ନୂଆପଡ଼ା, ୫।୯ : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ମାଗୁରପାଣି ଗାଁରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ଜଣକ ମାଗୁରପାଣି ଗାଁର ଚୁନୁଲାଲ ରାଉତ(୪୦ ବର୍ଷ) । ଏବେ ଯୁବକ ଜଣଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
ସୂଚନାନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୭ ଟାରେ ମାଗୁରପାଣି ଗାଁର ଚୁନୁଲାଲ ଘର ନିକଟ ଚାଷ ଜମି ପଟେ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ ଏକ ଭାଲୁ ଆସି ପଛ ପଟୁ ଆକ୍ରମଣ କରିଥିଲା । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଚୁନୁଲାଲଙ୍କ ଦୁଇ ଆଖିକୁ ଭାଲୁ ତାଡ଼ି ଦେଇଛି । ଏବେ ଯୁବକଙ୍କ ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରିଛନ୍ତି ।