ପ୍ରମୁଖ ଖବର
  • ଜମ୍ମୁ-କାଶ୍ମୀରକୁ ଖୁବ୍‌ଶୀଘ୍ର ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ଉଦ୍ଧମପୁରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • କାଳିକାଦେବୀ ସାହିରେ ବୁଲେ ମାଟିମଣ୍ଡପ ସାହି ପଟୁଆର, ଆଜି ବାଲିସାହି-ହରଚଣ୍ଡି ସାହି ଶାନ୍ତି କମିଟି ବୈଠକ
  • ||
  • ପ୍ୟାରିସ ଅଲିମ୍ପିକ୍ସ: ୧୭ରେ ବିକ୍ରି ହେବ ୨୫୦,୦୦୦ ଟିକେଟି
  • ||
  • ଗ୍ରୀଷ୍ମ ଛୁଟିରେ ଅନ୍‌ଲାଇନ୍‌ କ୍ଲାସ୍‌, ଆଜି ପ୍ରଧାନଶିକ୍ଷକମାନଙ୍କ ବୈଠକରେ ହେବ ଆଲୋଚନା
  • ||
  • ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଶୁକ୍ରବାର ପ୍ରକାଶ ପାଇବ ବିଜ୍ଞପ୍ତି, ଆରମ୍ଭ ହେବ ନାମାଙ୍କନ ପ୍ରକିୟା
  • ||
  • ଜାତୀୟ ପଥପ୍ରାନ୍ତ ନାଟକ ଦିବସ: ସରକାରୀ ସ୍ୱୀକୃତିକୁ ଅପେକ୍ଷା, ଅନେକ ଦାବି ପରେ ବି ଅବହେଳିତ
  • ||
  • ଦିଲ୍ଲୀ ମଦ ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ବିଆର୍‌ଏସ୍‌ ନେତ୍ରୀ କେ.କବିତା, ରିମାଣ୍ଡ ଆବେଦନ କରିବ CBI
  • ||
  • IPL 2024: ସୁପରଜାଏଣ୍ଟ୍‌ସ - କ୍ୟାପିଟାଲ ଲଢ଼େଇ, ଏକାନ୍ନାରେ ଚ୍ୟାଲେଞ୍ଜ ହେବ ସ୍ପିନ
  • ||
  • ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ, ୭୯ ବର୍ଷ ବୟସରେ କଲେ ଶେଷ ନିଶ୍ୱାସ ତ୍ୟାଗ
  • ||
  • ବଦଳିବ ପାଣି ପାଗ ମିଜାଜ୍: ୪ ଦିନରେ ୮ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ପୁଣି କଲବଲ କରିବ ତାତି
  • ||

