ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଦୟା ନଦୀ, ଗଙ୍ଗୁଆ ନାଳ ପ୍ରଦୂଷଣ ମାମଲା: ବର୍ଜ୍ୟଜଳ ନିଷ୍କାସନ ପାଇଁ ଲକ୍ଷେ ଘରକୁ ସ୍ୱେରେଜ୍‌ ସଂଯୋଗ ନାହିଁ

କଟକ,୧୫।୯: ଦୟା ନଦୀ ଏବଂ ଗଙ୍ଗୁଆ ନାଳକୁ ପ୍ରଦୂଷଣ ମୁକ୍ତ କରିବା ଲାଗି ରାଜଧାନୀ ଭୁବନେଶ୍ୱରରେ ୫ଟି ସ୍ୱେରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ୍‌ (ଏସ୍‌ଟିପି) ନିର୍ମାଣ କରାଯାଇଛି । ଯେଉଁଥିରେ ଦୈନିକ ୧୮୩ ଏମ୍‌ଏଲ୍‌ଡି (ମିଲିଅନ୍‌ ଲିଟର୍ସ ଅଫ୍‌ ୱାଟର୍‌ ପର୍‌ ଡେ) ବର୍ଜ୍ୟଜଳ ଟ୍ରିଟ୍‌ମେଣ୍ଟ କରାଯିବ । ସେହିପରି ସହରରେ ବର୍ଜ୍ୟଜଳ ନିଷ୍କାସନ ପାଇଁ ୯୮୮ କିମିର ସ୍ୱେରେଜ୍‌ ଲାଇନ୍‌ ନିର୍ମାଣ କରାଯାଇଛି । ଏହିସବୁ ପଦକ୍ଷେପ ଦ୍ୱାରା ଦୟା ନଦୀ ଏବଂ ଗଙ୍ଗୁଆ ନାଳ ପ୍ରଦୂଷଣ ମାତ୍ରା ହ୍ରାସ ପାଇବ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି । 

ମାମଲାର ଶୁଣାଣି ଅବସରରେ ଓଡ଼ିଶା ହାଇକୋର୍ଟ ଦୟା ନଦୀ ଏବଂ ଗଙ୍ଗୁଆ ନାଳ ପ୍ରଦୂଷଣ ସମ୍ପର୍କରେ ରାଜ୍ୟ ପ୍ରଦୂଷଣ ବୋର୍ଡକୁ ପୃଥକ ଭାବେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗତ ମାସରେ ଜଙ୍ଗଲ ଏବଂ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଯେଉଁଥିରେ ନିଆଯାଇଥିବା ନିଷ୍ପତ୍ତି ସଂକ୍ରାନ୍ତରେ ଏହି ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ସତ୍ୟପାଠରେ ଦର୍ଶାଯାଇଛି କି, ୫ଟି ଏସ୍‌ଟିପି ଯଥା, ମେହେରପଲ୍ଲୀ (୫୬ ଏମ୍‌ଏଲ୍‌ଡି), ବାସୁଆଘାଇ(୨୦ ଏମ୍‌ଏଲ୍‌ଡି), କୋଚିଲାପୁଟ (୪୩.୫୦ ଏମ୍‌ଏଲ୍‌ଡି), ପାଇକରାପୁର(୮ ଏମ୍‌ଏଲ୍‌ଡି)ରେ ଏବଂ ରୋକଟ (୪୮ ଏମ୍‌ଏଲ୍‌ଡି) ବର୍ଜ୍ୟଜଳ ଏହିସବୁ ଏସ୍‌ଟିପି (ସ୍ୱେରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) ଜରିଆରେ ବର୍ଜ୍ୟଜଳ ପରିଚାଳନା କରାଯିବ । ୯୮୮ କିମି ସ୍ୱେରେଜ୍‌ ନେଟ୍‌ୱାର୍କ ମଧ୍ୟରୁ ପୁରୁଣା ନେଟ୍‌ୱର୍କ ୪୪୪ କିମି ଥିଲାବେଳେ ୫୪୪ କିମିର ନୂଆ ନେଟ୍‌ୱର୍କ ରହିଛି । 

