ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଆଶିକି-୩’ ପାଇଁ ନୂଆ ଚେହେରା ଖୋଜୁଛନ୍ତି ଫିଲ୍ମ ନିର୍ମାତା, କନ୍ନଡ଼ ଅଭିନେତ୍ରୀ ଆକାଂକ୍ଷାଙ୍କ ନାଁକୁ ନେଇ ଚର୍ଚ୍ଚା...

ମୁମ୍ବାଇ ୦୨/୦୯: ଫିଲ୍ମ ‘ଆଶିକି-୩’ ଘୋଷଣା ହେବା ପରେ ନିର୍ମାତା ଏହାର ମୁଖ୍ୟ ନାୟିକା ଖୋଜିବାରେ ଲାଗିପଡ଼ିଛନ୍ତି । ଏହି କ୍ରମରେ ଜଣେ ନୂଆ ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଛି । ଏକ ମନୋରଞ୍ଜନଧର୍ମୀ ଗଣମାଧ୍ୟମ ଅନୁସାରେ, ‘ଆଶିକି-୩’ରେ ଅଭିନେତା କାର୍ତ୍ତିକ ଆର‌୍ୟନଙ୍କ ଅପୋଜିଟ୍‌ରେ କନ୍ନଡ଼ ଅଭିନେତ୍ରୀ ଆକାଂକ୍ଷା ଶର୍ମାଙ୍କୁ କାଷ୍ଟ୍‌ କରାଇପାରେ । ଆକାଂକ୍ଷା ଏ ନେଇ  ଫିଲ୍ମମେକର୍‌ଙ୍କୁ ଅନେକ ଥର ଭେଟି ଆଲୋଚନା କରିଛନ୍ତି । ଯଦି ସବୁ ଠିକ୍‌  ରହେ, ତେବେ ସେ ‘ଆଶିକି’ର ତୃତୀୟ ସଂସ୍କରଣରେ ମୁଖ୍ୟ ନାୟିକା  ହେବେ । ତେବେ ଫିଲ୍ମମେକର୍‌ ଅଦ୍ୟାବଧି ଏ ନେଇ ଔପଚାରିକ ଘୋଷଣା  କରିନାହାନ୍ତି । 

ମିଡିଆ ରିପୋର୍ଟ ଅନୁସାରେ, ଫିଲ୍ମ ପାଇଁ ନିର୍ମାତା ନୂଆ ଚେହେରା ଖୋଜୁଛନ୍ତି । ଆଶିକି ଫ୍ରାଞ୍ଚାଇଜିରେ ଆରମ୍ଭରୁ ନୂଆ ଚେହେରାଙ୍କୁ କାଷ୍ଟ୍‌ କରାଯାଇଛି। ରାହୁଲ ରୟ ଓ ଅନୁ ଅଗ୍ରୱାଲ ହୁଅନ୍ତୁ ବା ଆଦିତ୍ୟ ରୟ  କପୁର ଓ ଶ୍ରଦ୍ଧା କପୁର, ଏମାନଙ୍କ ତାଜା ଯୋଡ଼ିକୁ ଦର୍ଶକ  ଖୁବ୍‌ ପସନ୍ଦ କରିଥିଲେ । ଚର୍ଚ୍ଚା ହେଉଛି, କାର୍ତ୍ତିକଙ୍କ  ସହ ଆକାଂକ୍ଷାଙ୍କ କେମିଷ୍ଟ୍ରି ବହୁତ ଭଲ ହେବ । ଏହା ପୂର୍ବରୁ ଟିଭି ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍‌, ସାରା ଅଲି ଖାନ୍‌, କ୍ୟାଟ୍ରିନା  କୈଫ୍‌ ଓ ଦୀପିକାଙ୍କ ସମେତ ଅନେକ  ଅଭିନେତ୍ରୀଙ୍କ ନାଁ ଫିଲ୍ମର ଲିଡ୍‌ ଲେଡି ପାଇଁ  ସାମ୍ନାକୁ ଆସିଛି। ତେବେ ଅଦ୍ୟାବଧି କାହା  ନାଁରେ ମୋହର ବାଜିନି ।  ଆକାଂକ୍ଷା ଜଣେ ମଡେଲ ଓ କନ୍ନଡ଼ ଫିଲ୍ମ  ଅଭିନେତ୍ରୀ । ମଡେଲିଂରୁ ସେ କ୍ୟାରିଅର୍‌  ଆରମ୍ଭ କରିଥିଲେ । 

୨୦୨୦ ମସିହାରେ  ମୁକ୍ତିପ୍ରାପ୍ତ କନ୍ନଡ଼ ଫିଲ୍ମ ‘ତ୍ରିବିକ୍ରମ’  ଜରିଆରେ ସେ ସିନେ କ୍ୟାରିଅର  ଆରମ୍ଭ କରିଥିଲେ । ବଲିଉଡ୍‌  ଅଭିନେତା ଟାଇଗର ଶ୍ରଫ୍‌ଙ୍କ ସହ  ମ୍ୟୁଜିକ୍‌ ଭିଡିଓ ‘ଡିସ୍କୋ ୮୨’ରେ  ମଧ୍ୟ କାମ କରିଥିଲେ । ଏହା ପରେ  ଉଭୟଙ୍କ ଡେଟିଂ ଗୁଜବ ଚର୍ଚ୍ଚା  ହୋଇଥିଲା। ତେବେ ଉଭୟ  ଏ ନେଇ ମୁହଁ ଖୋଲିନଥିଲେ ।  ମହେଶ ବାବୁ, ବରୁଣ ଧୱନ ଓ  କର୍ଥୀଙ୍କ ଭଳି ଅଭିନେତାଙ୍କ ସହ  ବିଜ୍ଞାପନରେ ସେ ନଜର ଆସିଛନ୍ତି ।  ଏକ ସାକ୍ଷାତକାରରେ ଫିଲ୍ମମେକର୍‌  ମହେଶ ଭଟ୍ଟ ‘ଆଶିକି-୩’ ବିଷୟରେ  ଗଣମାଧ୍ୟମକୁ କହିଥିଲେ, ଫିଲ୍ମର  ପଟ୍ଟକଥା କାମ ଶେଷ ହୋଇଛି ।  ଲିଡ୍‌ ଲେଡି ଖୋଜା ଚାଲିଛି ।  ୨୦୨୪ରେ ଫିଲ୍ମର ସୁଟିଂ  ଆରମ୍ଭ ହେବ ।

Copyright © 2022 - Summa Real Media Private Limited. All Rights Reserved.