ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମହିଳା ବେଶରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବାରିପଦା, ୦୩/୦୨ : ଆଶ୍ଚର୍ଯ୍ୟ ଢ଼ଙ୍ଗରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଦହିକଟି ପଞ୍ଚାୟତ ଭାଲିଆ ଗ୍ରାମରେ ଏଭଳି ଘଟଣା ଘଟିଛି। ଜଣେ ଯୁବକ ମହିଳା ବେଶରେ ଆତ୍ମହତ୍ୟା କରିଛନ୍ତି। ତେବେ ମୃତକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। 

ସୂଚନାନୁଯାୟୀ, ବେତନଟୀ ବ୍ଲକ ଦହିକଟି ପଞ୍ଚାୟତ ଭାଲିଆ ଗାଁ ମୁଣ୍ଡ ଡାହିଜମିରେ ଥିବା ଏକ ମହୁଲ ଗଛରୁ କେଶବ ଚନ୍ଦ୍ର ମହାନ୍ତଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀ ଏନେଇ ବେତନଟୀ ପୋଲିସକୁ ଖବର ଦେଇଥିଲେ। ବେତନଟୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ତେବେ ଆଶ୍ଚର୍ଯ୍ୟଜନକ ଢଙ୍ଗରେ କେଶବଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ଜଣେ ପୁରୁଷ ହୋଇଥିବା ବେଳେ ନାରୀ ବେଶରେ ତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି। ତେଣୁ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ପାରିପାର୍ଶ୍ଵିକ ସ୍ଥିତିରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।





  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.