ପ୍ରମୁଖ ଖବର
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଲାମ୍ ପଦର ଗାଁରେ ଦୁଇ ଦିନିଆ ଡାକ ମେଳା ଅନୁଷ୍ଠିତ

ଫିରିଙ୍ଗିଆ,୨୦l ୪ ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ଲାମପଦର ଗାଁରେ ଡାକ ମେଳା ବା ୨ ଦିନିଆ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି  l ଏହି ଡାକ ମେଳା ଓ ସଚେତନ କର୍ମଶାଳାରେ ଫୁଲବାଣୀ ଡାକ ଅଧିକ୍ଷକ ସୁଧାଂଶୁ ଶେଖର ପାଢ଼ୀ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସହାୟକ ଡାକ ଅଧିକ୍ଷକ ମନୋଜ କୁମାର ବେହେରା, ସହକାରୀ ପ୍ରବନ୍ଧକ ଭୋଳା ନାଥ ବିଶ୍ୱାଳ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ,ଡି, ଇ,ଓ ପୋଷ୍ଟାଲ ଲାଇଫ ଇନ୍ସୁରାନ୍ସ ସଂଗ୍ରାମ କେଶ୍ବରୀ ପ୍ରଧାନ, ଓଭରସର ରଞ୍ଜନ କୁମାର ସାହୁ, ଶିବ ଶଙ୍କର ଭୋଇ, ପୋଷ୍ଟ ମାଷ୍ଟର ମନୀଷ ରଞ୍ଜନ ସ୍ୱାଇଁ ଯୋଗ ଦେଇଥିବା ବେଳେ ପବିଙ୍ଗିଆ ପଞ୍ଚାୟତର ୧୫ ରୁ ଉର୍ଧ୍ଵ ଗାଁର ଜନସାଧାରଣ ଯୋଗ ଦେଇଥିଲେ l କର୍ମଶାଳାରେ ଡାକବିଭାଗର ସଂଚୟ ଖାତା, ବୀଣା, ଭତା, କାଳିଆ ଯୋଜନା ମହିଳା ସଂମାନ ସଞ୍ଚୟ ପରିଚୟ ପତ୍ର, ସୁକନ୍ୟା ଯୋଜନା ଖାତା, ଆରଡ଼ି ଖାତା ଓ ବୀମା ଯୋଜନା ସହ ବିଭାଗର ସମସ୍ତ ସୁବିଧା ବିଷୟରେ ଉପସ୍ଥିତ ଅଧିକାରୀ ମାନେ ବୁଝାଇ ଥିଲେ l ୧୫ ରୁ ଅଧିକ ନୂତନ ସଞ୍ଚୟ ଖାତା ଖୋଲାଯାଇଥିଲା l ଘର ଘର ବୁଲି ସଚେତନ କରିବା ସହ ଆରଡ଼ି ଖାତା ମଧ୍ୟ ଖୁଲା ଯାଇଥିଲା l ସର୍ବ ଭାରତୀୟ ସ୍ଥରରେ ଫୁଲବାଣୀ ଡିଭିଜନ ର କନ୍ଧମାଳ ଓ ବୌଦ୍ଧ ଡାକ ମଣ୍ଡଳ ଥିବା ବେଳେ ୫ ଟି ଉପ ଡାକ ମଣ୍ଡଳ, ୪୧୧ ଟି ଗ୍ରାମୀଣ ପୋଷ୍ଟ ରହିଥିବା ବେଳେ ପ୍ରତି ମାସରେ ଗୋଟିଏ ଦିନ ଗୋଟିଏ ଜାଗାରେ ଏହି ମେଳା ଅନୁଷ୍ଠିତ ହେବ ବୋଲି ବିଭାଗ ତରଫରୁ ସୂଚନା ମିଳିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.