ପ୍ରମୂଖ ଖବର

ବେଆଇନ ଇଟାଭାଟି ବନ୍ଦ ଦାବିରେ ତହସିଲ ଅଫିସ ଆଗରେ ଧାରଣା, ୪ଟା ଭିତରେ ନ୍ୟାୟ ନମିଳିଲେ ଆତ୍ମାହୁତି ଚେତାବନୀ

ନୀଳଗିରି, ୭/୧୨ : ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୁଳଡ଼ିହା ଅଭୟାରଣ୍ୟ ସୀମାନ୍ତରେ ବେଆଇନ ଇଟାଭାଟି ଚାଲିଛି। ଏଭଳିକି ଇକୋ ସେନସିଟିଭ ଜୋନରେ ମଧ୍ୟ ଇଟାଭାଟି ଚାଲିଛି। ଗତବର୍ଷ ମଧ୍ୟ ତହସିଲଦାର ସମସ୍ତ ଇଟାଭାଟିକୁ ବେଆଇନ କହି ପର୍ଯ୍ୟାୟ କ୍ରମେ ଭଙ୍ଗାଯିବ ବୋଲି କହିଥିଲେ। ଏହି କ୍ରମରେ ଗତବର୍ଷ ଔପଦା ବ୍ଲକ କାଣ୍ଡଗରଡ଼ିହି ପଞ୍ଚାୟତ ବାରାକୋଇଲି ଛକରେ ମାମା ଇଟାଭାଟି ଚାଷଜମିରେ ବେଆଇନ ଦର୍ଶାଇ ଏହାକୁ ପ୍ରଶାସନ ଭାଙ୍ଗି ଦେଇଥିଲା। ଏହା ପୂର୍ବରୁ ଇଟାଭାଟି ମାଲିକଙ୍କୁ ୩ ଲକ୍ଷ ୫୦ ହଜାର ଟଙ୍କା ଜରିମାନା କରାଯାଇଥିବା ବେଳେ ଏହାକୁ ମାଲିକ ଦେଇ ନପାରିବାରୁ ଭଙ୍ଗା ଯାଇଥିବା ମାଲିକ କହିଥିଲେ। ଏପରିକି ପରିବାର ଲୋକେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। 

ତେବେ ଚଳିତ ବର୍ଷ ପୁଣି ଅନ୍ୟ ବେଆଇନ ଭାଟିଭାଟି ଚାଲିଥିଲା ବେଳେ ଭଙ୍ଗାଯାଇଥିବା ଇଟାଭାଟି ମାଲିକ ଜିଲ୍ଲାପାଳଙ୍କ ଠାରେ ନ୍ୟାୟ ମାଗିଥିଲେ। ଜିଲ୍ଲାପାଳ ନ୍ୟାୟ ନଦେବାରୁ ଆଜି ସମୂହ ପରିବାର ଲୋକେ ନୀଳଗିରି ତହସିଲ ଅଫିସ ଆଗରେ ଧାରଣା ଦେଇଛନ୍ତି।ଯଦି ଅନ୍ୟ ବେଆଇନ ଇଟାଭାଟି ଗୁଡିକ ଭଙ୍ଗା ନଯାଏ ତାହେଲେ ୪ଟା ବେଳକୁ ସମୂହ ପାରିବାର ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.