ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାମ ନବମୀରେ ’ଆପ୍‌ କା ରାମରାଜ୍ୟ’ ଓ୍ବେବସାଇଟ୍‌ ଲଞ୍ଚ କଲା AAP

ନୂଆଦିଲ୍ଲୀ: ପବିତ୍ର ରାମ ନବମୀ ଅବସରରେ ଦିଲ୍ଲୀର ଆପ୍‌ ସରକାର ଲୋକଙ୍କୁ ନିଜର ରାମରାଜ୍ୟର କାହାଣୀ ସଂପର୍କରେ ଜଣାଇବାକୁ ଏକ ଓ୍ବେବସାଇଟ୍‌ ଲଞ୍ଚ କରିଛି । ଆଜି ଆମ ଆଦମୀ ପାର୍ଟି ‘ଆପ୍‌ କା ରାମରାଜ୍ୟ’ ଓ୍ବେବସାଇଟ୍‌ ଲଞ୍ଚ କରିଛି । ଦିଲ୍ଲୀର ମନ୍ତ୍ରୀ ଆତିଶୀ ଏହି ଓ୍ବେବସାଇଟ୍‌ ଲଞ୍ଚ କରିଥିବା ବେଳେ ବିଜେପି ଉପରେ ଖୁବ ବର୍ଷିଛନ୍ତି । ବିଜେପି ଏବଂ କେନ୍ଦ୍ର ସରକାର ଦିଲ୍ଲରେ କାର୍ଯ୍ୟ ରୋକିବାକୁ ଚେଷ୍ଟା କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି । ଆପ୍‌ ସାଂସଦ ସଂଜୟ ସିଂହ କହିଛନ୍ତି ଯେ, ଓ୍ବେବସାଇଟ୍‌ ଆଜିଠୁ ଆରମ୍ଭ ହୋଇଯାଇଛି । ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବା ପରେ ଆଜି ପ୍ରଥମ ରାମ ନବମୀ । ଏହି ଦିନ ଆମ ସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଉପସ୍ଥିତ ନାହାନ୍ତି । 

ସିଏମ କେଜ୍ରିଓ୍ବାଲ ଜେଲରେ ରହି ମଧ୍ୟ ଦେଶ କଥା ଭାବୁଛନ୍ତି । ୧୦ ବର୍ଷ ମଧ୍ୟରେ ଆମ ଦଳ ଏବଂ ସରକାର ଉଲ୍ଲେଖନୀୟ ପଥ ଅତିକ୍ରମ କରିଛି । କେବଳ ଦିଲ୍ଲୀ ନୁହେଁ ପଞ୍ଜାବରେ ପ୍ରଚଣ୍ଡ ବହୁମତରେ ଆମ ସରକାର ଗଠନ ହୋଇଛି । ଏମିତି କାମ କରି ଦେଖାଇଲୁ ଯ‌, ଯହାର ଉଦାହରଣ ଦେଶ ପୁରା ବିଶ୍ବକୁ ଦେଖାଉଛି । ଆମେରିକା ରାଷ୍ଟ୍ରପତିଙ୍କ ପତ୍ନୀ କେଜ୍ରିଓ୍ବାଲାଙ୍କ ଦ୍ବାରା ତିଆରି ସ୍କୁଲ ଦେଖିବାକୁ ଆସିଥିଲେ ବୋଲି ସଂଜୟ ସିଂହ କହିଛନ୍ତି ।  

ସେ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀ ଏବଂ ପଞ୍ଜାବରେ ମାଗଣା ବିଜୁଳୀ ମିଳିପାରିବ ବୋଲି କେହି କଳ୍ପନା କରିନଥିଲେ । ଆପ୍‌ର ପ୍ରଥମ ସରକାର ଦିଲ୍ଲୀରେ ମାଗଣା ବିଜୁଳୀ ଦେଇଛି । ଯେଉଁମାନେ ଆପ୍‌ର ରାମରାଜ୍ୟ ସଂପର୍କରେ ଦେଖିବାକୁ ଚାହୁଁଛନ୍ତି ସେମାନେ ଆମ ଓ୍ବେବସାଇଟକୁ ଯାଆନ୍ତୁ ବୋଲି କହିଛନ୍ତି ସଂଜୟ ସିଂହ । ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଆତିଶୀ ରାମଚରିତ ମାନସକୁ ବାଖ୍ୟା କରିବାକୁ ଯାଇ କହିଛନ୍ତି, ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀ ଏବଂ ପଞ୍ଜାବ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହାକୁ ପୂର୍ଣ୍ଣ କରିବାରେ ଲାଗିଛନ୍ତି । ଭଗବାନ ଶ୍ରୀରାମଙ୍କୁ ଯେଉଁଭଳି ୧୪ ବର୍ଷ ବନବାସ ଭୋଗିବାକୁ ପଡ଼ିଥିଲା ସେହିଭଳି କେଜ୍ରିଓ୍ବାଲଙ୍କ କାର୍ଯ୍ୟରେ ବାଧା ଦେବାକୁ ଚେଷ୍ଟା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । 

କେଜ୍ରିଓ୍ବାଲ ଯଦିଓ ଜେଲରେ ଅଛନ୍ତି ତଥାପି ସେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ଲାଗିଛନ୍ତି । ଜେଲରୁ ବାହାରିବାକୁ ତାଙ୍କର ଚିନ୍ତା ନାହିଁ ବରଂ ସେ ଲୋକଙ୍କ ଚିନ୍ତା କରୁଛନ୍ତି । ଆମ ଓ୍ବେବସାଇଟର ନାଁ ‘ଆପ୍ କା ରାମରାଜ୍ୟ’ । ଯେଉଁସବୁ କାମ ଆମେ ଦିଲ୍ଲୀ ଏବଂ ପଞ୍ଜାବରେ କରୁଛୁ ସେ ସଂପର୍କରେ ଆମେ ଏହି ଓ୍ବେବସାଇଟ୍ ଜରିଆରେ ଦେଶବାସୀଙ୍କୁ ଜଣାଇବୁ ବୋଲି ଆତିଶୀ କହିଛନ୍ତି ।  

 

  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.