ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିବାହ ବନ୍ଧନରେ ବାନ୍ଧି ହେବେ ଅବ୍ଦୁ ରୋଜିକ, ଏହି ଦିନ ପଡ଼ିବ ହାତଗଣ୍ଠି...

ମୁମ୍ବାଇ, ୧୦।୫: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବିଗ୍ ବସ୍ ୧୬ର ଫେମ୍ ତଥା ତାଜକିସ୍ତାନର ଗାୟକ ଅବ୍ଦୁ ରୋଜିକ । ଏନେଇ ସୋସିଆଲ ମିଡିଆରେ ନିଜ ୱେଡିଂ ରିଙ୍ଗ ସହ ଏକ ଭିଡିଓ ସେୟାର କରି ଏହି ସୂଚନା ଦେଇଛନ୍ତି । ଏଥିସହ ସେ ବିବାହ ତାରିଖ ମଧ୍ୟ ପ୍ରକାଶ କରିଛନ୍ତି । ତେବେ ଚଳିତ ବର୍ଷ ଜୁଲାଇ ମାସ ୭ ତାରିଖରେ ଏହି ତାରକାଙ୍କ ହାତଗଣ୍ଠି ପଡ଼ିବ ।

ସୂଚନା ଅନୁସାରେ, ଅବ୍ଦୁ ରୋଜିକ ଭାରତର ନୁହଁନ୍ତି ବରଂ ସେ ୟୁଏଇ ଶରଜାହ ସହରର ୧୯ ବର୍ଷୀୟ ଯୁବତୀଙ୍କୁ ନିଜ ଜୀବନସାଥୀ କରିବାକୁ ଯାଉଛନ୍ତି । ଯୁବତୀଙ୍କ ନାମ ଆମିରା ଅଟେ । ଏହା ବ୍ୟତୀତ ଏପର୍ଯ୍ୟନ୍ତ ତାଙ୍କ ବିଷୟରେ କୌଣସି ସୂଚନା ଉପଲବ୍ଧ ନାହିଁ । ସେପଟେ ଅବ୍ଦୁ ରୋଜିକଙ୍କ ମ୍ୟାନେଜମେଣ୍ଟ କମ୍ପାନୀ ଆଇଏଫସିଏମ (ଇଣ୍ଟରନ୍ୟାସନାଲ ଫାଇଟିଂ ଚାମ୍ପିଅନସିପ୍ ମ୍ୟାନେଜମେଣ୍ଟ) ମଧ୍ୟ ଏହି ଖବରକୁ ନିଶ୍ଚିତ କରିଛି ।  

ତେବେ ନିଜ ଇନଷ୍ଟାଗ୍ରାମରେ ଅବ୍ଦୁ ରୋଜିକ ନିଜ ବିବାହକୁ ନେଇ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ କହିଛନ୍ତି, ''ସାଥୀଗଣ, ଆପଣ ଜାଣନ୍ତି ମୋର ବୟସ ୨୦ ବର୍ଷ । ମୁଁ ମଧ୍ୟ ଭଲପାଇବା ନେଇ ସ୍ୱପ୍ନ ଦେଖିଥିଲି । ମୁଁ ଚାହୁଁଥିଲି ମୋ ଜୀବନରେ ଏମିତି କେହି ଆସୁ ଯିଏ ମୋତେ ସମ୍ମାନ କରିବ ଏବଂ ମୋତେ ଭଲପାଇବ । ଶେଷରେ ମୋତେ ଏମିତି କେହି ଜଣେ ମିଳିଯାଇଛନ୍ତି । ଯାହାକୁ ନେଇ ମୁଁ ବହୁତ ଉତ୍ସାହିତ ଏବଂ ମୋ ଖୁସିକୁ କିପରି ପ୍ରକାଶ କରିବି ଜାଣିପାରୁନାହିଁ ।'' ଏହା ପରେ ସେ ଭିଡିଓରେ ୱେଡିଂ ରିଙ୍ଗ ଦେଖାଇଛନ୍ତି । ସେପଟେ ଏହି ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ମୁଁ ମୋ ଜୀବନରେ କେବେ ଭାବିନଥିଲି ଯେ ମୋତେ କେହି ପ୍ରେମ କରୁଥିବା ବ୍ୟକ୍ତି ମିଳିବେ । କିନ୍ତୁ ମୁଁ ତାଙ୍କୁ ପାଇ ବହୁତ ଭାଗ୍ୟବାନ । ଜୁଲାଇ ୭ ତାରିଖ ମନେ ରଖ । ମୁଁ ଏହା ଘୋଷଣା କରି ବେଶ ଖୁସି ଅଛି ।

କିଏ ଅବ୍ଦୁ ରୋଜିକ ?

ଅବ୍ଦୁ ରୋଜିକ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ସେ ଗାୟକ ସହ ସୋସିଆଲ ମିଡିଆ ଷ୍ଟାର ମଧ୍ୟ ଅଟନ୍ତି । ଅବ୍ଦୁ ରୋଜିକ ୨୩ ସେପ୍ଟେମ୍ବର ୨୦୦୩ରେ ତାଜିକିସ୍ତାନର ପଞ୍ଜାକେଣ୍ଟରେ ଜନ୍ମ ହୋଇଥିଲେ । ତାଙ୍କର ଉଚ୍ଚତା ମାତ୍ର ୩ ଫୁଟ୍ ୧ ଇଞ୍ଚ ହୋଇଥିବା ବେଳେ ତାଙ୍କ ବୟସ ୨୦ ବର୍ଷ । ସେ ସଲମାନ ଖାନଙ୍କ ସୋ' 'ବିଗ୍ ବସ୍ ୧୬'ର ଏକ ଅଂଶ ହୋଇଥିଲେ । ଏହାପରେ ସେ 'ଖତରୋଁ କେ ଖିଲାଡି ୧୩'ରେ ଗେଷ୍ଟ ପ୍ରତିଯୋଗୀ ଭାବେ ମଧ୍ୟ ସାମିଲ ହୋଇଥିଲେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.