ଜି.ଉଦୟଗିରି, ୧୧/୯ : ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ନନ୍ଦଗିରି ଗ୍ରାମରେ ସୋମବାର ସକାଳୁ ଜଣେ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ପହଞ୍ଚି ମାମଲାର ତଦନ୍ତ କରୁଛନ୍ତି । ମୃତ ମହିଳା ଜଣକ ମଣ୍ଡାକିଆ ନିକଟସ୍ଥ ବିଅରପାଙ୍ଗା ଗ୍ରାମର ଶୁଭଶ୍ରୀ ପ୍ରଧାନ(୨୨ ବର୍ଷ) ବୋଲି ଜଣାପଡିଛି।
ସୂଚନାନୁଯାୟୀ, ଶୁଭଶ୍ରୀ ପ୍ରଧାନ ନନ୍ଦଗିରି ଗ୍ରାମର ବ୍ରାଇଟ ଦିଗାଲ (୨୫ ବର୍ଷ)ଙ୍କୁ ଦୁଇ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ। ଶୁଭଶ୍ରୀ ସ୍ୱାମୀଙ୍କ ସହ ନନ୍ଦଗିରି ସ୍ଥିତ ବାସଭବନରେ ରହୁଥିବା ବେଳେ ସ୍ଵାମୀଙ୍କ ପରିବାର ଲୋକେ ବ୍ରହ୍ମପୁରରେ ରହୁଛନ୍ତି। ଆଜି ସକାଳୁ ସାହି ପଡ଼ିଶା ଲୋକେ ତାଙ୍କୁ ଘର ଭିତରେ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଏହି ଘଟଣାରେ ପୋଲିସ ମୃତକଙ୍କ ସ୍ବାମୀ ବ୍ରାଇଟଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ ଚଳାଇ ଥିବା ପୁଲିସ ସୂଚନା ଦେଇଛି।