କୋଣାର୍କ, ୪।୮: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ଅକାଳବିୟୋଗ ଘଟିଛି । କୋଣାର୍କ ଥାନା ଅନ୍ତର୍ଗତ ସିମିଳି ପଞ୍ଚାୟତ ଅନସରା ଗ୍ରାମର ୫୫ ବର୍ଷୀୟ ଜଟାଧାରୀ ବରାଳ ରବିବାର ପୂର୍ବାହ୍ନରେ ନିଜ ଚାଷ ଜମିରେ ପାଣି ମଡ଼ାଉଥିଲେ । ମଟର ପମ୍ପ ଲଗାଇବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲେ । ତୁରନ୍ତ ଜଟାଧାରୀଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।
କୋଣାର୍କ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଚାରିଛକ ହସ୍ପିଟାଲ ପଠାଇଥିଲା । ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି ।