ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ପ୍ରେମିକାର ପରିଜନଙ୍କୁ ଦେଖି ଭାରତରେ ପଶିଲେ ପାକ୍‌ ନାଗରିକ, ପଚରାଉଚରା କରୁଛି ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ ୨୮/୦୮: ବାଡ଼ମେରରେ ସୀମା ଅତିକ୍ରମ କରି ଜଣେ ପାକିସ୍ତାନୀ ନାଗରିକ ଭାରତରେ ପ୍ରବେଶ କରିଛନ୍ତି । ତେବେ ଏହାର କାରଣ ସେ ଯାହା କହିଛନ୍ତି, ଶୁଣିଲେ ଆପଣ ବି ଚକିତ ହେବେ । ରାତିରେ ଦୌଡ଼ିବା ସମୟରେ ସେ ରାସ୍ତା ଭୁଲି ଭାରତୀୟ ସୀମାର ୧୫ କିମି ଭିତରକୁ ଝଡ଼ପା ଗାଁରେ ପହଞ୍ଚିଗଲେ । ସକାଳେ ଗାଁ ଲୋକ ତାଙ୍କୁ ଦେଖି ପଚରାଉଚରା କରିବାରୁ ସେ ପାକିସ୍ତାନର ଥାରପାରକର ଯିବାକୁ ବସ୍‌ ଠିକଣା ପଚାରିଲେ । ଏହା ପରେ ଗାଁ ଲୋକେ ତାଙ୍କୁ ବିଏସ୍‌ଏଫ୍‌କୁ ଧରାଇଦେଲେ । 

ବାଡ଼ମେର ଏସ୍‌ପି ନରେନ୍ଦ୍ର ସିଂହ ମୀଣା କହିଛନ୍ତି, ଭାରତୀୟ କ୍ଷେତ୍ରକୁ ପଶି ଆସିଥିବା ପାକ୍‌ ନାଗରିକଙ୍କ ନାଁ ଜଗସୀ ପୁତ୍ର ପରଶୁରାମ । ଗତ ୨୪ ତାରିଖ ରାତିରେ ପାକ୍‌ ସୀମାରେ ସ୍ଥିତ ଏକ ଗାଁକୁ ନିଜ ପ୍ରେମିକାଙ୍କୁ ସେ ଦେଖା କରିବାକୁ ଯାଇଥିଲେ । ପ୍ରେମିକାଙ୍କ ଘର ଲୋକ ଏ ବିଷୟରେ ଜାଣିବା ପରେ ସେ ସେଠାରୁ ଲୁଚି ପଳାଇଲେ । ବୋଧହୁଏ ଭୟରେ ତାରବାଡ଼ ପାର କରି ସେ ଭାରତୀୟ ସୀମାକୁ ପଶି ଆସିଥିଲେ । ରାତି ପ୍ରାୟ ୨.୪୮ରେ ସେ ବିଏସ୍‌ଏଫ୍‌ କ୍ୟାମେରାରେ ନଜର ଆସିଥିଲେ । ତାଙ୍କ ପାଖରୁ ୨ ସିମ୍‌ ଥିବା ଏକ ମୋବାଇଲ ଫୋନ୍‌ ଓ ଏକ ଡାଏରୀ ମିଳିଛି । ଗତ ୩ ଦିନରୁ ଆଇବି, ସିଆଇଡିସିବି, ବିଏସ୍‌ଏଫ୍‌ ସମେତ ଅନେକ ସୁରକ୍ଷା ଏଜେନ୍ସି ପାକ୍‌ ନାଗରିକଙ୍କୁ ପଚରାଉଚରା କରୁଛି । 

୨୧ ବର୍ଷୀୟ ପାକ୍‌ ନାଗରିକ ଜଗସୀ ଥାରପାରକର ଜିଲ୍ଲାର ଖାରୋଡା ଗାଁର ବାସିନ୍ଦା । ଏହି ଗାଁ ଭାରତ ସୀମାଠୁ ୩୫ କିମି ଦୂର ପାକିସ୍ତାନରେ ଅବସ୍ଥିତ । ଭାରତର ନବାତଲା ସୀମାରୁ ମାତ୍ର ୭ କିମି ଦୂର ଘୋରାମାରୀ ଗାଁରେ ତାଙ୍କ ପ୍ରେମିକା ରହୁଛନ୍ତି । ଉଭୟଙ୍କ ମଧ୍ୟରେ ୨୦୨୦ ମସିହାରୁ ପ୍ରେମ ବ୍ୟାପାର ଚାଲିଥିଲା । ସେଦିନ ରାତିରେ ସେ ପ୍ରେମିକାକୁ ଦେଖା କରିବାକୁ ଯାଇ ତାଙ୍କ ସହ ପଳାୟନ କରିବାକୁ ଜିଦ୍‌ କଲେ । କିନ୍ତୁ ପ୍ରେମିକା ସିଧା ମନା କରିଦେଲେ । ଇତିମଧ୍ୟରେ ପ୍ରେମିକାଙ୍କ ପରିଜନ ଏ ବିଷୟରେ ଖବର ପାଇଗଲେ । ଏହା ପରେ ଜଗସୀ ସେଠାରୁ ପଳାୟନ କଲେ । ପ୍ରେମିକା ସାଙ୍ଗରେ ନ ଯିବାରୁ ଜଗସୀଙ୍କ ହୃଦୟ ଭାଙ୍ଗିଗଲା । ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା ପୁଲିସକୁ କହିଛନ୍ତି । ପ୍ରେମିକା ଘରୁ ଓଢ଼ଣି ନେଇ ସେ ସେଠାରୁ ଚାଲିଆସିଲେ । ଓଢ଼ଣିକୁ ଗଛରେ ବାନ୍ଧି ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କଲେ । କିନ୍ତୁ ଗଛ ଡାଳ ଭାଙ୍ଗିଯିବାରୁ ସେ ବଞ୍ଚିଗଲେ । ପ୍ରେମିକାଙ୍କ ଘର ଲୋକ ପିଛା କରିବାରୁ ସେ ଭାରତର ସୀମା ଭିତରେ ପଶିଗଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.