ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆପ୍‌ ଏବେ ପଡ଼ିବ ବଡ଼ ସଙ୍କଟରେ ! ପ୍ରଥମ ଥର କୋର୍ଟରେ ଇଡିର ଘୋଷଣା

ନୂଆଦିଲ୍ଲୀ – ଚର୍ଚ୍ଚିତ ମଦ ଦୁର୍ନୀତିର ଯାଞ୍ଚ କରୁଥିବା ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରେ ସେହି ଘୋଷଣା କରିଛି , ଯାହାକୁ ନେଇ ଗତ କିଛି ମାସ ଧରି ଅନେକ ଅଟକଳ ଚାଲୁଥିଲା। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କର ଜାମିନ ଆବେଦନର ବିରୋଧ କରି ଇଡି ସ୍ପଷ୍ଟ କରି ଦେଇଛି ଯେ, ସେ ଖୁବ୍‌ ଶୀଘ୍ର ଆମ୍‌ ଆଦମୀ ପାର୍ଟିକୁ ମଧ୍ୟ ଅଭିଯୁକ୍ତ ସାବ୍ୟସ୍ତ କରିବାକୁ ଯାଉଛନ୍ତି।

ଜଷ୍ଟିସ୍‌ ସ୍ୱର୍ଣ୍ଣକାନ୍ତା ଶର୍ମାଙ୍କ କୋର୍ଟରେ ଇଡି ଓକିଲ କହିଛନ୍ତି, ନୂଆ ଚାର୍ଜସିଟ୍‌ରେ ଆମ୍‌ ଆଦମୀ ପାର୍ଟିକୁ ସହ-ଅଭିଯୁକ୍ତ କରାଯାଇଛି। ସିସୋଦିଆଙ୍କ ପାଇଁ ଜାମିନ୍ ମାଗି ସିସୋଦିଆଙ୍କ ଓକିଲ କହିଛନ୍ତି ଯେ,ଇଡି ଓ ସିବିଆଇ ଏବେ ବି ଲୋକଙ୍କ ଗିରଫ କରୁଛି ଏବଂ ଟ୍ରାଏଲର ଶୀଘ୍ର ନିଷ୍କର୍ଷର ପ୍ରଶ୍ନ ଉଠୁ ନାହିଁ।

ଦାବି ମୁତାବିକ , ଯଦି ଇଡି ଆମ୍‌ ଆଦମୀ ପାର୍ଟିକୁ ଅଭିଯୁକ୍ତ କରାଏ ତ ଏହା ପ୍ରଥମ ଥର ହେବ , ଯାହାକି କୌଣସି ଜାତୀୟ ଦଳର ବିରୋଧରେ ପିଏମଏଲଏର କେସ୍ ରୁଜୁ ହେବ। ସୂଚନା ଅନୁସାରେ , ଦୋଷୀ ସାବ୍ୟସ୍ତ କରାଗଲେ ଆମ୍ ଆଦମୀ ପାର୍ଟି ବିରୋଧରେ ସମସ୍ୟାର ନୂଆ ଫର୍ଦ୍ଦ ଆରମ୍ଭ ହୋଇପାରେ। ପାର୍ଟିର ସଂପତ୍ତି ଠାରୁ ନେଇ ଚିହ୍ନ ଯାଏ ସବୁଥିରେ ବିପଦ ଘେରି ପାରେ। ଏକ ଦଶକ ପୂର୍ବେ ଦୁର୍ନୀତି ବିରୋଧି ଆନ୍ଦୋଳନର କୋଳରେ ଜନ୍ମିତ ପାର୍ଟିର ମୁଖିଆଙ୍କ ସମେତ ଅନେକ ନେତା ଚର୍ଚ୍ଚିତ ମଦ ଦୁର୍ନୀତିରେ ପୂର୍ବରୁ ହିଁ ଜେଲ୍‌ ଯାଇ ସାରିଛନ୍ତି। 

ସେପଟେ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ୨୧ ଦିନର ଅନ୍ତରୀଣ ଜାମିନରେ ବାହାରକୁ ଆସିଛନ୍ତି। ସୁପ୍ରିମକୋର୍ଟ ତାଙ୍କୁ ଲୋକସଭା ନିର୍ବାଚନ ପ୍ରଚାରରେ ଭାଗ ନେବାକୁ ମୁକ୍ତ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.