ଭୁବନେଶ୍ୱରର ୨ ଲକ୍ଷ ୧୮ ହଜାର ୧୨୪ ପରିବାରରୁ ମାତ୍ର ୧ଲକ୍ଷ ୯ ହଜାର ୬୪୪ ପରିବାର ସ୍ୱେରେଜ୍‌ ନେଟ୍‌ୱର୍କ ସହ ସଂଯୋଗ କରିଛନ୍ତି । ଅର୍ଥାତ ଆହୁରି ପ୍ରାୟ ୧ ଲକ୍ଷ ପରିବାରଙ୍କ ଘର ସ୍ୱେରେଜ୍‌ ଲାଇନ ସହ ସଂଯୋଗ ହୋଇପାରିନି । ସମସ୍ତ ପରିବାର କିପରି ସ୍ୱେରେଜ୍‌ ନେଟ୍‌ୱାର୍କ ସହ ସଂଯୋଗ କରିବେ ସେଥିପାଇଁ ୱାଟ୍‌କୋ ଏକ ଡିପିଆର୍‌ ପ୍ରସ୍ତୁତ କରୁଛି । ବିଡିଏର ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ ସିଟି କୋର୍ଡିନେସନ୍‌ କମିଟି ଗଠନ କରାଯାଇଛି । ସହର ମଧ୍ୟରେ ଥିବା ପୋଖରୀଗୁଡ଼ିକ ସଫା ପାଇଁ ୱାଟ୍‌କୋକୁ ପ୍ରସ୍ତାବ ଦିଆଯିବ । ସହର ମଧ୍ୟରେ ଥିବା ଶିଳ୍ପସଂସ୍ଥାଗୁଡ଼ିକରୁ ନିର୍ଗତ ବର୍ଜ୍ୟଜଳ କିପରି ଛଡ଼ାଯିବ ସେଥିପାଇଁ ଇଡ୍‌କୋକୁ ପଦକ୍ଷେପ ନେବାକୁ କୁହାଯାଇଛି । 

ବର୍ଜ୍ୟଜଳ ଟ୍ରିଟ୍‌ମେଣ୍ଟ ପରେ ତାହାକୁ ବଗିଚା କାର୍ଯ୍ୟରେ ପୁନର୍ବ୍ୟବହାର କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଯେତେ ସେସ୍‌ପୁଲ୍‌ ଗାଡ଼ି ରହିଛି ସେସବୁ ବିଏମ୍‌ସିରେ ପଞ୍ଜିକୃତ ହେବେ । ସେମାନଙ୍କୁ ଜିଓ-ଟ୍ୟାଗ୍‌ କରାଯିବ । ଯଦି କୌଣସି ସେସ୍‌ପୁଲ୍‌ ଗାଡ଼ି ନିୟମ ଉଲ୍ଲଂଘନ କରି ନଦୀ କିମ୍ବା ନାଳରେ ବର୍ଜ୍ୟଜଳ ଛାଡ଼ନ୍ତି ତାହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସତ୍ୟପାଠରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ସହରରେ ବର୍ତ୍ତମାନ ସୁଦ୍ଧା ୧୨୨ଟି କମ୍ୟୁନିଟି ପାଇଖାନା, ୫୭ଟି ପବ୍ଲିକ୍‌ ପାଇଖାନା, ୨୫ଟି ଇ-ପାଇଖାନା ଏବଂ ୩ଟି ମୋବାଇଲ୍‌ ପାଇଖାନା ନିର୍ମାଣ କରାଯାଇଛି । ଜାଗା ମିଶନରେ ଆହୁରି ୬୩ଟି କମ୍ୟୁନିଟି ପାଇଖାନା ନିର୍ମାଣ କରାଯିବାକୁ ପ୍ରସ୍ତାବ ରହିଛି । 

କଟକଣାଯୁକ୍ତ ପ୍ଲାଷ୍ଟିକ୍‌ ବ୍ୟବହାର ପାଇଁ ୫୩ ଲକ୍ଷ ୫୧ ହଜାର ୯୨୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ୩୦ ମେଟ୍ରିକ୍‌ ଟନ୍‌ କଟକଣାଯୁକ୍ତ ପ୍ଲାଷ୍ଟିକ୍‌ ଜବତ କରାଯାଇଛି ।  ଉଲ୍ଲେଖଯୋଗ୍ୟ ଯେ, ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ମାମଲାରେ ଦୟା ନଦୀ ଏବଂ ଗଙ୍ଗୁଆ ନାଳ ପ୍ରଦୂଷଣ ପ୍ରସଙ୍ଗ ଉଠିଥିଲା । ଏହି ପ୍ରଦୂଷଣକୁ କିପରି ରୋକାଯାଇ ପାରିବ ସେନେଇ ହାଇକୋର୍ଟ ବୋର୍ଡଠାରୁ ରିପୋର୍ଟ ତଲବ କରିଥିଲେ । ଆମିକସ୍‌କ୍ୟୁରୀ ମୋହିତ ଅଗ୍ରୱାଲ୍‌ ମାମଲା ପରିଚାଳନା କରୁଛନ୍ତି ।

cuttack
sewerage connections

Copyright © 2022 - Summa Real Media Private Limited. All Rights Reserved.