ଭୁବନେଶ୍ବର,୩୦।୧୦ ନାବାଳିକା ଦୁଷ୍କର୍ମ ମାମଲାରେ ଭୁବନେଶ୍ୱର ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କଲେ ବାୟୁସେନା ଅଧିକାରୀ । ଅଭିଯୁକ୍ତ ଜଣକ ହେଲେ କୋରିମିଲି ଭେଙ୍କଟ ଶ୍ରୀନିବାସ। ଏୟାରଫୋର୍ସ ଗ୍ରୁପ କ୍ୟାପଟେନ ଥିଲେ ଶ୍ରୀନିବାସ ।
ଘରେ କେହି ନଥିବା ବେଳେ ବମୀଖାଲ ଅଞ୍ଚଳର ଜଣେ ୧୩ ବର୍ଷୀୟ ନାବାଳିକା ଘରେ ଏକୁଟିଆ ଥିବା ବେଳେ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିବା ବେଇ ଅଭିଯୋଗ ହୋଇଥିଲା। ଏ ନେଇ ଜୁନ ୨୮ ତାରିଖରେ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ୨ ଥର ରାଜ୍ୟ ବାହାରକୁ ଯାଇଥିଲା ।କିନ୍ତୁ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲେ ବାୟୁସେନା ଅଧିକାରୀ।ଜାମିନ ପାଇଁ ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଯୁକ୍ତ । ଜାମିନ ନାମଞ୍ଜୁର ହେବା ପରେ ସୋମବାର ଭୁବନେଶ୍ୱର ଜେଏମଏଫସି କୋର୍ଟରେ ଅଭିଯୁକ୍ତ ଆତ୍ମସମର୍ପଣ କରିଛନ୍ତି ।