ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ପୁଣି ଏକ ବିବାଦରେ ଛନ୍ଦି ହେଲେଣି ଦିଲ୍ଲୀର ମୁଖ୍ୟ ଶାସନ ସଚିବ ନରେଶ କୁମାର, କେଜ୍ରିଓ୍ବାଲ ସରକାରଙ୍କୁ ବିସ୍ତୃତ ରିପୋର୍ଟ ଦେଲେ ଭିଜିଲାନ୍ସ ମନ୍ତ୍ରୀ…

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ ଅଡୁଆ ବଢିବାରେ ଲାଗିଛି । ଦିଲ୍ଲୀର ବାମନୋଲୀ ଭୁମି  ଅଧିଗ୍ରହଣ ଦୁର୍ନୀତି ମାମଲାରେ ଯୋଡିହେବା ପରେ ଏବେ ତାଙ୍କ ମୁଣ୍ଡ ଉପରେ ନୂଆ ଅଡୁଆ ଘୁରି ବୁଲିଲାଣି । ଏବେ ଆମ୍ ଆଦମୀ ପାର୍ଟି ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ ଉପରେ ହସ୍ପିଟାଲ ଦୁର୍ନୀତିରେ ସାମିଲ ରହିଥିବା ଅଭିଯୋଗ କରିଛି । ଅଭିଯୋଗ ଅନୁସାରେ ଦିଲ୍ଲୀ ସରକାରଙ୍କ ବରିଷ୍ଠ ଅଧିକାରୀ ନରେଶ କୁମାର ତାଙ୍କ ପୁଅର ଅନ୍ୟ ଏକ କମ୍ପାନୀକୁ ଦିଲ୍ଲୀ ସରକାରଙ୍କ ଆଇଏଲବିଏସ୍ ହସ୍ପିଟାଲରୁ ଟେଣ୍ଡର ନକରି ଏଆଇ ସଫ୍ଟୱେର୍ ତିଆରି କରିବା କାମ ଦେଇଛନ୍ତି । ଯାହା ଫଳରେ ଶହ ଶହ କୋଟି ଟଙ୍କାର ଘୋଟାଲା ହୋଇଛି । 

ସୂଚନାଯୋଗ୍ୟ ଯେ AAP ନେତା ମାନେ ତାଙ୍କ କାର୍ଯ୍ୟକଳାପ ଉପରେ କ୍ରମାଗତ ଭାବରେ ପ୍ରଶ୍ନ ଉଠାଉଛନ୍ତି । ତାଙ୍କର ବିଭାଗୀୟ କାର୍ଯ୍ୟ ଅନୁସନ୍ଧାନ କରାଯାଉଛି । ଏହି ପଦବୀରୁ ଏଲଜି ଭି.କେ ସାକ୍ସେନାଙ୍କୁ ତାଙ୍କ ପଦରୁ ହଟାଇବା ଏବଂ ନିଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପାରିଶ୍ କରିଛନ୍ତି । 

ସୂଚନାଥାଉକି ଯେ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ନରେଶ କୁମାର ହେଉଛନ୍ତି ଆଇଏଲବିଏସ୍ ହସ୍ପିଟାଲର ଚେୟାରମ୍ୟାନ୍ । ନରେଶ କୁମାରଙ୍କ ପୁଅର କମ୍ପାନୀ ମାତ୍ର ୭ ମାସ ପୂର୍ବରୁ ଗଠିତ ହୋଇଥିଲା । ଏଆଇ ସଫ୍ଟୱେୟାର ତିଆରି କରିବାରେ ତାଙ୍କର କୌଣସି ଅଭିଜ୍ଞତା ନାହିଁ । ଏହା ପରେ ବି ତାଙ୍କୁ ଏକ ବଡ ସରକାରୀ କାମ ଦିଆଯାଇଥିଲା । ବାମନୋଲି ଜମି ଅଧିଗ୍ରହଣ ସ୍କାମ ମାମଲା ପରେ ଦିଲ୍ଲୀର ଭିଜିଲାନ୍ସ ମନ୍ତ୍ରୀ ଅତିଶୀ ବର୍ତ୍ତମାନ ଏହି ଡାକ୍ତରଖାନା ଦୁର୍ନୀତିର ବିସ୍ତୃତ ରିପୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟରେ ଦାଖଲ କରିଛନ୍ତି । 

 

 

 

 

 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.