ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧ରେ ନବୀନ ନିବାସ ଘେରିବ ଯୁବ କଂଗ୍ରେସ, ଯୋଗଦେବେ ରାଷ୍ଟ୍ରୀୟ ସଭାପତି ବି ଭି ଶ୍ରୀନିବାସ

ଭୁବନେଶ୍ୱର,୨୯/୦୨: ରାଜ୍ୟ ସରକାର ଦୁର୍ନୀତିରେ ବୁଡ଼ି ରହିଛନ୍ତି । ସରକାରୀ ଯୋଜନାରେ ୪୦ ପ୍ରତିଶତ ପିସି ନିଆଯାଉଛି । ଖଣି ଦୁର୍ନତି, ପାଣି  ଦୁର୍ନୀତିଠୁ ଆରମ୍ଭ କରି ଚିଟଫଣ୍ଡ, ଜମି, ଡାଲି, ବିଜୁଳି, ଛାତ୍ରବୃତ୍ତି ପ୍ରମୁଖ ସମସ୍ତ  କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ହୋଇଛି । ଏସବୁ ଦୁର୍ନୀତି ପାଇଁ ରାଜ୍ୟ ସରକାର ଏକ  ଦୁର୍ନୀତିଖୋର ସରକାର ବୋଲି ସ୍ପଷ୍ଟ ହୋଇଛି । ଓଡ଼ିଶାର ସାଧାରଣ ଜନତାଙ୍କ ସ୍ୱାର୍ଥ  ବିରୋଧୀ ରାଜ୍ୟ ସରକାରକୁ ହଟାଇବା ପାଇଁ ଆସନ୍ତା ୧ ତାରିଖରେ ନବୀନ ନିବାସ  ଘେରାଉ କରିବ ଯୁବକଂଗ୍ରେସ ।  

ଏହି ଘେରାଉ କାର୍ଯ୍ୟକ୍ରମ ପାଇଁ "ନବୀନ ହଟାଅ, ଓଡ଼ିଶା ବଞ୍ଚାଅ’ ଆହ୍ୱାନ  ଦେଇଛି ଯୁବକଂଗ୍ରେସ । ବୁଧବାର ଏହାର ଲୋଗୋ ଉନ୍ମୋଚନ କରିଛି । ଏହି ଘେରାଉ  କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ବି. ଭି. ଶ୍ରୀନିବାସ ଏବଂ ପିସିସି  ସଭାପତି ଶରତ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ ଯୁବ  କଂଗ୍ରେସ ସଭାପତି ରଣଜିତ୍‌ ପାତ୍ର ସୂଚନା ଦେଇଛନ୍ତି । ଏହାକୁ ସଫଳ କରିବାକୁ  ଶ୍ରୀ ପାତ୍ର ଅନୁରୋଧ କରିଛନ୍ତି । ସମ୍ମିଳନୀରେ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ମିଲିନ୍ଦ ଗୌତମ, ଯୁବ କଂଗ୍ରେସ ମିଡିଆ ସେଲ୍‌  ଅଧ୍ୟକ୍ଷ ସୁଦୀପ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ ନିହାର ରଞ୍ଜନ ବେହେରା,  ଗୋପନ ମାର୍ଥା, ପିସିସି ସାଧାରଣ ସମ୍ପାଦକ ମନୋଜ ବିଶ୍ୱାଳ, ଭୁବନେଶ୍ୱର ଜିଲ୍ଲା  ଯୁବ କଂଗ୍ରେସ ସଭାପତି ମହମ୍ମଦ ଗୁଲଫାମ, ସ୍ୱାଗତ କର ପ୍ରମୁଖ ଉପସ୍ଥିତ ଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.