ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ବାପା- ଝିଅଙ୍କ ନିଆରା କାହାଣୀକୁ ନେଇ ଆସୁଛି ଅଭିଷେକ ବଚ୍ଚନ- ଶୁଜିତ ସରକାରଙ୍କ ଯୋଡ଼ି, ସାମ୍ନାକୁ ଆସିଲା ପ୍ରଥମ ଝଲକ

ନୂଆଦିଲ୍ଲୀ,୨୧/୩ : ମହାନାୟକ ଅମିତାଭ ବଚ୍ଚନଙ୍କ ପୁଅ ଏବଂ ଅଭିନେତା ଅଭିଷେକ ବଚ୍ଚନଙ୍କୁ ଶେଷ ଥର ଗତବର୍ଷ ରିଲିଜ ହୋଇଥିବା ଆର.ବାଲ୍କୀଙ୍କ ନିର୍ଦେଶନାରେ ନିର୍ମିତ ଫିଲ୍ମ‘ଘୁମର’ରେ ଦେଖାଯାଇଥିଲେ । ଯେଉଁଥିରେ ଅଭିନେତା ଏକ କ୍ରିକେଟର କୋଚର ଭୂମିକା ନିଭାଇଥିଲେ । ଯିଏ ଏକ ଏଭଳି ଯୁବତୀଙ୍କୁ କ୍ରିକେଟର ଟ୍ରେନିଂ ଦେଉଥିଲେ, ଯିଏ ଏକ ଦୁର୍ଘଟଣାରେ ନିଜର ଏକ ହାତ ନଷ୍ଟ କରିଦେଇଥିଲେ ।

ମାତ୍ର ଫିଲ୍ମ ବକ୍ସ ଅଫିସରେ କିଛି ଖାସ୍ କମାଲ କରିପାରିଲା ନାହିଁ । କିନ୍ତୁ ଫିଲ୍ମରେ ତାଙ୍କ ଭୂମିକାକୁ କ୍ରିଟିକ୍ସ ଖୁବ୍ ପ୍ରଶଂସା କରିଥିଲେ । ସେହିଭଳି ଏ‌ବେ ଅଭିଷେକ ବଚ୍ଚନ ଫୁଣି ଥିରେ ଏକ ନୂଆ ବଡ଼ ପ୍ରୋଜେକ୍ଟରେ ନଜର ଆସିବାରେ ଅଛନ୍ତି । ଯେଉଁଥିପାଇଁ ସେ ‘ୟହାଁ’, ପିଙ୍କ, ପିକୁ, ବିକ୍କୀ ଡୋନର, ଅକ୍ଟୁବର, ମଦ୍ରାସ କ୍ୟାଫେ, ଏବଂ ନ୍ୟାଶନାଲ ଫିଲ୍ମ ଆଓ୍ବାର୍ଡ୍ସ ଜିତିଥିବା ‘ସରଦାର ଉଧମ ସିଂହ’ ଭଳି ଫିଲ୍ମ ଦର୍ଶକଙ୍କୁ ଦେଇଥିବା ନିର୍ଦେଶକ ଶୁଜିତ ସରକାରଙ୍କ ସହ ହାଥ ମିଳାଇଛନ୍ତି ।

ନିକଟରେ ତାଙ୍କର ପ୍ରଥମ ପ୍ରଡକ୍ସନ ହାଉସ ‘ରାଇଜିଂ ସନ ଫିଲ୍ମ୍ସ’ ନିଜ ଇନଷ୍ଟାଗ୍ରାମରେ ତାଙ୍କର ଆଗାମୀ ପ୍ରୋଜେକ୍ଟର କିଛି ଝଲକ ସେୟାର କରିଛନ୍ତି । ଯାହା ଫ୍ୟାନ୍ସଙ୍କ ଉତ୍ସୁକତା ବଢାଇ ଦେଇଛି । ସେହିଭଳି ଏହି ଭିଡ଼ିଓକୁ ସେୟାର କରି କ୍ୟାପଶନରେ ଏକ ଲମ୍ବା ନୋଟ୍ ବି ଲେଖାଯାଇଛି । ଯେଉଁଥିରେ ଲେଖା ହୋଇଛି କି ଶୁଜିତ ସରକାରଙ୍କ ଆଗାମୀ ପ୍ରୋଜେକ୍ଟ ‘ସେଲିବ୍ରେଶନ ଅଫ ଲାଇଫ’ର ଏକ ହୃଦୟକୁ ଛୁଇଁବା ଭଳି କାହାଣୀ ଅଟେ । ଏହା ଏକ ଇମୋଶନାଲ ଜର୍ଣ୍ଣି ଅଟେ । ଏକ ଏଣ୍ଟରଟେନିଂ କାହାଣୀ ସହ ଏହା ଏକ ବାପା ଏବଂ ଝିଅ ମଧ୍ୟରେ ଭଲ ସମ୍ପର୍କକୁ ପୁଣି ଥରେ ଉଠାଇବାର ଏକ କାହାଣୀ ଅଟେ , ଯେଉଁଥିରେ ସେ ଜୀବନର ଚ୍ୟାଲେଞ୍ଜ ସହ ଗତି କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.