ଏନଏମଏସିସିର ରେକର୍ଡ଼, ଗୋଟିଏ ବର୍ଷରେ ୭୦୦ସୋ’ ଦେଖିଲେ ୧ ନିୟୁତରୁ ଅଧିକ ଦର୍ଶକ

ମୁମ୍ବାଇ/ଭୁବନେଶ୍ୱର,୧/୪ : ନୀତା ମୁକେଶ ଅମ୍ବାନି ସାଂସ୍କୃତିକ କେନ୍ଦ୍ର (ଏନଏମଏସିସି) ଏହାର ପ୍ରଥମ ବାର୍ଷିକୀ ପାଳନ କରୁଛି । ପ୍ରଥମ ବର୍ଷରେ ଏନଏମଏସିସି କଳା ଜଗତରେ ଅନେକ ରେକର୍ଡ ସ୍ଥାପନ କରିଛି । ଏନ୍‌ଏମ୍‌ଏସିସିରେ ଗତ ୩୬୬ଦିନ ମଧ୍ୟରେ ୬୭୦ଜଣ କଳାକାର ୭୦୦ରୁ ଅଧିକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି । ଏହି ସୋ'ଗୁଡ଼ିକୁ ଦର୍ଶକମାନେ ବହୁତ ଭଲ ପାଇବା ମଧ୍ୟ ଦେଇଛନ୍ତି । ଏହି ସୋ'ଗୁଡ଼ିକୁ ଦେଖିବା ପାଇଁ ୧୦ ଲକ୍ଷରୁ ଅଧିକ ଦର୍ଶକ ଏନଏମଏସିସିରେ ପହଂଚିଥିଲେ । ଏହି ଧାରାରେ ‘ସଭ୍ୟତାରୁ ରାଷ୍ଟ୍ର’ ଭଳି ଭାରତୀୟ ନାଟକଠାରୁ ଆରମ୍ଭ କରି 'ଦ ସାଉଣ୍ଡ ଅଫ୍ ମ୍ୟୁଜିକ୍‌’ ଭଳି ଆଇକନିକ୍ ବ୍ରଡୱେ ମ୍ୟୁଜିକାଲ୍ ପର୍ଯ୍ୟନ୍ତ ସବୁ କିଛି ଥିଲା । ପ୍ରଥମ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ଏନଏମଏସିସିରେ ଲଗାତାର ଚାରି ଦିନ ଧରି ସ୍ୱତନ୍ତ୍ର ଶୋ' ଆୟୋଜନ କରାଯାଇଛି । ପ୍ରଥମ ଦିନରେ ଅମିତ ତ୍ରିବେଦୀ “ଭାରତର ଲୋକଯାତ୍ରା' ଶୀର୍ଷକରେ ଚମତ୍କାର ସଙ୍ଗୀତ ପରିବେଷଣ କରିଥିଲେ । ତାଙ୍କ ସହ ମଞ୍ଚରେ ସାରା ଭାରତର କଣ୍ଠଶିଳ୍ପୀ ଓ ସଙ୍ଗୀତକାରମାନେ ଉପସ୍ଥିତ ଥିଲେ ।

ବାର୍ଷିକୀ ଅବସରରେ ଏନଏମଏସିସିର ଅଧ୍ୟକ୍ଷା ନୀତା ଅମ୍ବାନୀ କହିଛନ୍ତି ଯେ, “ଗତ ଏକ ବର୍ଷ ମଧ୍ୟରେ ଏନଏମଏସିସି ବିଭିନ୍ନ କଳା ପରମ୍ପରାର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ କାର୍ଯ୍ୟକ୍ରମମାନ ଆୟୋଜନ କରିଛି । ଆମେ ଯୁବ ଉଦୀୟମାନ କଳାକାରମନଙ୍କୁ ସମର୍ଥନ କରୁଛୁ । ଭାରତ ତଥା ବିଶ୍ୱର ଶ୍ରେଷ୍ଠ ଶାସ୍ତ୍ରୀୟ ଓ ଲୋକସଙ୍ଗୀତଠାରୁ ଆରମ୍ଭ କରି ସ୍ମରଣୀୟ ନାଟକ ଓ ନୃତ୍ୟ ପରିବେଷଣ କରାଯାଇଛି । ଏହା ଆମ ପାଇଁ ଖୁସିର ବିଷୟ ଯେ ଏନଏମଏସିସି କଳା, କଳାକାର ଏବଂ ଦର୍ଶକଙ୍କ ପାଇଁ ଏକ ଅସାଧାରଣ ସ୍ଥାନ ଭାବରେ ଉଭା ହୋଇଛି ।’ 

"ମୁକେଶ ଏବଂ ମୁଁ ଏକାଠି ଏକ ସ୍ୱପ୍ନ ଦେଖିଥିଲୁ ଯେ ଆମେ ଏକ କେନ୍ଦ୍ର ସୃଷ୍ଟି କରିବା ଉଚିତ ଯାହା କଳା, ସଂସ୍କୃତି ଏବଂ ଜ୍ଞାନର ତ୍ରିମୂର୍ତ୍ତି ସଂଗମ ହେବ । ଯେଉଁଠି ସଙ୍ଗୀତ ଏକ ନୂତନ ସ୍ୱର ପାଇଥାଏ, ନୃତ୍ୟ ଏକ ନୂତନ ତାଳ ପାଇଥାଏ, କଳା ଏକ ନୂତନ ଘର ପାଇଥାଏ ଏବଂ କଳାକାରମାନେ ଏକ ନୂତନ ଆକାଶ ପାଇଥାନ୍ତି । ଆଜି ଅତ୍ୟନ୍ତ ନମ୍ରତା ଏବଂ ଆତ୍ମବିଶ୍ୱାସର ସହ ମୁଁ କହିପାରିବି ଯେ ସେହି ସ୍ୱପ୍ନ ଏବେ ବାସ୍ତବରେ ପରିଣତ ହୋଇଛି ।’’

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.