ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଶିମିଳିପାଳରେ ବନ୍ୟଜନ୍ତୁ ଅସୁରକ୍ଷିତ, ବାଟବଣା ହୋଇ ଘରେ ପଶିଥିବା ସମ୍ବରକୁ ଉଦ୍ଧାର କଲା ବନବିଭାଗ

ଖୁଣ୍ଟା, ୦୭/୧୧ : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରୁ ଏକ ସମ୍ବର ପଳାଇ ଆସି ପାଦଦେଶ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ପଶି ଯାଇଥିଲା। ସମ୍ଵରକୁ ଆହତ ଅବସ୍ଥାରେ ବନବିଭାଗ ଉଦ୍ଧାର କରିଛି। 

ସୂଚନାନୁଯାୟୀ, ମଙ୍ଗଳବାର ସକାଳେ ଡୁକୁରା ବନ୍ୟପ୍ରାଣୀ ବନାଞ୍ଚଳ ତଥା ଖୁଣ୍ଟା ଥାନା ଅନ୍ତର୍ଗତ ଲକ୍ଷ୍ମଣାସାହି ପଞ୍ଚାୟତ ଅଧୀନ କୁସୁଗୋଡିଆ ଗ୍ରାମରେ ଏକ ସମ୍ଵରକୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସମ୍ବରଟି ଲୋକମାନଙ୍କୁ ଦେଖି ଭୟଭୀତ ହୋଇ ସୁନାରାମ ମୁର୍ମୁଙ୍କ ଘର ଭିତରକୁ ପଶି ଯାଇଥିଲା। ଖବର ପାଇ (ଏସ୍ ଟି ଆର୍) ଏସିଏଫ୍ ପ୍ରଦୀପ ଦେ, ଡୁକୁରା ଏସଟିଆର୍ ରେଞ୍ଜର ସୁବାସ ସାହୁ, ଡୁକୁରା ଫରେଷ୍ଟର ଖଗେଶ୍ବର ସେଠୀ, ମିନାକ୍ଷୀ ନାଏକଙ୍କ ସମେତ ଅନ୍ୟ କର୍ମଚାରୀ ଓ ବନ୍ୟପ୍ରାଣୀ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବହୁ ଚେଷ୍ଟା ପରେ ସମ୍ବରଟିକୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲା। ଆହାତ ସମ୍ବରକୁ ଏସଟିଆରର ବନ୍ୟପ୍ରାଣୀ ଡ଼ାକ୍ତରଙ୍କ ଦ୍ଵାରା ଚିକିତ୍ସା ଚାଲିଥିବା ବେଳେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟରେ ସମ୍ବରକୁ ଛଡ଼ା ଯାଇନଥିବା ଜଣାପଡିଛି।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.