ହୋଇଛି । କାର୍‌ଟି ମୋନୋକକ୍‌ ଚେସିସ୍‌ ସହିତ କମ୍ପାନିର ଏଓଏଲ୍‌  ପ୍ଲାଟ୍‌ଫର୍ମ ଉପରେ ପର୍ଯ୍ୟବସିତ । ଏହା ରୋଡ୍‌ଷ୍ଟର ବଡି ଷ୍ଟାଇଲ୍‌ଯୁକ୍ତ  କମ୍ପାନିର ପ୍ରଥମ କାର । ଫର୍ମୁଲା ୧ ରେସିଂ କାର୍‌ ଦ୍ୱାରା ଏହାର  ଡିଜାଇନ୍‌ ପ୍ରେରିତ । କମ୍ପାନିର ଡିଜାଇନର୍‌ମାନେ ଏହି ବିଳାସପୂର୍ଣ୍ଣ  କାର୍‌କୁ ରଙ୍ଗ କରିବାକୁ ଏକ ପ୍ରାକୃତିକ ଡୁଓଟୋନ କଲର୍‌ୱେ  ବିକଶିତ କରିଛନ୍ତି । ଏହାର ମେନ୍‌ ବଡିର ରଙ୍ଗ ସଲିଡ୍‌ ହ୍ୱାଇଟ୍‌ । 

ଏଥିରେ ଆଲୁମିନିୟମ୍‌ ଓ କାଚ କଣିକା ବ୍ୟବହୃତ ହୋଇଛି । କମ୍ପାନିର ବିଶେଷଜ୍ଞମାନେ କାର୍‌ର ବଡି କାମ ଲାଗି ଆଲୁମିନିୟମ୍‌  କଣିକା ଉପଯୋଗ କରି ଏକ ଆକର୍ଷଣୀୟ ମେଟାଲ ବିକଶିତ  କରିଛନ୍ତି । କାର ଆଗରେ ମିରର୍‌ ଫିନିଶ୍‌ଡ ଏକ୍ସଟିରିୟର ଗ୍ରିଲ୍‌  ଓ କମ୍ପାନିର ଆର୍‌ଆର୍‌ ଲୋଗୋ ସହିତ ୨୨ ଇଞ୍ଚର ଅଏଲ୍‌ ହ୍ୱିଲ୍‌ ରହିଛି । ଏଇଟି ୨-ଡୋର୍‌ ଓ ୨-ସିଟ୍‌ବିଶିଷ୍ଟ । ଏଥିରେ ୬.୭୫  ଲିଟର୍‌ର ଟ୍ୱିନ୍‌-ଟର୍ବୋଚାର୍ଜଡ୍‌ ଭି୧୨ ପେଟ୍ରୋଲ ଇଞ୍ଜିନ୍‌ ଲାଗିଛି,  ଯାହା ୫୯୩ବିଏଚ୍‌ପି ଶକ୍ତି ଓ ୮୪୦ ଏନ୍‌ଏମ୍‌ ସର୍ବାଧିକ ଟର୍ଫ  ଉତ୍ପନ୍ନ କରେ । ଏହି ଇଞ୍ଜିନ୍‌ ୫ ସେକେଣ୍ଡ୍‌ରେ ଘଣ୍ଟାପ୍ରତି ହାରାହାରି  ୦-୧୦୦ କିମି ବେଗରେ ଯାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.