ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ବିଶ୍ଵର ସବୁଠୁ ମହଙ୍ଗା ଚିତ୍ରକଳା ପିକାସୋଙ୍କ ପେଣ୍ଟିଂ, ୧୩.୯ କୋଟି ଡଲାରରେ ନିଲାମ

ନୂଆଦିଲ୍ଲୀ, ୧୦/୧୧ : ସ୍ପେନ୍‌ର ମହାନ ଚିତ୍ରକାର ପାବ୍‌ଲୋ ପିକାସୋଙ୍କର ପ୍ରସିଦ୍ଧ ପେଣ୍ଟିଂ ‘ଓମ୍ୟାନ୍‌ ୱିଥ୍‌ ଏ ୱାଚ୍‌’ ନ୍ୟୁୟର୍କର ସୋଥ୍‌ବାଏଜ୍‌ ନିଲାମଗୃହରେ ୧୩.୯ କୋଟି ଡଲାରରେ ବିକ୍ରି ହୋଇଛି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୧୧.୫୭ ଅରବରୁ ଅଧିକ । ସାରା ବିଶ୍ୱରେ ଚଳିତ ବର୍ଷ ନିଲାମ ହୋଇଥିବା ପେଣ୍ଟିଂ ମଧ୍ୟରେ ଏହା ସବୁଠୁ ମହଙ୍ଗା ଚିତ୍ରକଳାର ଟାଇଟଲ୍‌ ପାଇଛି । ଏହା ପିକାସୋଙ୍କର ୨ୟ ସବୁଠୁ ମହଙ୍ଗା ଚିତ୍ରକଳା । 

୨୦୧୫ ମସିହାରେ ତାଙ୍କର ଏକ ଚିତ୍ରକଳା ୧୭.୩ କୋଟି ଡଲାରରେ ନିଲାମ ହୋଇଥିଲା । ‘ଓମ୍ୟାନ୍‌ ୱିଥ୍‌ ଦ ୱାଚ୍‌’ ଚିତ୍ରକଳାକୁ ପିକାସୋ ୧୯୩୨ ମସିହାରେ ପ୍ରସ୍ତୁତ କରିଥିଲେ। ଏଥିରେ ସେ ଫ୍ରାନ୍ସର ମଡେଲ ମ୍ୟାରି-ଥେରେସୀ ୱାଲ୍ଟରଙ୍କ ଚିତ୍ର ଆଙ୍କିଥିଲେ। ମ୍ୟାରି ପିକାସୋଙ୍କର ପ୍ରେମିକା ଥିଲେ। ପିକାସୋ ନିଜର ଅନେକ କଳାକୃତିରେ ତାଙ୍କୁ ସ୍ଥାନ ଦେଇଛନ୍ତି । ଏହି ପେଣ୍ଟିଂରେ ସେ ମ୍ୟାରିଙ୍କୁ ସିଂହାସନ ଭଳି ଚେୟାରରେ ବସାଇଛନ୍ତି । ନିଲାମ ପୂର୍ବରୁ ପେଣ୍ଟିଂର ମୂଲ୍ୟ ୧୨ କୋଟି ଡଲାର ହେବ ବୋଲି ଅନୁମାନ କରାଯାଇଥିଲା । ପ୍ରଥମେ ପେଣ୍ଟିଂଟି ଏମିଲି ଫିଶର ଲ୍ୟାଣ୍ଡୋଙ୍କ ପାଖରେ ଥିଲା । ୧୯୬୮ ମସିହାରେ ସେ ଏହାକୁ କିଣିଥିଲେ ।  

ପିକାସୋଙ୍କ ‘ଗୋଲ୍ଡେନ୍‌ ମ୍ୟୁଜ୍‌’ ରୂପେ ପରିଚିତ ମ୍ୟାରି ଥେରେସୀ ୱାଲ୍ଟର ୧୭ ବର୍ଷ ବୟସରେ ୪୫ ବର୍ଷୀୟ ପିକାସୋଙ୍କୁ ଭେଟିଥିଲେ । ଏହା ପରେ ତାଙ୍କୁ ପ୍ରେମ କରିବସିଲେ । କିନ୍ତୁ ତାଙ୍କ ବିବାହ ୟୁକ୍ରେନର ବ୍ୟାଲେରିନା ଓଲ୍‌ଗା ଖୋଖଲୋୱାଙ୍କ ସହ ହୋଇସାରିଥିଲା । ଏହା ପରେ ମ୍ୟାରି ପିକାସୋଙ୍କର ଅନେକ ପେଣ୍ଟିଂର ବିଷୟ ହେଲେ । ୧୯୩୨ ମସିହାର ତାଙ୍କ କୃତି ‘ଫେମ୍‌ ନ୍ୟୁ କାଉଚି’ ମଧ୍ୟ ତନ୍ମଧ୍ୟରେ ଅନ୍ୟତମ, ଯାହା ୨୦୨୨ ମସିହାରେ ୬.୭୫  ଲକ୍ଷ ଡଲାରରେ ନିଲାମ ହୋଇଥିଲା । ୧୮୮୧ ମସିହା, ସ୍ପେନ୍‌ର ମଲାଗାରେ ଜନ୍ମିତ ପିକାସୋ ବାର୍ସିଲୋନାରେ ବଢ଼ିଥିଲେ । ୧୯୦୪ରେ ସେ ପ୍ୟାରିସ୍‌ ଚାଲିଗଲେ । ଧୀରେ ଧୀରେ ସେ ବିଂଶ ଶତାବ୍ଦୀର ସବୁଠୁ ପ୍ରସିଦ୍ଧ କଳାକାର ଭାବେ ଖ୍ୟାତି ଅର୍ଜନ କଲେ ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.