ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଲିଙ୍ଗନ କରିବାରୁ ଜେଲ ଗଲେ ବ୍ୟକ୍ତି, ଟିକ୍‌ଟକ୍‌ ଭିଡିଓ କରିବା ପଡିଲା ମହଙ୍ଗା

ନୂଆଦିଲ୍ଲୀ ୦୮/୦୬: ଚୋରି, ଡକାୟତି କିମ୍ବା ହତ୍ୟା କଲେ ଦଣ୍ଡ ମିଳେ । କିନ୍ତୁ ଏଠାରେ ଜଣେ ବ୍ୟକ୍ତି ଅଜବ କାରଣ ପାଇଁ ଦଣ୍ଡିତ ହୋଇଛନ୍ତି । ଆଲଜେରିଆର ଜଣେ ବ୍ଲଗର୍‌ଙ୍କ ସହ ଏପରି ହୋଇଛି । ଶାନ୍ତି ଓ ସକାରାତ୍ମକତାର ପ୍ରସାର ଲାଗି ରାସ୍ତାରେ ଯାଉଥିବା ଲୋକଙ୍କୁ ଆଲିଙ୍ଗନ କରିଥିବାରୁ ତାଙ୍କୁ ୨ ମାସ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । 

ଆଲଜେରିଆର ୩୦ ବର୍ଷୀୟ ବ୍ଲଗର ମହମ୍ମଦ ରମଜି ନିକଟରେ ଜଣେ ଲୋକପ୍ରିୟ ବ୍ଲଗର୍‌ଙ୍କ ଦ୍ୱାରା ପ୍ରେରିତ ହୋଇ ଏକ ଟିକ୍‌ଟକ୍‌ ଭିଡିଓ ପୋଷ୍ଟ୍‌ କରିଥିଲେ । ଏଥିରେ ସେ ରାସ୍ତାରେ ଯାଉଥିବା ଲୋକଙ୍କୁ ଆଲିଙ୍ଗନ କରିବାର ସାମାଜିକ ପ୍ରୟୋଗ କରୁଥିବା ନଜର ଆସିଥିଲେ । କିନ୍ତୁ ଏ ପ୍ରକାର କାର୍ଯ୍ୟକୁ ଆଲଜେରିଆରେ ପସନ୍ଦ କରାଯାଏ ନାହିଁ । ସେଥିପାଇଁ ସ୍ଥାନୀୟ ଲୋକେ ତାଙ୍କ ଭିଡିଓ ଦେଖି କ୍ରୋଧିତ ହେଲେ । ମାମଲା କୋର୍ଟରେ ପହଞ୍ଚିଲା । ଗତ ବର୍ଷ ଏକ କୋର୍ଟ ତାଙ୍କୁ ସମସ୍ତ ଅଭିଯୋଗରେ ଦୋଷୀ ପାଇନଥିଲେ । କିନ୍ତୁ ଅଭିଯୋଗକାରୀ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅପିଲ କରିବା ପରେ ମହମ୍ମଦଙ୍କ ମାମଲାକୁ ଆଲଜେରିଆର ନ୍ୟାୟିକ ପରିଷଦକୁ ପଠାଗଲା । ସେଠାରେ ସେ ଦୋଷୀ ପ୍ରମାଣିତ ହେଲେ । 

ମହମ୍ମଦଙ୍କ ବିରୋଧରେ ଅଭଦ୍ର ବ୍ୟବହାର କରିବାର ଅଭିଯୋଗ ହୋଇଥିଲା । କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ, ତାଙ୍କୁ ୨ ମାସ ଜେଲ ଦଣ୍ଡ କାଟିବାକୁ ପଡ଼ିବ ଏବଂ ୫ ମିଲିଅନ ଦିନାର (୩୭,୦୦୦ ଡଲାର) ଜରିମାନା ବି ଦେବାକୁ ପଡ଼ିବ । ତାଙ୍କ ଆଲିଙ୍ଗନ ଭିଡିଓ ଯୋଗୁ ଆଲଜେରିଆରେ ଖୁବ୍‌ ହଙ୍ଗାମା ହେବା ପରେ ମହମ୍ମଦ କ୍ଷମା ପ୍ରାର୍ଥନା କରିଥିଲେ । ଭିଡିଓ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଶାନ୍ତି ଓ ପ୍ରେମ ବାଣ୍ଟିବା ତାଙ୍କ ଉଦ୍ଦେଶ୍ୟ ଥିଲା ବୋଲି ସେ କହିଥିଲେ । କିନ୍ତୁ ଲୋକେ ଏହାକୁ ଗ୍ରହଣ କଲେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.