ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଙ୍ଗଳରେ ଏଭରେଷ୍ଟ୍‌ଠୁ ବିଶାଳ ଆଗ୍ନେୟଗିରି ଠାବ, ଜୀବସତ୍ତାର ପ୍ରମାଣ ଖୋଜିବାର ଉପଯୁକ୍ତ ସ୍ଥାନ

ନୂଆଦିଲ୍ଲୀ  ୧୭/୦୩: ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ଏକ ବିଶାଳ ଲୁକ୍କାୟିତ ଆଗ୍ନେୟଗିରି ଆବିଷ୍କାର କରିଛନ୍ତି । ପୂର୍ବରୁ ଏହାର ନାମ ଦିଆଯାଇଥିଲା ‘ନକ୍ଟିସ୍‌ ମନ୍‌ସ’ । ଏହାର ଉଚ୍ଚତା ୨୯,୬୦୦ ଫୁଟ (୯,୦୨୨ ମିଟର) । ଏହା ଏଭରେଷ୍ଟ୍‌ ଶୃଙ୍ଗଠୁ ମଧ୍ୟ ଉଚ୍ଚତାରେ ବଡ଼ । ହୱାଇ ଦ୍ୱୀପରେ ସୃଷ୍ଟ ୫ ଆଗ୍ନେୟଗିରି ମଧ୍ୟରେ ଅନ୍ୟତମ ମୌନା ଲୋଆ ସହ ଏହା ସମାନ । ଏହା ମଙ୍ଗଳ ଗ୍ରହରେ ଅବସ୍ଥିତ ଏକମାତ୍ର ୭ମ ସର୍ବୋଚ୍ଚ ଆଗ୍ନେୟଗିରି । ଗ୍ରହର ଭୂମଧ୍ୟରେଖାର ଦକ୍ଷିଣରେ ଏହାକୁ ଆବିଷ୍କାର କରାଯାଇଛି ।

ମଙ୍ଗଳରେ ଜୀବସତ୍ତାର ପ୍ରମାଣ ଖୋଜିବା ଲାଗି ନାସା ପଠାଇବାକୁ ଯାଉଥିବା ମଙ୍ଗଳ ଯାନ ଲାଗି ନକ୍ଟିସ୍‌ ମନ୍‌ସ ଉପଯୁକ୍ତ ସ୍ଥାନ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଅତ୍ୟଧିକ ମାତ୍ରାରେ କ୍ଷୟ ହୋଇଯାଇଥିବାରୁ ଏଇଟି ଆଗ୍ନେୟଗିରି ବୋଲି ଜଣାନଥିଲା । ବାସ୍ତବରେ ଦୀର୍ଘ ଦଶନ୍ଧି ଧରି ନକ୍ଟିସ୍‌ର ଫଟୋ ଉଠାଯାଇଛି । ୪୫୦ କିମିରୁ ଅଧିକ କ୍ଷେତ୍ରରେ ଏହା ବିସ୍ତୃତ । ଦୀର୍ଘ ଅବଧି ଧରି ଏହି ଆଗ୍ନେୟଗିରି ସକ୍ରିୟ ଥିଲା । ଏହାର ଦକ୍ଷିଣ-ପୂର୍ବ ଅଂଶରେ ଏକ ପତଳା ସ୍ତରରେ ଅବଶେଷର ସଂଗ୍ରହ ଗ୍ଲାସିୟର ବରଫ ତଳେ ଏବେ ବି ରହିଛି । ଅଧ୍ୟୟନର ନେତୃତ୍ୱ ନେଇଥିବା ନାସା ଆମେସ ରିସର୍ଚ୍ଚ ସେଣ୍ଟର୍‌ର ସେଟି ଇନ୍‌ଷ୍ଟିଚ୍ୟୁଟ୍‌ ଓ ମାର୍ସ ଇନ୍‌ଷ୍ଟିଚ୍ୟୁଟ୍‌ର ପ୍ଲାନେଟାରୀ ସାଇଣ୍ଟିଷ୍ଟ୍‌ ପାସ୍କାଲ ଲି କହିଛନ୍ତି, ଗତ ବର୍ଷ ଆମେ ଚିହ୍ନଟ କରିଥିବା ଗ୍ଲାସିୟର୍‌ର ଅବଶେଷ ମିଳିଥିବା ସ୍ଥାନର ଭୂବୈଜ୍ଞାନିକ ପରୀକ୍ଷା କରିଥିଲୁ । ସେତେବେଳେ ହୃଦୟଙ୍ଗମ କଲୁ ଯେ ଆମେ ଏକ ବିଶାଳ ଓ ଗଭୀର ଭାବେ କ୍ଷୟ ହୋଇଥିବା ଆଗ୍ନେୟଗିରି ଭିତରେ ଅଛୁ । ୧୯୭୧ ମସିହାରୁ ଅନେକ ମହାକାଶଯାନ ଜରିଆରେ ଏହାର ଢାଞ୍ଚାକୁ ଅବଲୋକନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.