ପ୍ରମୂଖ ଖବର
  • ୩ ପ୍ରସ୍ତାବରେ କ୍ୟାବିନେଟ ମୋହର : ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ, ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ
  • ||
  • ରିଆମାଳ; ପାରିବାରିକ କଲହରୁ ମହିଳାଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ।
  • ||
  • ଗଣେଶ ମେଢ଼ ଭସାଣିବେଳେ ତୁମୁଳକାଣ୍ଡ: ଗୋଷ୍ଠୀ ସଂଘର୍ଷ, ୧୫ ଆହତ
  • ||
  • ଭୁବନେଶ୍ୱର: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ
  • ||
  • ମୟୂରଭଞ୍ଜ: ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ
  • ||
  • ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା
  • ||
  • ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ: ଆଜି ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ
  • ||
  • ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ଏବଂ ୧୪ରେ ଅଧିକ ବର୍ଷା ସମ୍ଭାବନା
  • ||

ବିଭବ କୁମାରଙ୍କୁ ଜାମିନ ମିଳିବା ପରେ ଚର୍ଚ୍ଚାରେ ସ୍ବାତୀ ମାଲିଓ୍ବାଲଙ୍କ ‘ବସ୍ତ୍ରହରଣ’ ପୋଷ୍ଟ

Image Courtesy: hindustantimes

ନୂଆଦିଲ୍ଲୀ: ବିଭବ କୁମାରଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ଆପ୍‌ ସାଂସଦ ସ୍ବାତୀ ମାଲିଓ୍ବାଲଙ୍କ  ‘ବସ୍ତ୍ରହରଣ’ ଟ୍ବିଟ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପୂର୍ବତନ ସହାୟକ ବିଭବ କୁମାର ତାଙ୍କୁ ମାଡ଼ ମାରିଥିଲେ ବୋଲି ସ୍ବାତୀ ମାଲିଓ୍ବାଲ ଅଭିଯୋଗ ଆଣିଥିଲେ । ତାଙ୍କର ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ  କରିବା ସହ ବିଭବ କୁମାରଙ୍କୁ ଗିରଫ କରିଥିଲା । ଗତାକାଲି (ସୋମବାର) ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି । 

ଆଜି ସ୍ବାତୀ ମାଲିଓ୍ବାଲ ଟ୍ବିଟରରେ କେବଳ ଏକ ଫଟୋ ପୋଷ୍ଟ କରିଛନ୍ତି । ମହାଭାରତରେ ଦ୍ରୌପଦୀଙ୍କ ବସ୍ତ୍ରହରଣ ଫଟୋ ଶେୟାର କରିବା ସହ ଏଥିରେ କୌଣସି କ୍ୟାପ୍ସନ ଦେଇ ନାହାନ୍ତି ସ୍ବାତୀ ।  ହିନ୍ଦୁ ମହାକାବ୍ୟ ‘ମହାଭାରତ’ ଅନୁସାରେ, କୌରବ ସଭାରେ ଦୁଶାସନ ପାଞ୍ଚାଳୀଙ୍କ ବସ୍ତ୍ରହରଣ କରିଥିଲେ । ଶେଷରେ ଭଗବାନ ଶ୍ରୀକୃଷ୍ଣ ପାଞ୍ଚାଳୀଙ୍କ ସମ୍ମାନ ରକ୍ଷା କରିଥିଲେ । ପରେ କୌରବଙ୍କ ବିରୋଧରେ ଯୁଦ୍ଧ ସମୟରେ ପାଣ୍ଡବଙ୍କ ମାର୍ଗଦର୍ଶକ ସାଜିଥିଲେ କୃଷ୍ଣ ।  ତେବେ ସ୍ବାତୀ ମାଲିଓ୍ବାଲଙ୍କ ‘ବସ୍ତ୍ରହରଣ’ ପୋଷ୍ଟ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । 




ସୂଚନାଯୋଗ୍ୟ, ୨୦୨୪ ମେ ୧୩ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକ ବିଭବ କୁମାର ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ କରିଥିଲେ ସ୍ବାତୀ ମାଲିଓ୍ବାଲ ।  ମୁଖ୍ୟମନ୍ତ୍ରୀଙ୍କ ବାସଭବରେ ତାଙ୍କ ସହ ଦୁର୍ବ୍ୟବହାର ଏବଂ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ ଆପ୍‌ ସାଂସଦ ।  ଏହା ପରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ବାସଭବନରୁ ବିଭବ କୁମାରଙ୍କୁ ଗିରଫ କରିଥିଲା ପୋଲିସ ।  ତେବେ ବିଭବ କୁମାରଙ୍କୁ ସୁପ୍ରିମକୋର୍ଟ ବେଲ୍‌ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନଯିବାକୁ କହିଛନ୍ତି ।  ସେପଟେ ମାମଲାରେ ତଦନ୍ତ ଜାରି ରହିଥିବା ବେଳେ ମାମଲାକୁ ନେଇ ପ୍ରତିକ୍ରିୟା ନଦେବାକୁ ବିଭବ କୁମାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

 

  • delhi
  • new delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.