ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ଜୁରିଖ୍‌ ଡାଏମଣ୍ଡ୍‌ ଲିଗ୍‌ରେ ନୀରଜଙ୍କୁ ସିଲଭର୍ ମେଡାଲ୍, ଚତୁର୍ଥ ପ୍ରୟାସରେ ୮୫.୭୧ ମିଟର ଥ୍ରୋ

ଜୁରିଖ୍‌,୦୧/୦୯: ବିଶ୍ୱ ଚାମ୍ପିଅନ୍‌ ତଥା  ଭାରତର ଜାଭେଲିନ୍‌ ତାରକା ନୀରଜ ଚୋପ୍ରା ଜୁରିଖ୍‌ ଡାଏମଣ୍ଡ୍‌ ଲିଗ୍‌ରେ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ନିଜର ଚତୁର୍ଥ ପ୍ରୟାସରେ ୮୫.୭୧  ମିଟର ଦୂରକୁ ଜାଭେଲିନ ଫିଙ୍ଗି ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ। ଚେକ୍‌ ଗଣରାଜ୍ୟର ଜାକୁବ  ଭାଲ୍‌ଡେଚ୍‌ ୮୫.୮୬ମିଟର ସହ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଜର୍ମାନୀର ଜୁଲିଆନ୍‌ ୱେବର ୮୫.୦୪ମିଟର ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । 

ଗୁରୁବାର ନୀରଜଙ୍କ ପ୍ରଥମ ଥ୍ରୋ ୮୦.୭୯ମିଟର  ରହିଥିଲା । ଏହାପରେ ତାଙ୍କର ପରବର୍ତ୍ତୀ ୨ଟି ଯାକ  ଥ୍ରୋ ଫାଉଲ୍‌ ହୋଇଥିଲା । ଫଳରେ ୩ ରାଉଣ୍ଡ ସୁଦ୍ଧା  ସେ ପଞ୍ଚମ ସ୍ଥାନରେ ରହିଥିଲେ । ଚତୁର୍ଥ ପ୍ରୟାସରେ  ନୀରଜ ୮୫.୨୨ମିଟର ଦୂର ଜାଭେଲିନ ଫିଙ୍ଗି ପଦକ ପକ୍କା କରି ଦେଇଥିଲେ । ତେବେ ତାଙ୍କର ଅନ୍ତିମ  ପ୍ରୟାସ ୮୫.୭୧ ମିଟର ରହିଥିଲା ।  ପୁରୁଷ ଲଙ୍ଗଜମ୍ପ ଇଭେଣ୍ଟରେ ଭାରତର ମୂରଲୀ ଶ୍ରୀଶଙ୍କର ୭.୯୯ମିଟର ଦୂର ଜମ୍ପ ସହ ପଞ୍ଚମ  ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି । ସେ ନିଜର ପ୍ରଥମ  ପ୍ରୟାସ ଏହି ଦୂରତା ଛୁଇଁଥିଲେ । ବିଶ୍ୱ ଚାମ୍ପିଅନ୍‌  ଗ୍ରୀସ୍‌ରେ ମିଲ୍‌ଟିଆଡିସ୍‌ ଟେଣ୍ଟୋଗ୍ଲୋ ୮.୨୦ମିଟର  ଦୂର ଜମ୍ପ କରି ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ  ଜାମାଇକାର ତାଜୟ ଗେଲ ୮.୦୭ମିଟର ସହ  ରୌପ୍ୟ ଏବଂ ଆମେରିକାର ଜାରିୟନ ଲସନ୍‌  ୮.୦୫ମିଟର ସହ ବ୍ରୋଞ୍ଜ ପଦକ ଜିତିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.