ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ବ୍ୟାକଗ୍ରାଉଣ୍ଡ୍‌ ଡ୍ୟାନ୍ସର ଭାବେ ୫୦ ଟଙ୍କାରେ ଆରମ୍ଭ କରିଥିଲେ କ୍ୟାରିୟର୍‌, ଏବେ ଫିଲ୍ମ ଫିଛା ଏତେ କୋଟି ନେଉଛନ୍ତି ୟଶ୍‌

ନୂଆଦିଲ୍ଲୀ ୨୮/୦୧: କିଛି ଦିନ ତଳେ ନିଜର ୩୮ତମ ଜନ୍ମଦିନ ପାଳନ କରିଛନ୍ତି କନ୍ନଡ ସୁପରଷ୍ଟାର ୟଶ୍‌। ୟଶ୍‌ ୨୦୧୮ରେ  ମୁକ୍ତିପ୍ରାପ୍ତ ଚଳଚ୍ଚିତ୍ର ‘କେଜିଏଫ୍‌’ ରେ ଖୁବ୍‌ ଲୋକପ୍ରିୟତା ସାଉଁଟିଥିଲେ। ଏହି ଲୋକପ୍ରିୟତା ତାଙ୍କୁ ପାନ୍‌ ଇଣ୍ଡିଆ ଷ୍ଟାର୍‌ର ଆଖ୍ୟା ଦେଇଥିଲା। ଏହି ଫିଲ୍ମ ପରେ ଆଉ ପଛକୁ ଫେରି ଚାହିଁନାହାନ୍ତି ୟଶ୍‌। ପୁଣି ‘କେଜିଏଫ୍‌’ ପରେ ୨୦୨୨ରେ ପ୍ରେକ୍ଷାଳୟକୁ ଆସିଲା ‘କେଜିଏଫ୍‌ ୨’। ୨୦୨୨ ରେ ଏହି ଫିଲ୍ମ  ସର୍ବାଧିକ ରୋଜଗାର କରିଥିବା ଫିଲ୍ମଗୁଡିକ ମଧ୍ୟରୁ ଗୋଟିଏ ଥିଲା। ଏହି ଦୁଇଟି ଫିଲ୍ମ ୟଶ୍‌ଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଦେଲା। 

ଏହାପରେ ବେଶ୍‌ ବଡ ବଜେଟର ଫିଲ୍ମ ନେଇ ନିର୍ମାତା ଦୌଡୁଛନ୍ତି ୟଶ୍‌ଙ୍କ ଘରକୁ। ୟଶ୍‌ ଆଜି ଏତେ ସଫଳତା ଓ ଯଶର ଅଧିକାରୀ। ହେଲେ କ୍ୟାରିୟର୍‌ ଆରମ୍ଭରେ ତାଙ୍କୁ ବେଶ୍‌ ସଂଘର୍ଷ କରିବାକୁ ପଡିଛି। ୟଶ୍‌ଙ୍କ ବାପା ଥିଲେ ଜଣେ ସାଧାରଣ ବସ୍‌ ଡ୍ରାଇଭର୍‌। ୟଶ୍‌ ଯେତେବେଳେ ଅଭିନୟ କ୍ୟାରିୟର୍‌ ଆରମ୍ଭ କରିବାକୁ ଚାହିଁଲେ, ତାଙ୍କ ପାଇଁ ଏ ରାସ୍ତା ଆଦୌ ସହଜ ନଥିଲା। ପ୍ରଥମେ ସେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କାମ ଆରମ୍ଭ କରିଥିଲେ। ଏହି ସମୟରେ ତାଙ୍କ ପାରିଶ୍ରମିକ ଥିଲା ଦିନକୁ ମାତ୍ର ପଚାଶ ଟଙ୍କା। ପରେ ସେ ସହଯୋଗୀ ନିର୍ଦ୍ଦେଶକ ଭାବେ ଛୋଟ ମୋଟ କାମ କରି ନିଜ ଖର୍ଚ୍ଚ ତୁଲାଉଥିଲେ। ବେଶ୍‌ କିଛି ବର୍ଷ ସେ ଛୋଟ ପରଦାରେ ମଧ୍ୟ ଦେଖିବାକୁ ମିଳିଥିଲେ। ବର୍ତ୍ତମାନ ୟଶ୍‌ଙ୍କ ଫିଲ୍ମ ପିଛା ପାରିଶ୍ରମିକ ୧୫୦ କୋଟି ଟଙ୍କା। ଅଭିନେତାଙ୍କର ପରବର୍ତ୍ତୀ ଫିଲ୍ମର ନାଁ ରହିଛି ‘ଟକ୍ସିକ୍‌’। ଗୀତୁ ମୋହନଦା ଏହାର ନିର୍ଦ୍ଦେଶକ। ୨୦୨୫ରେ ପ୍ରେକ୍ଷାଳୟକୁ ଆସିବ ‘ଟକ୍ସିକ୍‌’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.